Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ୍‌ଙ୍କ ଧମାକାଦାର୍‌ ବ୍ୟାଟିଂ, ହାସଲ କଲେ ୪୪ ତମ ଶତକ
  • ||
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଆମେରିକାର ଧାର୍ମିକ ସ୍ୱାଧୀନତା ରିପୋର୍ଟ ଉପରେ ଭାରତର କଡ଼ା ଆପତ୍ତି, କହିଲା- ଅନ୍ତର୍ଜତୀୟ ସମ୍ପର୍କରେ ହେଉଛି ଭୋଟ ବ୍ୟାଙ୍କର ରାଜନୀତି

3/06/2022 at 6:23 PM

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ ୟୁଏସ ଷ୍ଟେଟ୍ ଡିପାର୍ଟମେଣ୍ଟର ରିପୋର୍ଟକୁ କଡା ବିରୋଧ କରିଛି ଭାରତ। ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହା ଉପରେ କଡା ପ୍ରତିକ୍ରିୟା ଜାରି କରାଯାଇଛି। ଆମେରିକାର ବରିଷ୍ଠ ଅଧିକାରୀଙ୍କ ଟିପ୍ପଣୀଙ୍କୁ ଭାରତ ପକ୍ଷରୁ ଦୁର୍ଭାଗ୍ୟପୂର୍ଣ୍ଣ କୁହାଯିବା ସହ ଏହା ଅନ୍ତର୍ଜାତୀୟ ସମ୍ପର୍କରେ ଭୋଟବ୍ୟାଙ୍କର ରାଜନୀତି ହେଉଥିବା କୁହାଯାଇଛି । ଏହାସହ ରିପୋର୍ଟ ସମ୍ପୂର୍ଣ୍ଣ ଏକପାଖିଆ ଏବଂ ନିର୍ଦ୍ଦିଷ୍ଟ ଇନପୁଟ୍ ଉପରେ ଆଧାରିତ ହୋଇଥିବା ସରକାର କହିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟ ନିଜ ପ୍ରତିକ୍ରିୟାରେ ସ୍ପଷ୍ଟ କରି କହିଛି ଯେ, ଏକ ବହୁମୁଖୀ ସମାଜ ଭାବେ ସ୍ୱାଧୀନତା ଏବଂ ମାନବାଧିକାରକୁ ମହତ୍ୱ ଦେଉଛି। ଆମେରିକା ସହ ଆଲୋଚନାରେ ଆମେ ବର୍ଣ୍ଣ ଏବଂ ଜାତି ଆଧାରିତ ଆକ୍ରମଣ ଏବଂ ଅପରାଧ ପରି ପ୍ରସଙ୍ଗକୁ ନିୟମିତ ରୂପେ ଉଜାଗର କରିଛୁ।

ଉଲ୍ଲେଖଯୋଗ୍ୟ ଯେ, ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ୱାଧୀନତା ଉପରେ ଆମେରିକାର ବିଦେଶ ମନ୍ତ୍ରଣାଳୟ ଏକ ରିପୋର୍ଟ ପ୍ରକାଶ କରିଥିଲା।  ଭାରତରେ ସଂଖ୍ୟାଲଘୁ ସମୁଦାୟ ଉପରେ ଆକ୍ରମଣ ହେଉଥିବା କଥା କୁହାଯାଇଥିଲା। ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବିଙ୍କେନ ଏହି ରିପୋର୍ଟକୁ ଜାରି କରିଥିଲେ। ଏଥିରେ ସାରା ଦୁନିଆରେ ଧାର୍ମିକ ସ୍ୱାଧୀନତା ସ୍ଥିତିକୁ ଦର୍ଶାଇବାକୁ ପ୍ରୟାସ କରାଯାଇଛି।    

   Related Posts