ନିୟମରେ ହେବନି ପରିବର୍ତ୍ତନ, ମାନିବାକୁ ପଡିବ ଆଇନ; ମସ୍କଙ୍କ ଟ୍ୱିଟର ଅଧିଗ୍ରହଣ ପରେ ଭାରତ ସରକାରଙ୍କ ବୟାନ

Published By : Prameya-News7 Bureau | October 28, 2022 IST

ନୂଆଦିଲ୍ଲୀ: ଟେସଲା ସିଇଓ ଏଲନ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ନୂଆ ମାଲିକ ହୋଇଛନ୍ତି । ଟ୍ୱିଟରକୁ ମସ୍କଙ୍କ ଅଧ୍ୟଗ୍ରହଣ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବୟାନ ସାମନାକୁ ଆସିଛି ।  ଆଇଟି ରାଜ୍ୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ଟ୍ୱିଟର ଭାରତର ନିୟମ ପାଳନ କରିବ ବୋଲି ଆଶା କରାଯାଉଛି । ସେ କହିଛନ୍ତି ପ୍ଲାର୍ଟଫର୍ମ ମାଲିକ ହିସାବରେ ଆଇନ ବଦଳିବ ନାହିଁ ।

କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସ୍ପଷ୍ଟ କରି କହିଛନ୍ତି ଯେ ଟ୍ୱିଟର ମାଲିକ ବଦଳିବାକୁ ନେଇ କୌଣସି ଫରକ ପଡିବ ନାହିଁ । ସେ କହିଛନ୍ତି, ଭାରତରେ ନିଜର ଆଇନ ରହିଛି। ଏହି ଆଇନକୁ ସମସ୍ତେ ପାଳନ କରିବାକୁ ପଡିବ । ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଏବଂ କିଛି ଭାରତୀୟଙ୍କ ଟ୍ୱିଟର ଆକାଉଣ୍ଟ ବ୍ୟାନ ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ସେ କହିଛନ୍ତି ନୂଆ ଆଇଟି ନିୟମ ଅଣାଯିବ, ଯାହା ସମସ୍ତଙ୍କ ଉପରେ ଲାଗୁ ହେବ ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଜୁଲାଇରେ ଭାରତ ସରକାର କିଛି ଆପତ୍ତିଜନକ ସାମଗ୍ରୀ ହଟାଇବା ପାଇଁ ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲା କୋର୍ଟରେ ମଧ୍ୟ ପହଞ୍ଚିଥିଲା । କୋର୍ଟ ଟ୍ୱିଟର ଅଧିକାରୀ କିଛି ସାମଗ୍ରୀକୁ ହଟାଇବା ଉପରେ ସହମତି ପ୍ରକାଶ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.