oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

କେପଟାଉନ୍‌ ଟେଷ୍ଟ Day 2: ଦକ୍ଷିଣ ଆଫ୍ରିକାର ୨୧୦ରନ ଜବାବରେ ଭାରତ ୫୭/୨, କ୍ରିଜ୍‌ରେ କୋହଲି-ପୁଜାରା ଯୋଡି

12/01/2022 at 9:56 PM

କେପଟାଉନ୍‌ ୧୨/୦୧ : ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଜାରିରହିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି । ଦ୍ବିତୀୟ ଦିନ ଶେଷ ସୁଦ୍ଧା ଭାରତ ୧୭ ଓଭରରେ ୨ ଓ୍ବିକେଟ ହରାଇ ସଂଗ୍ରହ କରିଛି ୫୭ ରନ । ଦଳ ପକ୍ଷରୁ ଲୋକେସ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ବାଲ ସହଳ ଆଉଟ ହୋଇଯିବା ପରେ ପାଳି ସମ୍ଭାଳିଛନ୍ତି ଅଧିନାୟକ ବିରାଟ କୋହଲି ଏବଂ ଅଭିଜ୍ଞ ଚେତେଶ୍ବର ପୁଜାରା । ରାହୁଲ ବ୍ୟକ୍ତିଗତ ଭା​‌​ବେ ୧୦ ରନକରି ଆଉଟ ହୋଇଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ୭ ରନକରି ପ୍ୟାଭିଲିୟନ ଫେରିଛନ୍ତି । ଚେତେଶ୍ବର ପୁଜାରା ୯ରନ ଏବଂ କ୍ୟାପଟେନ୍‌ କୋହଲି ୧୪ରନ କରି ଅପରାଜିତ ଅଛନ୍ତି । ଘରୋଇ ଟିମ ଠାରୁ ଭାରତ ଏବେ ୭୦ରନରେ ଆଗରେ ରହିଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା ୨୫ ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ ମାର୍କୋ ଜନସେନ୍‌ ୭ ରନ ଦେଇ ଗୋଟିଏ ସଫଳତା ପାଇଛନ୍ତି ।

ମ୍ୟାଚ୍‌ ସାରାଂଶ କଥା କହିବାକୁ ଗଲେ, ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ କୋହଲିଙ୍କ ୭୯ ରନ ଏବଂ ପୁଜାରାଙ୍କ ୪୩ ରନ ସହାୟତାରେ ୨୨୩ ରନ କରି ସମସ୍ତ ଓ୍ବିକେଟ ହରାଇଥିଲା । ରାବାଡା ୪ଟି ଏବଂ ମାର୍କୋ ଜନସେନ୍‌ ୩ଟି ଓ୍ବିକେଟ ନେଇଥିଲେ । ଜବାବରେ ଘରୋଇ ଦକ୍ଷିଣ ଆଫ୍ରିକା, କେଗାନ୍‌ ପିଟରସେନ୍‌ଙ୍କ ୭୨ ରନ ସହାୟତାରେ ଦଳ ୨୧୦ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ବୁମରାହ ୫ଟି, ଉମେଶ ଯାଦବ ଏବଂ ମହମ୍ମଦ ସାମୀ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଶାର୍ଦ୍ଦୁଲ ଠାକୁର ଗୋଟିଏ ସଫଳତା ପାଇଥିଲେ ।

   Related Posts