ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି୨୦, ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Published By : Prameya-News7 Bureau | July 27, 2021 IST

କଲମ୍ବୋ,୨୭/୦୭ : ମଙ୍ଗଳବାର  ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ମଙ୍ଗଳାବାର ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ ଭାରତ ୩୮ ରନ୍‌ରେ ବିଜୟ ହାସଲ କରିଥିଲା । ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ବଳରେ ଭାରତ ସହଜ ବିଜୟ ହାସଲ କରିଥିଲା । ଏହି ପ୍ରଦର୍ଶନକୁ ମଙ୍ଗଳାବାର ଦୋହରାଇବା ପାଇଁ ଭାରତ ଉଦ୍ୟମ କରିବ ।

ଘରୋଇ ଦଳ ପାଇଁ ଶେଷ ସୁଯୋଗ ରହିଛି । ଦିନିକିଆ ସିରିଜ ପରାଜିତ ହୋଇସାରିଛି । ଟି-ଟ୍ୱେଣ୍ଟି ସିରିଜ ଜିତି ସମ୍ମାନ ବଞ୍ଚାଇବାକୁ ଶ୍ରୀଲଙ୍କା ଉଦ୍ୟମ କରିବ। ତେଣୁ ମଙ୍ଗଳାବାର ବିଜୟ ପାଇଁ ଶ୍ରୀଲଙ୍କା ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଭାରତୀୟ ଦଳରେ ମଙ୍ଗଳାବାର ବଡ ପରିବର୍ତ୍ତନ ହେବାର ଆଶା ରହିଛି । ପୃଥ୍ୱୀ ଶ’ ଓ ସୂର୍ଯ୍ୟକୁମାର ଯାଦବ ଟେଷ୍ଟ ଦଳରେ ସ୍ଥାନ ପାଇ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଫଳରେ ଉଭୟ ମଙ୍ଗଳାବାର ଖେଳିବା ନେଇ ଆଶଙ୍କା ରହିଛି । ଉଭୟ ବିଶ୍ରାମ ପାଇଲେ ଦେବଦତ୍ତ ପାଡ଼ିକଲ ଓ ଋତୁରାଜ ଗାଏକୱାଡଙ୍କୁ ସୁଯୋଗ ମିଳିବ । ମନିଷ ପାଣ୍ଡେ ଏକାଦଶକୁ ଫେରିବା ସମ୍ଭାବନା ନାହିଁ । ବୋଲିଂ ବିଭାଗରେ ପରିବର୍ତ୍ତନ ହେବ ନାହିଁ ।

ମଙ୍ଗଳାବାର ସଞ୍ଜୁ ସାମସନଙ୍କ ଉପରେ ନଜର ରହିବା ସ୍ୱାଭାବିକ । ସେ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନାହାନ୍ତି । ତାଙ୍କ ବ୍ୟାଟ୍‌ରୁ ବିସ୍ପୋରକ ବ୍ୟାଟିଂ ଦେଖିବାକୁ କ୍ରିକେଟ୍‌ ପ୍ରେମୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ସହାୟତା କରିବା ନିଶ୍ଚିତ । ଫ୍ଲଡ୍‌ ଲାଇଟ୍‌ ତଳେ ମ୍ୟାଚ୍‌ ଖେଳାଯିବ । ତେଣୁ ଟସ୍‌ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.