ଅଶ୍ଵିନ ଓ କୁଲଦୀପଙ୍କ ଜାଲରେ ଫସିଲା ଇଂଲଣ୍ଡ, ଭାରତ ହାତ ମୁଠାରେ ରାଞ୍ଚି ଟେଷ୍ଟ

Published By : Prameya-News7 Bureau | February 25, 2024 IST

ରାଞ୍ଚି: ଏଠାରେ ଜେଏସସିଏ ଷ୍ଟାଡିୟମରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଡ୍ରାଇଭିଂ ସିଟ୍‌ରେ ଭାରତ। ପ୍ରଥମ ଦୁଇ ଦିନ ମ୍ୟାଚ୍‌ରେ ଦୃଢ ସ୍ଥିତିରେ ଥିବା ଭ୍ରମଣକାରୀ ଇଂଲଣ୍ଡ ତୃତୀୟ ଦିନରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ପରାଜୟ ଅଭିମୁଖେ ବଢୁଛି। ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ୧୪୫ ରନରେ ଅଲଆଉଟ୍ ହେବା ପରେ ଭାରତକୁ ପ୍ରଥମ ଇନିଂସ ଭିତ୍ତିରେ ୧୯୨ ରନ ବିଜୟ ଲକ୍ଷ୍ୟ ମିଳିଛି। ଜବାବରେ ଭାରତ ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା କୌଣସି ଓ୍ଵିକେଟ୍ ନ ହରାଇ ୪୦ ରନ କରିଛି। କ୍ରିଜରେ ଅଧିନାୟକ ରୋହିତ ଶର୍ମା ୨୪ ରନ ଓ ଯଶସ୍ଵୀ ଜୟସ୍ଵାଲ ୧୬ ରନ କରି ବ୍ୟାଟିଂ କରୁଛନ୍ତି। ଭାରତକୁ ଜିତିବା ପାଇଁ ଆଉ ୧୫୨ ରନ ଦରକାର ଥିବା ବେଳେ ହାତରେ ଆହୁରି ୨ ଦିନର ସମୟ ରହିଛି। ଚତୁର୍ଥ ଦିନରେ କୌଣସି ଚମତ୍କାର ହିଁ ଇଂଲଣ୍ଡକୁ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରାଇ ପାରିବ। ଏହା ପୂର୍ବରୁ ଭାରତ ତୃତୀୟ ଦିନରେ ୩୦୭ ରନରେ ଅଲଆଉଟ୍ ହୋଇଥିଲା। ଫଳରେ ଇଂଲଣ୍ଡକୁ ୪୬ ରନର ଅଗ୍ରଣୀ  ମିଳିଥିଲା।

wp:heading {"level":4}

Also read- ୬ମାସରେ ହରାଇଥିଲେ ବାପା-ଭାଇଙ୍କୁ, ଏବେ ବିଦେଶୀ ଖେଳାଳିଙ୍କ ଭାଙ୍ଗିଲେ ଅଣ୍ଟା

/wp:heading

ଭାରତ ପ୍ରଥମ ଇନିଂସରେ ୩୦୭ ରନରେ ଅଲଆଉଟ୍ ହେବା ପରେ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିଲା ଇଂଲଣ୍ଡ। ଆଉ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ରବିଚନ୍ଦ୍ରନ ଅଶ୍ଵିନ କ୍ରମାଗତ ୩ଟି ଓ୍ଵିକେଟ୍ ନେଇ ଇଂଲଣ୍ଡକୁ ବ୍ୟାକଫୁଟ୍‌କୁ ଠେଲିଥିଲେ। ପଞ୍ଚମ ଓଭରରେ କ୍ରମାଗତ ଦୁଇଟି ବଲ୍‌ରେ ବେନ ଡକେଟ୍(୧୫) ଓ ଓଲି ପପ୍‌(୦)ଙ୍କୁ ଶିକାର କରିଥିଲେ ଅଶ୍ଵିନ। ଏହା ପରେ ଜୋ ରୁଟ୍‌(୧୧)ଙ୍କୁ ମଧ୍ୟ ପାଭିଲିୟନର ରାସ୍ତା ଦେଖାଇଥିଲେ ଭାରତର ଏହି ଷ୍ଟାର ସ୍ପିନର। ଅନ୍ୟପଟେ ଜ୍ୟାକ କ୍ରାଉଲି ଦ୍ରୁତ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା। କୁଲଦୀପ ଜ୍ୟାକ କ୍ରାଉଲିଙ୍କୁ ବୋଲ୍ଡ କରି ଭାରତକୁ ବଡ଼ ସଫଳତା ଦେଇଥିଲେ। ସେ ୯୧ ବଲ୍‌ରେ ୭ ଚୌକା ସହ ୬୦ ରନ କରି ପାଭିଲିୟନ ଫେରିଥିଲେ।

