ଦୀପାବଳିରେ ଶ୍ରେୟସ-ରାହୁଲଙ୍କ ବିସ୍ଫୋରଣ, ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଭାରତର ବିଶାଳ ସ୍କୋର

Published By : Prameya-News7 Bureau | November 12, 2023 IST

ବେଙ୍ଗାଲୁରୁ: ଚଳିତ ବିଶ୍ଵକପର ଶେଷ ଲିଗ୍ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରଙ୍କ ଚିତ୍ତାକର୍ଷକ ବ୍ୟାଟିଂ। ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ  ଛକା-ଚୌକାର ରନ ବର୍ଷା। ନେଦରଲ୍ୟାଣ୍ଡ୍ସ ବିପକ୍ଷ ମ୍ୟାଚ୍‌ରେ ଶ୍ରେୟସ ଆୟର ଓ  ଲୋକେଶ ରାହୁଲଙ୍କ ବିସ୍ଫୋରକ ଶତକ ବଳରେ ଭାରତ ବିଶାଳ ସ୍କୋର କରିଛି। ରୋହିତ ଶର୍ମାଙ୍କ ୬୧ ରନ, ଶୁଭମନ ଗିଲ୍ ୫୧ ରନ ଓ ବିରାଟ କୋହଲିଙ୍କ ୫୧ ରନ ପରେ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଅପରାଜିତ ୧୨୮ ରନ ଓ କେଏଲ ରାହୁଲଙ୍କ ୧୦୨ ରନ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୪୧୦ ରନ କରିଛି। ନେଦରଲ୍ୟାଣ୍ଡ୍ସ ସମ୍ମୁଖରେ ୪୧୧ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି। ୪୧୦ ସ୍କୋର ବିଶ୍ଵକପରେ ଭାରତର ଦ୍ଵିତୀୟ ସର୍ବାଧିକ ସ୍କୋର। ମୋଟ୍ ଉପରେ ବିଶ୍ଵକପ୍ ଇତିହାସରେ ଏହା ଚତୁର୍ଥ ବଡ଼ ସ୍କୋର। ଏହି ମୁକାବିଲା ହାରିଲେ ନେଦରଲ୍ୟାଣ୍ଡ୍ସ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରି ପାରିବ ନାହିଁ।

wp:heading {"level":4}

ଅଧିକ ପଢନ୍ତୁ- ଡିଭିଲିୟର୍ସଙ୍କ ରେକର୍ଡକୁ ବ୍ରେକ୍‌ କଲେ ରୋହିତ, ମାରିଲେ ଗୋଟିଏ ବର୍ଷରେ ସବୁଠୁ ଅଧିକ ଛକା

/wp:heading

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍  ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ୧୦୦ ରନ ଯୋଡ଼ିଥିଲେ। ଗିଲ୍ ୩୨ ବଲ୍‌ରୁ ୩ଟି ଚୌକା ଓ ୪ ଛକା ଜରିଆରେ ୫୧ ରନ କରି ପାଭିଲିୟନ ଫେରିଥିଲେ। ରୋହିତ ଶର୍ମା ମଧ୍ୟ ୬୧ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ଏହା ପରେ ବିରାଟ କୋହଲି  ଓ ଶ୍ରେୟସ ଆୟର ତୃତୀୟ ଓ୍ଵିକେଟ୍ ପାଇଁ ୭୧ ରନ ଯୋଡ଼ି ଦଳର ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ। ବିରାଟ କୋହଲି ୫୧ ରନର ଇନିଂସ ଖେଳିଥିଲେ।

Image
BCCI

ଏହା ପରେ ଆରମ୍ଭ ହୋଇଥିଲା ଶ୍ରେୟସ ଆୟର ଓ ଲୋକେଶ ରାହୁଲଙ୍କ ଶୋ। ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ କରି ଡଚ୍‌ ବୋଲରଙ୍କୁ ପ୍ରହାର କରିଥିଲେ। ଅନାୟସରେ ଚୌକା ଓ ଛକା ବର୍ଷା କରି ଦୁଇ ବ୍ୟାଟର ନିଜ ନିଜର ଶତକ ପୂରଣ କରିଛନ୍ତି। ଶ୍ରେୟସ ଦିନିକିଆ ଅନ୍ତର୍ଜାତୀୟରେ ନିଜର ଚତୁର୍ଥ ଶତକ ପୂରଣ କରିଛନ୍ତି। ଅନ୍ୟପଟେ କେଏଲ ରାହୁଲ ଧୂଆଁଧାର ବ୍ୟାଟିଂ କରି ମାତ୍ର ୬୨ ବଲ୍‌ରୁ ଦିନିକିଆରେ ସପ୍ତମ ଶତକ ପୂରଣ କରିଛନ୍ତି। ଦୁଇ ବ୍ୟାଟର ଚତୁର୍ଥ ଓ୍ଵିକେଟ୍‌ରେ ୨୦୮ ରନ ଯୋଡ଼ି ଭାରତର ସ୍କୋରକୁ ୪୦୦ରେ ପହଞ୍ଚାଇଥିଲେ।

{"id":868900,"sizeSlug":"full","linkDestination":"none"}
BCCI

ବିଶେଷ କରି ଶେଷ ଆଡ଼କୁ ଶ୍ରେୟସ ଓ ରାହୁଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ରାହୁଲ ଶେଷ ଓଭରରେ ଲଗାତାର ୨ଟି ଛକା ମାରି ଶତକ ପୂରଣ କରିଥିଲେ। ସେ ୬୪ ବଲରୁ ୧୧ ଚୌକା ଓ ୪ ଛକା ସହ ୧୦୨ ରନ କରି ଆଉଟ୍ ହୋଇଥିଲେ। ଶ୍ରେୟସ ଆୟର ୯୪ ବଲ୍‌ରୁ ୧୦ ଚୌକା ଓ ୫ ଛକା ବଳରେ ୧୨୮ ରନର ଦମଦାର ଇନିଂସ ଖେଳି ଅପରାଜିତ ଥିଲେ। ଶେଷରେ ଭାରତ ୪ ଓ୍ଵିକେଟ୍ ହରାଇ ୪୧୦ ରନ ବିଶୋଳ ସ୍କୋର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.