ବେଙ୍ଗାଲୁରୁ: କର୍ଣ୍ଣାଟକର ଚିତ୍ରାଦୁର୍ଗ ସ୍ଥିତ ଏରୋନେଟିକାଲ୍ ଟେଷ୍ଟ ରେଞ୍ଜ(ଏଟିଆର)ରୁ ସ୍ୱୟଂଚାଳିତ ଫ୍ଲାଇଙ୍ଗ ୱିଙ୍ଗ ଟେକ୍ନୋଲୋଜି ଡେମନୋଷ୍ଟ୍ରେଟର୍କୁ ସଫଳତାର ସହ ପରୀକ୍ଷଣ କରିଛି DRDO। ବଡ଼ କଥା ହେଉଛି ଏହା ଏକ ସ୍ୱଦେଶୀ ବିକଶିତ ହାଇ ସ୍ପିଡ୍ UAV (ମାନବ ବିହୀନ ଉଡନ୍ତା ଯାନ)। ଏହା ସହିତ ଭାରତ ଫ୍ଲାଇଙ୍ଗ ଉଇଙ୍ଗ କନଫ୍ୟୁଗରେସନ୍ ଦେଶମାନଙ୍କ ସହ ଯୋଡି ହୋଇଯାଇଛି।
ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି, ଯେଉଁଥିରେ UAVର ଉଡ଼ାଣ ଏବଂ ଅବତରଣ କରୁଥିବା ଦେଖିବାକୁ ମିଳୁଛି। ଏହି UAV ଉଡ଼ାଣ ଦେଖିଲେ ଯୁଦ୍ଧ ବିମାନର ଚିତ୍ର ମନକୁ ଚାଲିଆସିବ।
ଏହି UAVକୁ DRDOର ଏରୋନେଟିକାଲ୍ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ADE) ଦ୍ୱାରା ଡିଜାଇନ୍ ଏବଂ ବିକଶିତ କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବିମାନର ପ୍ରଥମ ଉଡ଼ାଣ ଜୁଲାଇ ୨୦୨୨ରେ କରାଯାଇଥିଲା। ଏହା ପରେ, ଦୁଇଟି ଇନ୍-ହାଉସ୍ ମ୍ୟାନୁଫାକଚର୍ ପ୍ରୋଟୋଟାଇପ୍ ବ୍ୟବହାର କରି ବିଭିନ୍ନ ଢେଭଲପମେଣ୍ଟ କନଫିଗ୍ୟୁରେସନ୍ରେ ୬ ଥର ପରୀକ୍ଷଣ କରାଯାଇଥିଲା।
wp:html/wp:html#WATCH | DRDO has successfully demonstrated the flight trial of Autonomous Flying Wing Technology Demonstrator, an indigenous high-speed flying wing UAV from the Aeronautical Test Range (ATR), Chitradurga in Karnataka. With this flight in the tailless configuration, India has… pic.twitter.com/TpnUb3ApXI
— ANI (@ANI) December 15, 2023
ଏହା ହାଲୁକା କାର୍ବନ ପ୍ରିପ୍ରେଗ ସହ ଡିଜାଇନ୍ କରାଯାଇଛି। ଏହାକୁ ପରି ସ୍ୱଦେଶୀ ଜ୍ଞାନ କୌଶଳରେ ଡିଜାଇନ୍ କରାଯାଇଛି। ଏହାପୂର୍ବରୁ, DRDO ସଫଳତାର ସହିତ ଏକ ଭୂପୃଷ୍ଠରୁ ଭୂପୃଷ୍ଠକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ଏହି କ୍ଷେପଣାସ୍ତ୍ରର ନାମ ପ୍ରଲାଇ ନାମ ଦିଆଯାଇଛି।