{"width":840,"height":559}
Dhruv Jurel's catch to dismiss James Anderson wrapped up England's inningsl, India vs England, 4th Test, Ranchi, 3rd day, February 25, 2024
espncricinfo

ଏହା ପରେ ଅଧିନାୟକ ବେନ ଷ୍ଟୋକ୍ସ(୪)ଙ୍କୁ ମଧ୍ୟ ନିଜର ଶିକାର କରିଥିଲେ ଏହି ଚାଇନାମ୍ୟାନ ସ୍ପିନର। ମଧ୍ୟକ୍ରମରେ ବେୟାରଷ୍ଟୋ ଭଲ ବ୍ୟାଟିଂ କରୁଥିଲେ ହେଁ ଲମ୍ବା ଇନିଂସ ଖେଳି ପାରି ନ ଥିଲେ। ସେ ୪୨ ବଲ୍‌ରୁ ୩୦ ରନ କରି ରବୀନ୍ଦ୍ର ଜାଡ଼େଜାଙ୍କ ବଲରେ ଆଉଟ୍ ହୋଇଥିଲେ। ପୁଣି କୁଲଦୀପ ଟମ ହାର୍ଟଲୀ(୭ ରନ) ଓ ଓଲି ରବିନସନ(୦)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ଆଉ ବାକି କାମ ପୂରା କରିଥିଲେ ଅଶ୍ଵିନ। ଏହି  ଭେଟେରାନ ବୋଲର ବେନ ଫୋକ୍ସ(୧୭) ଓ ଜେମ୍ସ ଆଣ୍ଡରସନ(୦)ଙ୍କୁ ଆଉଟ୍ କରି ଟେଷ୍ଟରେ ୩୫ମ ଥର ୫ ଓ୍ଵିକେଟ୍ ହାସଲ କରିଥିଲେ। ଏଥିସହ ଇଂଲଣ୍ଡ ୧୪୫ ରନରେ ଅଲଆଉଟ୍ ହୋଇଥିଲା।

R Ashwin got Ben Duckett early in England's second innings, India vs England, 4th Test, Ranchi, 3rd day, February 25, 2024
espncricinfo

ଭାରତ ପକ୍ଷରୁ ଅଶ୍ଵିନ ୫୧ ରନ ଦେଇ ୫ ସଫଳତା ହାସଲ କରିଥିବା ବେଳେ କୁଲଦୀପ ଯାଦବ ମାତ୍ର ୨୨ ରନ ଦେଇ ୪ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ରବୀନ୍ଦ୍ର ଜାଡ଼େଜାଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା। ଏହିପରି ତିନି ସ୍ପିନର ଇଂଲଣ୍ଡର ସମସ୍ତ ଓ୍ଵିକେଟ୍ ପୋଛି ନେଇଛନ୍ତି।  ସୂଚନାଯୋଗ୍ୟ, ପ୍ରଥମ ଇନିଂସରେ ଜୋ ରୁଟ୍‌ଙ୍କ ୧୨୨ ରନର ଅପରାଜିତ ପାଳି ବଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନ କରିଥିଲା। ଜବାବରେ ଭାରତ ଧ୍ରୁବ ଜୁରେଲଙ୍କ ୯୦ ରନ ଓ ଯଶସ୍ଵୀ ଜୟସ୍ଵାଲଙ୍କ ୭୩ ରନ ବଳରେ ୩୦୭ ରନ କରି ପାରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.