oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଋଷ ଠାରୁ ତେଲ କିଣିବ ନାହିଁ ଭାରତ ! କାହିଁକି ଏମିତି ନିଷ୍ପତ୍ତି ନେଉଛନ୍ତି ଭାରତୀୟ କମ୍ପାନୀ ?

23/09/2022 at 8:05 PM

ନୂଆଦିଲ୍ଲୀ: ଋଷ ଠାରୁ ଆଉ ଅଶୋଧିତ ତେଲ କିଣି ନପାରେ ଭାରତ। କାରଣ ତେଲ କିଣିବା ପାଇଁ ପରିବହନ ଖର୍ଚ୍ଚ ଅଧିକ ହେଉଛି। ଏଥିପାଇଁ ସେପ୍ଟେମ୍ବର ମାସ ଶେଷ ସୁଧା ଭାରତୀୟ ରିଫାଇନର୍ସ କମ୍ପାନଗୁଡ଼ିକ ଋଷ ଠାରୁ ତେଲ କିଣିବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳୁଛି। ଋଷ ପରିବର୍ତ୍ତେ ଆଫ୍ରିକା ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରୁ ତେଲ କିଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଶିଳ୍ପ ସୂତ୍ରରୁ ସୂଚନା ମିଳିଛି।

ପରିବହନରେ ସମସ୍ୟା ଯୋଗୁ ସାଧାରଣ ଭାରତ ଋଷ ଠାରୁ ବହୁତ କମ ତେଲ ଆମଦାନୀ କରିଥାଏ। ତେବେ ଯୁକ୍ରେନ୍ ଯୁଦ୍ଧ ପରେ ଋଷ ଶସ୍ତାରେ ତେଲ ଦେବାକୁ ଅଫର କରିବାରୁ ଭାରତ ତା’ ଠାରୁ ବିପୁଳ ମାତ୍ରାରେ ତେଲ କିଣିଥିଲା। ଚୀନ ପରେ ବିଶ୍ୱରେ ଭାରତ ହିଁ ଋଷ ଠାରୁ ସର୍ବାଧିକ ତୈଳ ଆମଦାନୀକାରୀ ରାଷ୍ଟ୍ର ହୋଇଥିଲା।

ୟୁକ୍ରେନ୍ ଯୁଦ୍ଧ ପରେ ପଶ୍ଚିମ ରାଷ୍ଟ୍ରଗୁଡ଼ିକ ଋଷ ଠାରୁ ସମସ୍ତ ବ୍ୟବସାୟ ବନ୍ଦ କରିଦେଇଥିଲେ। ଏଭଳି ସମୟରେ ଦେଶର ଅର୍ଥନୀତି ସ୍ଥିତି ମଜଭୁତ ରଖିବା ପାଇଁ ମିତ୍ର ରାଷ୍ଟ୍ରଗୁଡ଼ିକ ଶସ୍ତାରେ ତେଲ ସହ ଅନ୍ୟାନ୍ୟ ବ୍ୟବସାୟ ଡିଲ୍‌ ଅଫର ଦେଇଥିଲା ଋଷ। ଯାହାର ଫାଇଦା ଭାରତ ବି ଉଠାଇଥିଲା। ହେଲେ ଏବେ ପରିବହନ ମୂଲ୍ୟ ଅଧିକ ହେଉଥିବାରୁ ଭାରତରେ ଋଷ ତେଲର ଡିମାଣ୍ଡ କମୁଛି।

ସୂଚନା ଅନୁସାରେ, ନେଟ୍‌ବ୍ୟାକ୍(ଆମଦାନୀ ତୈଳର ଗୋଟିଏ ୟୁନିଟ୍‌ରେ ମିଳୁଥିବା ମୋଟ ଲାଭ) ହିସାବ ଆଧାରରେ ଗୋଟିଏ ବ୍ୟାରଲର ଇଏସ୍‌ପିଓ ମୂଲ୍ୟ ୟୁଏଇ ଓ ମୁରବାନ ଭଳି ରାଷ୍ଟ୍ରଙ୍କ ତୁଳନାରେ ୫-୭ ଆମେରିକୀୟ ଡଲାର ମହଙ୍ଗା ହେଉଛି। ତେଣୁ ଭାରତୀୟ କମ୍ପାନୀଗୁଡ଼ିକ ଅଫ୍ରିକୀୟ ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକ ଠାରୁ ତେଲ କିଣୁଛନ୍ତି।

   Related Posts