ଭାରତରେ ନିର୍ମାଣ ହେଉଥିଲା IIT, ଆମେ ବଦଳାଇ ସାରିଥିଲୁ ୭ ପିଏମ୍...ଦେଶର ସ୍ଥିତିକୁ ନେଇ କହିଲେ ପୂର୍ବତନ ପାକିସ୍ତାନ ଅର୍ଥ ମନ୍ତ୍ରୀ

Published By : Prameya-News7 Bureau | December 22, 2022 IST

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପରେ ଭାରତ ସାରା ଦୁନିଆରେ ଉତ୍ସବ ପାଳନ କରୁଛି, ଅନ୍ୟପଟେ ଧର୍ମ ଆଧାରରେ ଗଠନ ହୋଇଥିବା ପାକିସ୍ତାନ ଏବେ ଡିଫଲ୍ଟର ହେବା ସ୍ଥିତିରେ ପହଞ୍ଚିଛି । ବିଦେଶରେ ଥିବା ନିଜ କର୍ମଚାରୀଙ୍କ ଦରମା ବାବଦ ରାଶି ଦେବାକୁ ମଧ୍ୟ ପାକିସ୍ତାନ ଏବେ ଅସମର୍ଥ । ସାଉଦି ଆରବ ଏବଂ ଚୀନ ସାମନାରେ ଋଣ ପାଇଁ ଗୁହାରି କରୁଛି । ପାକିସ୍ତାନର ଏହି ସ୍ଥିତି ଉପରେ ଶହବାଜ ସରିଫ ସରକାରରେ ଅର୍ଥ ମନ୍ତ୍ରୀ ଥିବା ମିଫତାହ ଇସ୍ମାଇଲ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ସ୍ୱାଧୀନତା ପରେ ଯେତେବେଳେ ଭାରତ ଆଇଆଇଟି ନିର୍ମାଣ କରୁଥିଲା, ସେହି ସମୟରେ ଆମେ ୭ ପ୍ରଧାନମନ୍ତ୍ରୀ ବଦଳାଇ ସାରିଥିଲୁ ।

ଇସ୍ମାଇଲ କହିଛନ୍ତି ଯେ ପାକିସ୍ତାନକୁ ନିଜ ନୂଆ ପିଢିକୁ ସ୍ମାର୍ଟ କରିବାକୁ ପଡିବ, ଫଳରେ ସେମାନେ ଦୁନିଆ ସହ ଚାଲିପାରିବେ । ସେ କହିଛନ୍ତି, 'ଆମ ଭିତରୁ କିଛି ଜଣ କାନ୍ଧୁଛନ୍ତି ଯେ ଆମ ଆଇଟି ରପ୍ତାନୀ ମାତ୍ର ୩ ବିଲିୟନ ଡଲାର ଏବଂ ଭାରତ ୧୫୦ ବିଲିୟନ ଡଲାରର ଆଇଟି ରପ୍ତାନୀ କରୁଛି । ଆମ ପୁଞ୍ଜପତି ଅଧିକ ସୁବିଧା ଚାହୁଁଛନ୍ତି, କିନ୍ତୁ କୌଣସି ପ୍ରକାର ରିହାତି ଆମକୁ ଆଇଟି ରପ୍ତାନୀରେ ପାୱାର ହାଉସ କରିପାରିବ ନାହିଁ । କେବଳ ଉନ୍ନତ ଶିକ୍ଷା ହିଁ ଆମକୁ ଶକ୍ତିଶାଳୀ କରିପାରିବ'।

ପାକିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ କହିଛନ୍ତି, 'ଭାରତ ନିଜର ପ୍ରଥମ ଆଇଆଇଟି ୧୯୫୧ରେ ସ୍ଥାପନ କରିଥିଲା । ଏହା ପରର ଗୋଟିଏ ଦଶନ୍ଧିରେ ସେ ୪ଟି ଆଇଆଇଟି ପ୍ରତିଷ୍ଠା କରିଥିଲା । ଭାରତର ଏହି ଶିକ୍ଷାନୁଷ୍ଠାନରେ ଦୁନିଆର ସବୁଠୁ ଭଲ ସଂସ୍ଥା ମଧ୍ୟ ପରିଚିତ । ଅନ୍ୟପଟେ ଆମେ ଆମର ପ୍ରଥମ ଦଶନ୍ଧିରେ ହିଁ ୭ ପ୍ରଧାନମନ୍ତ୍ରୀ ବଦଳାଇ ଥିଲୁ'।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.