ନୂଆଦିଲ୍ଲୀ, ୨୨।୦୭ : ଭାରତୀୟ ଦଳ ୨୦୨୨ ଟି୨୦ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସିରିଜ୍ ଖେଳିବ । ଏହାସହ ମେନ୍ ଇନ୍ ବ୍ଲୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍ ମଧ୍ୟ ଖେଳିବ । ଏଥିପାଇଁ ଭାରତର ଏ ଟିମ୍ ମଇଦାନକୁ ଓହ୍ୱାଇବ ।
ପିଟିଆଇ ଅନୁସାରେ,ଭାରତ-ଅଷ୍ଟ୍ରେଲିଆ ସହ ସେପ୍ଟେମ୍ବର ୨୦,୨୩ ଓ ୨୫ ତାରିଖରେ ମ୍ୟାଚ୍ ଖେଳିବ । ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେପ୍ଟେମ୍ବର ୨୮, ଅକ୍ଟୋବର ୧ ଓ ୩ ତାରିଖରେ ମୁହାଁମୁହିଁ ହେବ । ଏହି ଦୁଇ ସିରିଜ ସହ ଦଳର ଟି୨୦ ବିଶ୍ୱକପ ପ୍ରସ୍ତୁତି ପୂରଣ ହେବ । ତା ପରେ ଅକ୍ଟୋବର ୬, ୯ ଓ ୧୧ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବ ।
ତେବେ ଯେଉଁ ଭାରତୀୟ ଖେଳାଳି ବିଶ୍ୱକପରେ ସାମିଲ ହୋଇଥିବେ ସେମାନେ ଦିନିକିଆ ସିରିଜ୍ ଖେଳିବେ ନାହିଁ । ସେମାନେ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ । ଟି୨୦ ବିଶ୍ୱକପର ସୁପର ୧୨ ଷ୍ଟେଜ୍ ଅକ୍ଟୋବର ୨୨ରୁ ଆରମ୍ଭ ହେବ । ଯେଉଁଥିରେ ଭାରତ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ ।
ବିସିସିଆଇ ସୂତ୍ର ଅନୁସାରେ, ବିସିସିଆଉ ସମାନ କ୍ଷମତା ବିଶିଷ୍ଟ ଦୁଇଟି ଜାତୀୟ ଦଳ ପ୍ରସ୍ତୁତ କରୁଛି । ତେଣୁ ଦିନିତିଆ ସିରିଜ୍ ସେତେବେଳେ ଖେଳାଯିବ ଯେତେବେଳେ ଗୋଟିଏ ଟିମ୍ ଟି୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ । ରୋଟେସନ୍ ଅନୁସାରେ ଗୋଟିଏ ଦିନିକିଆ କୋଲକାତାରେ ଖେଳାଯାଇଥାନ୍ତା । କିନ୍ତୁ ଦଶହରା ପାଇଁ ଏହାର ସ୍ଥାନ ବଦଳାଯାଇଛି । ତେଣୁ କୋଲକାତାରେ ହେବାକୁ ଥିବା ମ୍ୟାଚ୍ ଦିଲ୍ଲୀରେ ଖେଳାଯିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି ।