ଗାଜା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମାନବୀୟ ସହାୟତା ପଠାଇଲା ଭାରତ, ବିଦେଶ ମନ୍ତ୍ରୀ କହିଲେ-‘ଜାରି ରହିବ ସହାୟତା’

Published By : Prameya-News7 Bureau | November 19, 2023 IST

ନୂଆଦିଲ୍ଲୀ: ଇସ୍ରାଏଲ ସେନା ଏବଂ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଦିନକୁ ଦିନ ଯୁଦ୍ଧ ସ୍ଥିତି ଆହୁରି ତୀବ୍ର ହେବାରେ ଲାଗିଛି। ଏହାରି ମଧ୍ୟରେ ଭାରତ ରବିବାର ଗାଜା ପଟ୍ଟୀକୁ ଦ୍ବିତୀୟ ପର୍ଯ୍ୟାୟ ମାନବୀୟ ସହାୟତା ପଠାଇଛି। ଇସ୍ରାଏଲ ସେନା, ଗାଜା ପଟ୍ଟି ଉପରେ ହିଁ ସବୁଠୁ ଅଧିକ ଆକ୍ରମଣ କରିଛି। ଆହୁରି ମଧ୍ୟ ଗାଜାରେ ମରିଥିବା ଲୋକଙ୍କ ସଂଖ୍ୟା ୧୨ ହଜାରରୁ ଅଧିକ ହୋଇଛି। ତେବେ ସହାୟତା ନେଇ ଏକ୍ସରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ୍‌ କରି ଭାରତ, ପାଲେଷ୍ଟାଇନ ଲୋକଙ୍କୁ ମାନବୀୟ ସହୟତା ଦେବା ଜାରି ରଖିବା ନେଇ କହିଛନ୍ତି।

ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛନ୍ତି ଯେ, ‘ଭାରତର ଦ୍ବିତୀୟ ବିମାନ ଏମସିସି ସି୧୭ ବିମାନ ୩୨ ଟନ୍‌ ସହାୟତା ଦେଇ ମିସରର ଏଲ-ଅରିଶ ବିମାନ ବନ୍ଦରକୁ ଅଭିମୁଖେ ବାହାରିଛି।’’ ସୂଚନାଥାଉକି, ଏହା ପୂର୍ବରୁ ଅକ୍ଟୋବର ୨୨ରେ ଭାରତ ପ୍ରଥମ ପର୍ଯ୍ୟାୟ ମାନବୀୟ ସହାୟତା ପଠାଇଥିଲା। ଏଥିରେ ୬.୫ ଟନ୍‌ ଚିକିତ୍ସା ସହାୟତା ଏବଂ ୩୨ ଟନ ଜରୁରୀ ସାମଗ୍ରୀ ଥିଲା। ଏଥିରେ ସର୍ଜିକାଲ ସାମଗ୍ର, ତମ୍ବୁ, ତିରପାଳ ସମେତ ଅନେକ ଜରୁରୀ ଜିନିଷ ସାମିଲ୍‌ ଥିଲା।

ଆହୁରି ପଢ଼ନ୍ତୁ: ହମାସ୍ ଆତଙ୍କୀଙ୍କ ଆଡ୍ଡା ଏବେ ସ୍କୁଲ; ସେପଟେ ଅଲ-ଶିଫା ହସ୍ପିଟାଲକୁ ନେଇ ଚିନ୍ତା ପ୍ରକଟ କଲା WHO

ସୂଚନାଥାଉକି, ଅକ୍ଟୋବର ୭ରେ ଆକ୍ରମଣ ପରେ ଯୁଦ୍ଧ ସପ୍ତମ ସପ୍ତାହରେ ପହଞ୍ଚିଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୧୨ ହଜାରରୁ ଅଧିକ ଇସ୍ରାଏଲ ଏବଂ ୧୨ ହଜାରରୁ ଅଧିକ ପାଲେଷ୍ଟାଇନଙ୍କ ମୃତ୍ୟୁ ହୋଇଛି। ଗାଜାରେ ଭୟଙ୍କର ଲଢ଼େଇରେ ଇସ୍ରାଏଲ ସେନା ଆଇଡିଏଫ ଅଧିକାଂଶ ସ୍ଥାନକୁ କବ୍‌ଜା କରିସାରିଛି। ଏଠାରେ ଥିବା ସବୁଠୁ ବଡ଼ ହସ୍ପିଟାଲ ଅଲ-ଶିଫା ଉପରେ କିଛି ଦିନ ପୂର୍ବରୁ ଇସ୍ରାଏଲ ସେନା ଅପରେସନ ଚଳାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.