ହୁସିଆର୍ ପାକିସ୍ତାନ, ସ୍ପାଇକ୍ ଆସୁଛି - ସ୍ପାଇକ୍ ଆଣ୍ଟି ଟ୍ୟାଙ୍କ ମିସାଇଲର ସଫଳ ପରୀକ୍ଷଣ, ସେନାର ଇନଫାଣ୍ଟ୍ରି କମ୍ପାଣ୍ଡ ପକ୍ଷରୁ ସଫଳ ପରୀକ୍ଷଣ

Published By : Prameya-News7 Bureau | November 28, 2019 IST

ନୂଆଦିଲ୍ଲୀ ୨୮।୧୧ -  ଭାରତୀୟ ସେନାର ଇନଫାଣ୍ଟ୍ରି କମ୍ପାଣ୍ଡ ପକ୍ଷରୁ ମଧ୍ୟପ୍ରଦେଶ ମହୁରେ ସ୍ପାଇକ୍ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି । ଏହି ମିଶାଇଲକୁ ଇସ୍ରାଏଲର ରାଫେଲ୍ ଆଡଭାନ୍ସ ଡିଫେନ୍ସ ସିଷ୍ଟମ୍ ବିକାଶ କରିଛି । ଭାରତୀୟ ସେନାର ଆବଶ୍ୟକତାକୁ ନଜରରେ ରଖି ପ୍ରତିରକ୍ଷା ବିଭାଗ ଏହାକୁ ଭାରତୀୟ ସେନା ବାହୀନରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲା । ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିଶାଇଲର ବିଶେଷତ୍ବ ହେଉଛି , ଯୁଦ୍ଧ କ୍ଷେତ୍ରରେ ଏହି ମିସାଇଲ୍ ଶତ୍ରୁପକ୍ଷର ଯୁଦ୍ଧ ଟ୍ୟାଙ୍କକୁ ସମ୍ପୁର୍ଣ୍ଣ ନଷ୍ଟ କରିପାରିବ । ଅନ୍ୟ ଗାଇଡେଡ୍ ମିଶାଇଲ୍ ଠାରୁ ଏହି ମିଶାଇଲ୍ ଲକ୍ଷଭେଦ କରିବାରେ ଅଧିକ ନିର୍ଭୁଲ କ୍ଷମତା ରିଖିଛି । ଏହାସହ ଏହି ମିଶାଇଲକୁ ସେନା କର୍ମଚାରୀମାନେ କାନ୍ଧରେ ଅତି ସହଜରେ ବୋହି ନେଇପାରିବେ । ଲଢୁଆ ଯୁଦ୍ଧ ବିବାନରେ ମଧ୍ୟ ଏହି ମିଶାଇଲକୁ ବ୍ୟବହାର କରାଯାଇ ଶ୍ରତୁପକ୍ଷକୁ ଟାର୍ଗେଟ୍ କରାଯାଇପାରିବ । ଆଜିର ଏହି ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିଶାଇଲ ପରୀକ୍ଷଣ ବେଳେ ସେନା ମୁଖ୍ୟ ବିପିନୀ ରାୱତଙ୍କ ସମତେ ବହୁ ବରିଷ୍ଠ ସେନା ଅଧିକାରୀ ଉପସ୍ଥିତ ଥିଲେ ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.