ଆଫଗାନୀଙ୍କ ପାଇଁ ଭାରତ ପଠାଇଲା 'ସଞ୍ଜିବନୀ', ତାଲିବାନ କଲା ଉଚ୍ଚ ପ୍ରଶଂସା

Published By : Prameya-News7 Bureau | December 12, 2021 IST

ନୂଆଦିଲ୍ଲୀ ୧୨।୧୨: ଭାରତ ୧.୬ ମେଟ୍ରିକ ଟନ ଜୀବନ ରକ୍ଷକ ଔଷଧ ଆଫଗାନିସ୍ତାନ ପଠାଇଛି। ପ୍ରଥମ ଟ୍ରିପ ଆଫଗାନିସ୍ତାନରେ ପହଞ୍ଚିବା ପରେ ତାଲିବାନ ଭାରତର ଖୁବ୍ ପ୍ରଶଂସା କରି ନୂଆଦିଲ୍ଲୀକୁ ଧନ୍ୟବାଦ ଦେଇଛି। ଦୁଇ ଦେଶ ମଧ୍ୟରେ ସଂପର୍କ ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି ତାଲିବାନ କହିଛି। ଭାରତ ପକ୍ଷରୁ ପଠାଯାଇଥିବା ଜୀବନ ରକ୍ଷକ ଔଷଧ ଶନିବାର ଏକ ସ୍ଵତନ୍ତ୍ର ବିମାନ ଜରିଆରେ ନୂଆଦିଲ୍ଲୀରୁ କାବୁଲ ଯାତ୍ରା କରିଥିଲା। ଭାରତରେ ଅବସ୍ଥାପିତ ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରିଦ ମାମୁନଦଜଇ କହିଛନ୍ତି, ମୁସ୍କିଲ ପରିସ୍ଥିତିରେ ମିଳିଥିବା ଏହି ସହାୟତା ଆଫଗାନିସ୍ତାନର ଅନେକ ପରିବାର ପାଇଁ ବେଶ ସହାୟକ ହେବ।

ଚିକିତ୍ସା ସାମଗ୍ରୀର ପ୍ରଥମ ଟ୍ରିପ ରବିବାର ସକାଳେ କାବୁଲରେ ପହଞ୍ଚିଛି। ଆଫଗାନୀଙ୍କ ପାଇଁ ଏହା ଭାରତୀୟଙ୍କ ଉପହାର ବୋଲି ରାଷ୍ଟ୍ରଦୂତ କହିଛନ୍ତି। ଭାରତ ଉପକାର କରିବା ସହ ଯେଉଁ ସାଧୁତା ଦେଖାଇଛି ତାର ପ୍ରଶଂସା ପାଇଁ ଶବ୍ଦ ନାହିଁ। ଏହି କଠିନ ସମୟରେ ଆଫଗାନିସ୍ତାନର ପିଲାଙ୍କୁ ଚିକିତ୍ସା ସହାୟତା ପ୍ରଦାନ ପାଇଁ ଭାରତକୁ ଧନ୍ୟବାଦ। ଅମର ରହୁ ଭାରତ-ଆଫଗାନିସ୍ତାନ ମିତ୍ରତା।

ଇସଲାମିକ ଏମିରାଟ୍ସ ଅଫ ଆଫଗାନିସ୍ତାନର ଉପ ମୁଖପାତ୍ର ଅହମଦୁଲ୍ଲା ଓ୍ଵାସିକ ଶନିବାର ଟ୍ଵିଟ୍ କରିଛନ୍ତି ଯେ, ଭାରତ କ୍ଷେତ୍ରର ଅଗ୍ରଣୀ ଦେଶ। ଆଫଗାନିସ୍ତାନ ଓ ଭାରତ ସମ୍ବନ୍ଧ ବହୁତ ମହତ୍ଵପୂର୍ଣ୍ଣ। ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ, ଆଫଗାନିସ୍ତାନର ମୁସ୍କିଲ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ଭାରତୀୟ ଓ ଆଫଗାନୀ ନାଗରିକଙ୍କୁ ନେଇ ଦିଲ୍ଲୀ ଆସିଥିବା ବିମାନରେ ଚିକିତ୍ସା ଉପକରଣ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.