scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୩୫ରେ ନିଜସ୍ୱ ସ୍ପେସ୍ ଷ୍ଟେସନ, ୨୦୪୦ ସୁଦ୍ଧା ଚନ୍ଦ୍ରରେ ପ୍ରଥମ ଭାରତୀୟ; ଗଗନଯାନ ବୈଠକରେ କହିଲେ ପିଏମ୍ ମୋଦୀ

17/10/2023 at 4:33 PM

ନୂଆଦିଲ୍ଲୀ: ଚନ୍ଦ୍ରଯାନ ୩ର ଐତିହାସିକ ସଫଳତା ପରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଗଗନଯାନ ମିଶନ ପାଇଁ ପ୍ରସ୍ତୁତି ଜୋରଦାର କରିଛି । ଗଗନଯାନ ମିଶନର ପ୍ରଗତିର ସମୀକ୍ଷା ପାଇଁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏଥିରେ ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଭବିଷ୍ୟତର ରୂପରେଖ ଉପରେ ଚର୍ଚ୍ଚା ହୋଇଛି । ବର୍ତ୍ତମାନ ସୁଦ୍ଧା ବିକଶିତ ଟେକ୍ନୋଲଜି ହ୍ୟୁମନ୍-ରେଟେଡ୍ ଲଞ୍ଚ ଭେଇକଲ୍ ଓ ସିଷ୍ଟମ୍ କ୍ୱାଲିଫିକେଶନ ସାମିଲ ରହିଛି । ହ୍ୟୁମନ୍ ରେଟେଡ୍ ଲଞ୍ଚ ଭେଇକଲର ତିନି ମିଶନ ସମେତ ପ୍ରାୟ ୨୦ ବଡ଼ ଟେଷ୍ଟ ଯୋଜନା ରହିଛି ।  

ପଢନ୍ତୁ: ଅନ୍ତରୀକ୍ଷର ମହାଶକ୍ତି ହେବ ଭାରତ, ଆକାଶରେ ଇସ୍ରୋ ନିର୍ମାଣ କରିବେ ବିଶ୍ୱର ତୃତୀୟ ମହାକାଶ କେନ୍ଦ୍ର

ଚନ୍ଦ୍ରଯାନ ୩ ଓ ଆଦିତ୍ୟ ଏଲ୍ ୧ ମିଶନର ସଫଳତାକୁ ନଜରରେ ରଖି ପିଏମ୍ ମୋଦୀ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଦେଶ ୨୦୩୫ ସୁଦ୍ଧା ଭାରତୀୟ ସ୍ପେସ୍ ଷ୍ଟେସନର ସ୍ଥାପନା ସମେତ ନୂଆ ଲକ୍ଷ୍ୟ ସ୍ଥିର କରିବା ଦରକାର ବୋଲି ସେ କହିଛନ୍ତି । ଏହାସହ ୨୦୪୦ ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ଭାରତୀୟ ପଠାଇବା ନେଇ ମଧ୍ୟ ସେ ଲକ୍ଷ୍ୟ ଦେଇଛନ୍ତି । ସେହିପରି ମହାକାଶର ଅନ୍ୟଗ୍ରହଙ୍କ ଉପରେ କାମ କରିବା ପାଇଁ ଅପିଲ୍ କରିଛନ୍ତି । ଏଥିରେ ଭେନସ୍ ଅର୍ବିଟର ମିଶନ ଓ ମଙ୍ଗଳ ଲ୍ୟାଣ୍ଡର ସାମିଲ ରହିବ । ଭାରତର କ୍ଷମତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ ପ୍ରକଟ କରିବ ମହାକାଶ କ୍ଷେତ୍ରରେ ନୂଆ ଶିଖର ଛୁଇଁବା ଦିଗରେ ଦେଶର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ଧ୍ୟାନରେ ରଖି ଇସ୍ରୋ ଖୁବ ଶୀଘ୍ର ଚନ୍ଦ୍ରପୃଷ୍ଠରେ ପ୍ରଥମ ଭାରତୀୟଙ୍କୁ ପଠାଇବା ପାଇଁ ଏକ ବିସ୍ତୃତ ରୋଡମ୍ୟାପ୍ ବିକଶିତ କରିବ। ଏହାପାଇଁ ଚନ୍ଦ୍ରଯାନ ମିଶନର ଏକ ପୂରା ଶୃଙ୍ଖଳା ହେବ, ଏହାସହ ନୂତନ ପିଢିର ଲଞ୍ଚ୍ ଭେଇକଲ୍ (ଏନଜିଏଲଭି)କୁ ବିକଶିତ କରିବା ଉପରେ କାମ କରାଯିବ । ଏହାସହ ଏକ ନୂତନ ଲଞ୍ଚ ପ୍ୟାଡ୍ ମଧ୍ୟ ନିର୍ମାଣ କରାଯିବ ଓ ମାନବ କେନ୍ଦ୍ରିତ ପ୍ରୟୋଗଶାଳା ସହ ଜଡ଼ିତ କୌଶଳ ବିକଶିତ କରାଯିବ।  

Also Read: ମିଶନ ଗଗନଯାନ: ଅକ୍ଟୋବର ୨୧ରେ ପରୀକ୍ଷାମୂଳକ ଭାବେ ମହାକାଶ ଯିବ tv-d1

   Related Posts