ଭାରତ-ଶ୍ରୀଲଙ୍କା ଶେଷ ଦିନିକିଆ, ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି

Published By : Prameya-News7 Bureau | January 15, 2023 IST

ଥିରୁଅନନ୍ତପୁରମ ୧୫।୦୧ : ଭାରତ-ଶ୍ରୀଲଙ୍କା ଶେଷ ଦିନିକିଆ ମ୍ୟାଚ୍‌ । ଅନ୍ତିମ ଦିନିକିଆରେ ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍‌ ଶ୍ରୀଲଙ୍କା । ପୂର୍ବରୁ ଭାରତ ୨-୦ ସିରିଜ୍‌କୁ କବ୍‌ଜା କରିସାରିଛି । ତେବେ ଆଜିର ମ୍ୟାଚ୍‌ ଜିତି କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ ରହିଛି ।

wp:html /wp:html

ଶ୍ରୀଲଙ୍କ ବିପକ୍ଷ ଟି-୨୦ ସିରିଜ୍‌ ବିଜୟ ପରେ ଦିନିକିଆ ସିରିଜ୍‌ ବି ଜିତି ସାରିଛି ଟିମ୍ ଇଣ୍ଡିଆ । ପ୍ରଥମ ଦିନିକିଆରେ ଭ୍ରମଣକାରୀ ଶ୍ରୀଲଙ୍କ ଦଳକୁ ୬୭ ରନ୍‌ରେ ପରାସ୍ତ କରିଥିଲେ ଟିମ୍ ଇଣ୍ଡିଆ । ଏହାପରେ ୨ୟ ଦିନିକିଆରେ ଭାରତ ୪ ଓ୍ୱିକେଟ୍‌ରେ ବିଜୟୀ ହୋଇଥିଲା । ଯାହାଫଳରେ ଦିନିକିଆ ସିରିଜ୍‌କୁ ୨-୦ରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଆଉ ଏବେ ଶେଷ ଦିନିକିଆ ପାଇଁ ଥିରୁଅନନ୍ତପୁରମରେ ହେବ ଲଢେଇ ।

ତେବେ ଅନ୍ତିମ ଦିନିକିଆରେ ଭାରତୀୟ ଦଳରେ ୨ଟି ପରିବର୍ତ୍ତନ ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇଥିବା ବେଳେ ଉମ୍‌ରାନ ମଲ୍ଲିକଙ୍କ ସ୍ଥାନରେ ଓ୍ୱାସିଂଟନ୍‌ ସୁନ୍ଦରଙ୍କୁ ସାମିଲ କରାଯାଇଛି । ବାକି ଟିମ୍‌ ସମାନ ରହିଛି । ସେହିପରି ଶ୍ରୀଲଙ୍କା ଦଳରେ ବି ୨ଟି ପରିବର୍ତ୍ତନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.