ଏସିଆ କପ୍ ୨୦୨୩: ଭାରତୀୟ ଟିମ୍ ଚୟନ ପାଇଁ ସୋମବାର ଦିଲ୍ଲୀରେ ବିସିସିଆଇ ବୈଠକ, ଘାରିଲା ଆହତ ଚିନ୍ତା

Published By : Prameya-News7 Bureau | August 18, 2023 IST

ନୂଆଦିଲ୍ଲୀ: ଏସିଆ କପ୍‌ ୨୦୨୩ ପାଇଁ ଭାରତୀୟ ଟିମ୍ ଚୟନ କରିବାକୁ ଆସନ୍ତା ସୋମବାର(ଅଗଷ୍ଟ ୨୧) ବିସିସିଆଇ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ଚୟନ କର୍ତ୍ତା ଅଜିତ ଅଗରକରଙ୍କର ନେତୃତ୍ୱରେ ନୂଆ ଦିଲ୍ଲୀରେ ଏହି ବୈଠକ ବସିବ।

ଅଗଷ୍ଟ ୩୦ ତାରିଖରୁ ପାକିସ୍ତାନ ଓ ଶ୍ରୀଲଙ୍କାରେ ଏସିଆ କପ୍‌ ଆରମ୍ଭ ହେବ। ଏଥିପାଇଁ ବିସିସିଆଇ ବୈଠକ ଡକାଇଛି। ଅଧିନାୟକ ହିସାବରେ ରୋହିତ ଶର୍ମା ଏହି ବୈଠକରେ ଯୋଗ ଦେବେ।

ତା’ ପୂର୍ବରୁ ପାକିସ୍ତାନ, ନେପାଳ ଓ ବାଂଲାଦେଶ ନିଜ ନିଜର ଟିମ୍ ଘୋଷଣା କରିସାରିଛନ୍ତି। ହେଲେ ଭାରତ ଏପର୍ଯ୍ୟନ୍ତ ଟିମ୍ ଘୋଷଣା କରି ନାହିଁ। କାରଣ ଦଳର ପ୍ରମୁଖ ଖେଳାଳିମାନେ ଆହତ ଥିବାରୁ ଟିମ୍ ଘୋଷଣାରେ ବିଳମ୍ବ ହେଉଛି।  

ସେପଟେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସେମାନଙ୍କର ବିଶ୍ୱକପ୍‌ ଟିମ୍ ଘୋଷଣା କରିସାରିଥିବା ବେଳେ ପାକିସ୍ତାନ ଏସିଆ କପ୍ ପାଇଁ ଟିମ୍ ଘୋଷଣା କରିସାରିଛି। ଏହିସବୁ ଟିମ୍‌ରେ ୧୫ ଜଣିଆ ଖେଳାଳି ରହିଛନ୍ତି। ତେବେ ଭାରତ କେତେ ଜଣିଆ ଟିମ୍ ଚୟନ କରିବ ତା ଉପରେ ନଜର।

ବର୍ତ୍ତମାନ ଭାରତରେ ଷ୍ଟାର ଖେଳାଳି ଜସ୍‌ପ୍ରୀତ ବୁମ୍ରା, କେଏଲ୍ ରାହୁଲ ଓ ଶ୍ରେୟସ ଆୟର ଆହତ କାରଣ ଦଳରୁ ବାହାରେ ରହିଛନ୍ତି। ଚଳିତ ବର୍ଷ ଆରମ୍ଭରେ ବୁମ୍ରାଙ୍କ ମେରୁହାଡ଼ରେ ଷ୍ଟ୍ରେସ୍ ଫ୍ରେକ୍‌ଚର ଯୋଗୁ ତାଙ୍କର ସର୍ଜରୀ ହୋଇଛି। ତେବେ ଆଉ କିଛି ସମୟ ପରେ ଆଜି(ଅଗଷ୍ଟ ୧୮) ଆୟରଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ରେ ସେ ପରୀକ୍ଷାମୁଳକ ଭାବେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ

ଏପଟେ ରାହୁଲ ଓ ଆୟରଙ୍କ ସ୍ଥାନରେ ଟିମ୍‌ ଇଣ୍ଡିଆ ସୂର୍ଯ୍ୟକୁମାର ଯାଦବ ଓ ସଞ୍ଜୁ ସାମସନଙ୍କୁ ନେବ କି ନା ତା ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଏହି ଦୁଇ ଖେଳାଳିଙ୍କୁ ପୂର୍ବରୁ ସୁଯୋଗ ମିଳିଥିଲେ ବି ଏମାନେ ତାର ଲାଭ ଉଠାଇ ପାରି ନାହାନ୍ତି। ସୂର୍ଯ୍ୟକୁମାର ଯାଦବ ଟି-୨୦ରେ ଏକ ନମ୍ବର ବ୍ୟାଟର ହୋଇଥିଲେ ବି ଦିନକିଆରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ଗତ ୧୭ଟି ଦିନିକିଆ ପାଳିରେ ସୂର୍ଯ୍ୟ କୁମାର ୫୦ରୁ ଅଧିକ ସ୍କୋର କରିପାରି ନାହାନ୍ତି।

ସେହିପରି ବାମହାତୀ ବ୍ୟଟର ଭାବେ ତିଲକ ବର୍ମାଙ୍କୁ ୪ ନମ୍ବର ସ୍ଥାନରେ ନିଆଯାଇପାରେ। କାରଣ ୱେଷ୍ଟ ଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ରେ ତାଙ୍କର ପ୍ରଦର୍ଶନ ଖୁବ୍ ଭଲ ରହିଛି। ହେଲେ ତିଲଙ୍କ ଦିନିକିଆ କ୍ରିକେଟ୍ ଖେଳି ନାହାନ୍ତି। ହେଲେ ଏହି ଯୁବ ଖେଳାଳିଙ୍କର ଆଇପିଏଲ୍‌ ରେକର୍ଡ ମଧ୍ୟ ଭଲ ରହିଛି।

ପଢ଼ନ୍ତୁ-ଭାରତ ବନାମ ପାକିସ୍ତାନ ମ୍ୟାଚ୍‌କୁ ନେଇ ଶ୍ରୀଲଙ୍କାରେ ଉତ୍ସାହ, ଟିକେଟ୍ ଦାମ୍ ଆକାଶଛୁଆଁ  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.