Operation Sindoor : ପାକିସ୍ତାନର ୩ଟି ଫାଇଟର ଜେଟ୍‌କୁ ମାରି ଖସାଇଲା ଭାରତ

Published By : Prameya-News7 Bureau | May 09, 2025 IST

ନୂଆଦିଲ୍ଲୀ ୦୯।୦୫ : ପହଲଗାମ୍‌ ପ୍ରତିଶୋଧ । ପାକିସ୍ତାନକୁ ଡବଲ୍‌ ଝଟ୍‌କା । ସବୁଠୁ ଦାମୀ ଫାଇଟର ଜେଟ୍‌କୁ ମାରି ଖସାଇଲା ଭାରତୀୟ ସେନା । ଗୋଟିଏ  F-16 ଏବଂ ୨ଟି JF-17 ଫାଇଟର ଜେଟ୍‌କୁ ମାରି ଖସାଇଛି ଭାରତ । 

ପହଲଗାମ୍‌ର ପ୍ରତିଶୋଧ ନେଇଥିଲା ଭାରତ । ଯାହାର ପରିଣତି ହୋଇଥିଲା କି ୬-୭ ତାରିଖରେ ପାକିସ୍ତାନ ସ୍ଥିତ ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଥିଲା ଭାରତୀୟ । ଯାହାର ଜବାବରେ ଭାରତୀୟ ସୀମାରେ ପ୍ରବେଶ କରି ଆକ୍ରମଣ ପାଇଁ ଉଦ୍ୟମ କରୁଥିଲା । ଯାହାକୁ ପଣ୍ଡ କରିଦେଇଛି ଭାରତୀୟ ସେନା । ଭାରତୀୟ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ ବେଳେ ଗୋଟିଏ  F-16 ଏବଂ ୨ଟି JF-17 ଫାଇଟର ଜେଟ୍‌କୁ ମାରି ଖସାଇଛି ଭାରତ । ଯାହାର ଭଗ୍ନାବଶେଷ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ହିଁ ପଡିଛି । ତେବେ ଫାଇଟ୍‌ର ଜେଟ୍‌ ନଷ୍ଟ ନେଇ ବର୍ତ୍ତମାନ ଯାଏଁ ପାକିସ୍ତାନ ପକ୍ଷରୁ କୌଣସି ସ୍ପଷ୍ଟ ମିଳିନାହିଁ । 

ଅନ୍ୟପଟେ ଭାରତୀୟ ସେନା ଲାହୋର, ଇସଲାମାବାଦ ଭଳି ପାକିସ୍ତାନର ବଡ ବଡ ସହରରେ ପଶି ସିଧା ସଳଖ ଭାରତୀୟ ସେନା ଆକ୍ରମଣ କରିବାରେ ଲାଗିଛି । ପାକିସ୍ତାନରେ ଜାଗୁଆର ବିମାନ ଜରିଆରେ ହମଲା । କରାଚି ବନ୍ଦର ଉପରେ ହମଲା କଲା ଜାଗୁଆର । ପାକିସ୍ତାନର ପଞ୍ଜାବରେ ଥିବା AWACSକୁ ଧ୍ୱଂସ କରିଛି ଭାରତ । 

  • Operation Sindoor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.