ଚୀନ୍‌ ଠାରୁ ଦୂରେଇବ ଭାରତ, ହଜାରେ ସାମଗ୍ରୀ ଅନ୍ୟଦେଶରୁ ଆମଦାନୀ ପାଇଁ ଯୋଜନା

Published By : Prameya-News7 Bureau | March 01, 2020 IST

ନୂଆଦିଲ୍ଲୀ ୦୧।୦୩: ଚୀନ୍‌ରେ କରୋନା ଭାଇରସ ଅଣାୟତ । ଏହି ମାରତ୍ମକ ଭୂତାଣୁରେ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ୍‌ରେ ୨୬ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛଠନ୍ତି । ବିଶ୍ବର ୫୦ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି । ଗୋଟିଏ ପଟେ ଲୋକଙ୍କ ପ୍ରାଣ ଯାଉଥିବା ବେଳେ ଆଉ ଗୋଟିଏ ପଟେ ଭୂତାଣୁର ପ୍ରଭାବ ବାଣିଜ୍ୟ ଉପରେ ମଧ୍ୟ ପଡିଛି । ଭାରତରେ ବାହାର ଦେଶରୁ ଆମଦାନୀ ହେଉଥିବା ଜିନିଷ ମଧ୍ୟରୁ ଚୀନ୍‌ରୁ ୫୦ ପ୍ରତିଶତ ଆସିଥାଏ । ତେବେ ଏକ ରିପୋର୍ଟ ଅନୁସାରେ ଭାରତ ବର୍ତ୍ତମାନ ୧ହଜାରରୁ ଅଧିକ ଜିନିଷ ଆମଦାନୀ ପାଇଁ ବିକଳ୍ପ ଦେଶ ଖୋଜୁଛି । 

ଭାରତରେ ଦୈନଦିନ ଜିନିଷ ହେଉ କି ଯକୌଣସି ଜିନିଷ ତା ମଧ୍ୟରୁ ଚୀନ୍‌ରୁ ଅଧିକାଂଶ ଆସିଥାଏ । ଚୀନ୍‌ରୁ ଆମଦାନୀ ହେଉଥିବା ସାମଗ୍ରୀର ତାଲିକା ବହୁତ ଲମ୍ବା ରହିଛି । ମୁଖ୍ୟତଃ ଚୀନ୍‌ରୁ କପଡ଼ା, ସୁଟକେଶ, ଆଣ୍ଟିବାୟୋଟିକ, ଭିଟାମିନ, କୀଟନାଶକ, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ ଡାଟା ପ୍ରୋସେସିଂ ମେସିନ, ସେମିକଣ୍ଡକ୍ଟର ଉପକରଣ, ଅଟୋ ପାଟର୍ସ, ଷ୍ଟିଲ ଏବଂ ଆଲୁମିନିୟ. ମୋବାଇଲ ଫୋନ୍‌ ଭଳି ୧ହଜାରରୁ ଜିନିଷ ଆମଦାନୀ ହେଉଛି । କିନ୍ତୁ କରୋନା ଭୂତାଣୁ ଯୋଗୁଁ ଆମଦାନୀ ପ୍ରଭାବିତ ହୋଇଛି । ଯାହାର ବିକଳ୍ପ ପନ୍ଥା ପାଇଁ ଚିନ୍ତାର କରୁଛି ଭାରତୀୟ ।

କରୋନା ଭୂତାଣୁ ଯୋଗୁଁ ଭାରତୀୟ ପ୍ରଭାବିତ ହେବା ପରେ ସରକାର ବିଶ୍ବବ୍ୟାପୀ  ବିକଳ୍ପ ଦେଶ ଖୋଜୁଛନ୍ତି । ଚିନ୍‌ରୁ ଆମଦାନୀ ହେଉଥିବା ଜିନିଷ ଗୁଡିକ ଚିହ୍ନଟ କରାଯାଇଛି । ଏବଂ ଏହାର ବିକଳ୍ପ କେଉଁ ଦେଶରେ ମିଳିବ ତାହା ମଧ୍ୟ ଅନୁଧ୍ୟାନ କରାଯାଉଛି । ତେବେ ଭାରତୀୟଙ୍କ ଚାହିଦା ପୂରଣ କରିବା ଭଳି ଦେଶ ମିଳିବ କଷ୍ଟସାଧ୍ୟ ହେବ ବୋଲି ଅନୁମାନ କରାଯାଉଛି ।

ତେବେ ଟୀନ୍‌ରୁ ଆମଦାନୀ ହେଉଥିବା ଆଣିବାୟୋଟିକ୍‌ ପାଇଁ ସ୍ବିଜରଲାଣ୍ଡ ଓ ଇଟାଲିକୁ ବଛାଯାଇଛି । ଉଭୟ ଦେଶ ପୂର୍ବରୁ ଭାରତକୁ କିଛି କିଛି ପରିମାଣରେ ଏହି ସାମଗ୍ରୀ ରପ୍ତାନୀ କରିଆସିଛନ୍ତି । ସେପଟେ ବିଶ୍ବର କିଛି ଦେଶ ଯେପରି ଜାପାନ, ଦକ୍ଷିଣ କୋରିଆ ଭଳି କିଛି ଦେଶ ମୋବାଇଲ ଫୋନ ରପ୍ତାନୀ କରିବା ପାଇଁ ନିଜର ସହମତି ଦେଇସାରିଛନ୍ତି । କିନ୍ତୁ ଦେଖାଯାଉ ଏହିସବୁ ଦେଶ ଚୀନ୍‌ ତୁଳନାରେ କେତେ ପରିମାଣର ସାମଗ୍ରୀ ରପ୍ତାନୀ କରିପାରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.