ଇଂଲଣ୍ଡ କୋଚ୍ ମ୍ୟାକକୁଲମ୍ ବାଲକୋନୀରୁ କଲେ ଇଶାରା, ତା'ପରେ ଏମିତି ଆଉଟ୍ ହେଲେ ଶ୍ରେୟସ : ଦେଖନ୍ତୁ ଭିଡିଓ

Published By : Prameya-News7 Bureau | July 05, 2022 IST

ନୂଆଦିଲ୍ଲୀ,୦୫/୦୭: ଅନ୍ତର୍ଜାତୀୟ କ୍ରିକେଟରେ ଶ୍ରେୟସ ଆୟରଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି । ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟର ଦ୍ୱିତୀୟ ପାଳିରେ ସମ୍ପୂର୍ଣ୍ଣ ଫେଲ୍ ହୋଇଛନ୍ତି ଶ୍ରେୟସ । ସେ ୧୯ ରନ୍ କରିଥିବା ବେଳେ ଘରୋଇ ବୋଲର ମ୍ୟାଥ୍ୟୁ ପଣ୍ଟସଙ୍କ ଶିକାର ହୋଇଥିଲେ । ପ୍ରଥମ ପାଳିରେ ମଧ୍ୟ ସେପରି କିଛି ଖାସ୍ କରିନପାରି ଶ୍ରେୟସ ୧୫ ରନରେ ପ୍ୟାଭିଲିୟନ ଫେରିଥିଲେ ।  

wp:html /wp:html

ଦ୍ୱିତୀୟ ପାଳିରେ ଶ୍ରେୟସଙ୍କ ଆଉଟ୍ କରିବା ପାଇଁ ଇଂଲଣ୍ଡ ଟିମ୍ ଖାସ୍ ରଣନୀତି ଆପଣାଇଥିଲା । ଶ୍ରେୟସ କ୍ରିଜକୁ ଆସିଲା ପରେ ଇଂଲଣ୍ଡ  ବୋଲର ତାଙ୍କୁ ସର୍ଟ ବଲ୍ ପକାଇବା ଆରମ୍ଭ କରିଦେଇଥିଲେ । ଏନେଇ ଦଳର ମୁଖ୍ୟ କୋଚ୍ ବ୍ରେଣ୍ଡନ୍ ମ୍ୟାକକୁଲମ୍ ନିର୍ଦ୍ଦେଶ ଦେଇଥିଲେ । ଶ୍ରେୟସ ବ୍ୟାଟିଂ ପାଇଁ ଓହ୍ଲାଇବା ପରେ ଡ୍ରେସିଂ ରୁନରେ ଥିବା ମ୍ୟାକକୁଲମ ଇଶାରାରେ ଇଂଲଣ୍ଡ ବୋଲରଙ୍କୁ ଏନେଇ ସୂଚାଇ ଦେଇଥିଲେ ।

ଶ୍ରେୟସଙ୍କ ଦୁର୍ବଳତା ଜାଣିଛନ୍ତି ମ୍ୟାକକୁଲମ୍

ମ୍ୟାକକୁଲମଙ୍କ ରଣନୀତି ସମ୍ପୂର୍ଣ୍ଣ ଭାବେ କାମ କରିଥିଲା । ମାଥ୍ୟୁ ସଟ୍ ବଲ ପକାଇବା ଆରମ୍ଭ କରିଦେଇଥିଲେ । ଫଳରେ ଶ୍ରେୟସ ମିଡ୍ ଓ୍ୱିକେଟରେ ଥିବା ଆଣ୍ଡରସନଙ୍କ ହାତରେ ଧରା ପଡିଥିଲେ । ତେବେ ମ୍ୟାକକୁଲମ ୨୦୨୨ରେ କୋଲକାତା ନାଇଟ୍ ରାଇଡର୍ସକ ମୁଖ୍ୟ କୋଚ୍ ଥିଲେ । ଟିମର ଅଧିନାୟକ ଥିଲେ ଶ୍ରେୟସ । ତେଣୁ ଭଲ ଭାବେ ଶ୍ରେୟସଙ୍କ ଦୁର୍ବଳତା ଜାଣିଛନ୍ତି ମ୍ୟାକକୁଲମ୍ ।

ଖରାପ ଫର୍ମରେ ଶ୍ରେୟସ

ଶ୍ରେୟସ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲେ । ସେ ସିରିଜର ୫ ପାଳିରେ ମାତ୍ର ୯୪ ରନ୍ କରିପାରିଥିଲେ । ତାଙ୍କର ଆଭରେଜ୍ ୨୩.୫୦ ଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୧୨୩.୬୮ ଥିଲା । ଆଇପିଏଲରେ ମଧ୍ୟ ସେ କିଛି ଖାସ୍ କରିପାରିନଥିଲେ । ତାଙ୍କ ନେତୃତ୍ୱରେ କେକେଆର ପ୍ଲେଅଫରେ ମଧ୍ୟ ପହଁଚି ପାରିନଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.