ଶକ୍ତିଶାଳୀ ହେଉଛି ଭାରତ, ବ୍ରହ୍ମୋସ୍ ସୁପରସୋନିକ୍ ଜାହାଜ ବିଧ୍ୱଂସୀ ମିସାଇଲର ପରୀକ୍ଷଣ ସଫଳ

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ,୦୧/୧୨:    ଭାରତୀୟ ନୌସେନା ମଙ୍ଗଳବାର ବ୍ରହ୍ମୋସ୍ ସୁପରସୋନିକ କ୍ରୁଜ୍ ମିସାଇଲର ଆଣ୍ଟି ସିପ୍ ବା ଜାହାଜ ବିଧ୍ୱଂସୀ ଭର୍ସନକୁ ସଫଳ ପରୀକ୍ଷଣ କରିଛି । ଆଣ୍ଡାମାନ ନିକୋବର ଦ୍ୱୀପରୁ ଏହାର ପରୀକ୍ଷଣ କରାଯାଇଥିଲା । ଏହାପୂର୍ବରୁ ନଭେମ୍ବର ୨୪ରେ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ସୁପରସୋନିକ୍ କ୍ରୁଜ୍ ମିସାଇଲ ବ୍ରହ୍ଲୋସର ସଫଳ ପରୀକ୍ଷଣ ହୋଇଥିଲା ।

ଏଲଏସିରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଭାରତ ନିଜର ଶକ୍ତି ବୃଦ୍ଧି କରିବାକୁ ପ୍ରୟାସ ଜାରି ରଖିଛି । ଗତ ୩ ମାସରେ ଭାରତ ଗୋଟିଏ ପରେ ଗୋଟିଏ କ୍ରୁଜ୍ ଓ ବାଲିଷ୍ଟିକ୍ ମିସାଇଲରର ପରୀକ୍ଷଣ କରଥିଲା । ଭାରତ ଓ ଋଷର ମିଳିତ ଉଦ୍ୟମରେ ସୁପରସୋନିକ୍ କ୍ରୁଜ ମିସାଇଲ ବ୍ରହ୍ମୋସର ବିଭିନ୍ନ ସଂସ୍କରଣର ପରୀକ୍ଷଣ କରାଯାଇଛି ।

ବ୍ରହ୍ମୋସ ନିଜ ଶ୍ରେଣୀରେ ବିଶ୍ୱର ସବୁଠାରୁ ଦ୍ରୁତ ପରିଚାଳନା ପ୍ରଣାଳୀ ଅଟେ । ଏହା ଡିଆରଡିଓ ଦ୍ୱାରା ବିକଶିତ ହୋଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦ରୁ ୪୫୦ କିମିକୁ ବୃଦ୍ଧି କରାଯାଇଛି । ଏହାର ନୌସେନା ସଂସ୍କରଣକୁ ଅକ୍ଟୋବର ୧୮ରେ ଆରବ ସାଗରରେ ସଫଳ ପରୀକ୍ଷଣ କରାଯାଇଥିଲା ।

ପରୀକ୍ଷଣରେ ବ୍ରହ୍ସୋର ୪୦୦ କିମିର ଲକ୍ଷ୍ୟ ଭେଦ କରିଥିଲା । ଏହାପରେ ନଭେମ୍ବର ୨୪ରେ ଆଣ୍ଡାମାନ ନିକୋବର ଦ୍ୱୀପରୁ ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସର ଲ୍ୟାଣ୍ଡ୍ ଆଟାକ୍ ଭର୍ସନର ପରୀକ୍ଷଣ ମଧ୍ୟ ସଫଳ ହୋଇଥିଲା । ମଙ୍ଗଳବାର ସୁପରସୋନିକ କ୍ରୁଜ୍ ମିସାଇଲ ବ୍ରହ୍ମୋସର ଆଣ୍ଟି ସିପ୍ ଭର୍ସନର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ବାୟୁସେନା ଓ ନୌସେନାରେ ଆଗାମୀ କିଛି ମାସରେ ବ୍ରହ୍ମୋସର ନୂଆ ସଂସ୍କରଣର ପରୀକ୍ଷଣ ହେବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.