IND vs NED: ନେଦରଲାଣ୍ଡକୁ ୧୮୦ ରନ ଟାର୍ଗେଟ୍ ଦେଲା ଭାରତ, ପୁଣି ଚମକିଲେ ବିରାଟ

Published By : Prameya-News7 Bureau | October 27, 2022 IST

ସିଡନୀ: ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଇଛି। ଆଜିର ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡକୁ ୧୮୦ ରନର ଟାର୍ଗେଟ୍ ଦେଇଛି। ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ସର୍ବାଧିକ ୬୨ ରନ୍ କରିଥିବା ବେଳେ ରୋହିତ ଶର୍ମା ୫୩ ଓ ସୂର୍ଯ୍ୟ କୁମାର ଯାଦବ ୫୧ ରନ୍ କରିଛନ୍ତି।

ଆଜିର ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ଭାରତ ୧୭୯ ରନ୍ କରିଛି। ଆଜିର ମ୍ୟାଚ୍ ଜିତିବାକୁ ହେଲେ ନେଦରଲାଣ୍ଡକୁ ୧୮୦ ରନ୍ କରିବାକୁ ପଡ଼ିବ।

ତେବେ ପୂର୍ବଥର ଭଳି ଏଥର ବି ଭାରତର ଓପନିଂ ବ୍ୟାଟିଂ ଅର୍ଡର ଫେଲ୍ ମାରିଥିଲା। ମାତ୍ର ୨.୪ ଓଭରରେ ଦଳୀୟ ସ୍କୋର ୧୧ ରନ ବେଳେ ଆଉଟ ହୋଇଥିଲେ କେଏଲ୍ ରାହୁଲ ୯ ରନ୍ କରିଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବିରୋଟ କୋହଲି ରୋହିତଙ୍କ ସହିତ ମିଶି ଦଳର ସ୍କୋରକୁ ଆଗକୁ ନେଇଥିଲେ। ଗୋଟିଏ ପଟେ ବିରାଟ ରକ୍ଷଣାତ୍ମକ ଶୈଳୀରେ ବ୍ୟାଟିଂ କରୁଥିବା ବେଳେ ରୋହିତ ବିସ୍ଫୋରକ ପାଳି ଖେଳିବାକୁ ଚେଷ୍ଟା କରୁଥିଲେ।

ତେବେ ଭାରତ ବିରୋଧରେ ନେଦରଲ୍ୟାଣ୍ଡର ବୋଲିଂ ପ୍ରଦର୍ଶନ ବି ଭଲ ରହିଥିଲା। ଟିମ୍ ସ୍ପିନ ବୋଲଂ କରି ଟିମ୍ ଇଣ୍ଡିଆକୁ ଦ୍ରୁତ ସ୍କୋର କରିବାରେ ଅଟକାଉଥିଲା। ହେଲେ ଏତିକି ବେଳେ ୧୨ ଓଭର ଶେଷ ବଲରେ ଆଉଟ ହୋଇଥିଲେ ରୋହିତ ଶର୍ମା। ସେ ୩୯ ବଲରେ ୫୩ ରନ୍ କରିଥିଲେ। ରୋହିତ ଆଉଟ ହେବା ପରେ ତାଙ୍କ ଆସିଥିଲେ ସୂର୍ଯ୍ୟ କୁମାର ଯାଦବ। ସେ ବିରାଟଙ୍କ ସହ ମିଶି ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଯାଇଥିଲେ। ୧୩.୩ ବଲ ବେଳକୁ ଭାରତ ୨ ୱିକେଟ ହରାଇ ୧୦୦ ରନ୍ କରିଥିଲା।

ଏହାପରେ ବିରାଟ କୋହଲି ୩୭ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ୧୭.୫ ବଲରେ ଭାରତ ୧୫୩ ରନ୍ କରିଥିଲା ଏହାପରେ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଛକ୍କା ଚୌକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୫ ବଲରେ ୫୧ ରନ୍ କରିଥିଲେ। ଏହା ତାଙ୍କର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଦଶମ ଅର୍ଦ୍ଧଶତକ। ସେହିପରି ବିରାଟ କୋହଲିଙ୍କର ଏହା ୩୫ ତମ ଅର୍ଦ୍ଧଶତକ ଥିଲା।

ଭାରତ ପକ୍ଷରୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ୪୧ ବଲରେ ୫୨ ରନ୍ ସର୍ବାଧିକ ପାର୍ଟନର୍ସିପ୍ ହୋଇଥିବା ବେଳେ ବିରାଟ ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ତୃତୀୟ ପାର୍ଟନର୍ସିପ୍ ୨୬ ବଲରେ ୫୧ ରନ୍ ହୋଇଥିଲା।

ନେଦରଲାଣ୍ଡ ପକ୍ଷରୁ ଫ୍ରିଡ୍ କ୍ଲାସେନ୍ ଓ ଭାନ ମିକେରାନ ଗୋଟିଏ ଲେଖାଏ ୱିକେଟ ନେଇଥିବା ବେଳେ ଅନ୍ୟ କୌଣସି ବୋଲର ୱିକେଟ ନେବାର ସଫଳ ହୋଇନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.