ଆଜିଠୁ ଓ୍ବାର୍ମ ଅପ୍ ମ୍ୟାଚରୁ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ ଭାରତ, ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ

Published By : Prameya-News7 Bureau | May 25, 2019 IST

ଲଣ୍ଡନ ୨୫|୫: ଆଜି ଅଭ୍ୟାସ ମ୍ୟାଚରୁ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ନ୍ୟୁଜଲାଣ୍ଡ ସହ ଭାରତ ଖେଳିବ ପ୍ରଥମ ଓ୍ବାମ୍ ଅପ୍ ମ୍ୟାଚ । କେନିଙ୍ଗଟନ୍ ଓଭାଲରେ ଭାରତୀୟ ସମୟ ଅପରାହ୍ଣରେ ୩ ଟାରେ ମ୍ୟାଚ ଆରାମ୍ଭ ହେବ ।  ଦୁଇ ଦିନ ଅଭ୍ୟାସ କରିବା ପରେ ଆଜି ଦଳ ମୁକାବିଲାକୁ ଓହ୍ଲାଇବ । ଅଭ୍ୟାସ ମ୍ୟାଚ ଜରିଆରେ ଇଂଲଣ୍ଡର ପିଚ୍ ଏବଂ ବାତାବରଣରେ ଭାରତୀୟ ଦଳ ଖାପ ଖୁଆଇବାକୁ ଚେଷ୍ଟା କରିବ । ଏହି ମ୍ୟାଚନରେ ବିଜୟ ଶଙ୍କର ଓ କେଏଲ୍ ରାହୁଲଙ୍କ ଉପରେ ନଜର ରହିବ । କାରଣ ଉଭୟ ୪ ନମ୍ବର ସ୍ଥାନ ପାଇଁ ଦାବିଦାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.