ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଆନ୍ଧ୍ର ତଟରେ ପରୀକ୍ଷଣ ହେବ ୩,୫୦୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ସମ୍ପନ୍ନ କେ-୪ ସବ ମେରାଇନ କ୍ଷେପଣାସ୍ତ୍ର

6/11/2019 at 12:46 PM

ଚାନ୍ଦିପୁର୬|୧୧: ଆନ୍ଧ୍ରପ୍ରଦେଶ ସମୁଦ୍ରରେ ୩,୫୦୦ କିଲୋମିଟର ଲକ୍ଷ୍ୟ ଭେଦ କ୍ଷମତା ରଖିଥିବା କେ-୪ ସବ ମେରାଇନ ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଭାରତ ଯୋଜନା କରୁଛି ।  

ଏଥିପାଇଁ ମିସାଇଲ  ପ୍ରଣାଳି  ପ୍ରସ୍ତୁତ କରୁଥିବା ସଂସ୍ଥା ଡିଆରଡିଓ ଦ୍ବାରା ଆରିହଂତ ଶ୍ରେଣୀର ବୁଡାଜାହାଜକୁ ବିକଶିତ କରାଯାଉଛି ।  ଭାରତ ନିଜସ୍ବ ଜ୍ଞାନକୌଶଳରେଏହି ଆଣବିକ ସବମେରାଇନ  ନିର୍ମାଣ କରିବାକୁ ଯାଉଛି । ଏହି ବୁଡାଜାହାଜ ଶତ୍ରୁପକ୍ଷ ସହ ଭାରତର ଜଳ ଯୁଦ୍ଧ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିବା ବୋଲି ଆଶା କରାଯାଉଛି ।  

ଡିଆରଡିଓ ଶୁକ୍ରବାର ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟ ସମୁଦ୍ର ତଟରୁ କେ-୪ ପରମାଣୁ ମିସାଇଲ ପରୀକ୍ଷଣ କରିବ । ପରୀକ୍ଷଣ ସମୟରେ ଡିଆରଡିଓ ଏହାର ଏକ ଉନ୍ନତ ପ୍ରଣାଳିର ମଧ୍ୟ ପରୀକ୍ଷଣ କରିବା କର୍ଯ୍ୟକ୍ରମ ରହିଛି ।ସେହିପରି କେ-୪ ପରି ଆଉ ଏକ ମିସାଇଲ ନିର୍ମାଣ ଚାଲିଛି । ଯାହାର ନାମ ରହିଛି ବିଓ-୫ ମିସାଇଲ ।

   Related Posts