scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗର୍ଜିଲା ସୂର୍ଯ୍ୟଙ୍କ ବ୍ୟାଟ୍, ଓ୍ଵେଷ୍ଟଇଣ୍ଡିଜକୁ ହରାଇ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କଲା ଭାରତ

8/08/2023 at 11:22 PM

ଗୁଏନା: ଅନେକ ଦିନର ନିରବତା ପରେ ଗର୍ଜି ଉଠିଲା ଟି-୨୦ ଅନ୍ତଜାର୍ତୀୟ କ୍ରିକେଟ୍‌ର ନମ୍ବର ଓ୍ଵାନ ବ୍ୟାଟର ସୂର୍ଯ୍ୟକୁମାରଙ୍କ ବ୍ୟାଟ୍। ତାଙ୍କର ବିସ୍ଫୋରକ ବ୍ୟାଟିଂ ଓ ତିଳକ ବର୍ମାଙ୍କ ଉପଯୋଗୀ ଇନିଂ ବଳରେ ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳା ଯାଇଥିବା ନିଜ ପାଇଁ ‘କର ବା ମର’ମୁକାବିଲାରେ ଭାରତ ଘରୋଇ ଓ୍ଵେଷ୍ଟଇଣ୍ଡିଜକୁ ୭ ଓ୍ଵିକେଟ୍‌ରେ ହରାଇଛି। ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିଛି। ସିରିଜ୍ ବର୍ତ୍ତମାନ ୨-୧ରେ ରହିଛି। ପ୍ରଥମେ ବ୍ୟାଟିଂ କରି ଓ୍ଵେଷ୍ଟଇଣ୍ଡିଜ ବ୍ରେଣ୍ଡନ କିଙ୍ଗଙ୍କ ୪୨ ରନ ଓ ଅଧିନାୟକ ରୋଭମ୍ୟାନ ପାଓ୍ଵେଲ୍‌ଙ୍କ ବିସ୍ଫୋରକ ଅପରାଜିତ ୪୦ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୫୯ ରନ କରିଥିଲା। ଜବାବରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ୮୩ ରନର ଇନିଂସ ଏବଂ ତିଳକ ବର୍ମାଙ୍କ ଅପରାଜିତ ୪୯ ରନ ବଳରେ ୧୭.୫ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ ୩ଟି ଗୁରୁତ୍ଵପୂର୍ଣ୍ଣ ଓ୍ଵିକେଟ୍ ନେଇଥିଲେ। ସିରିଜ୍‌ର ଚତୁର୍ଥ ଟି-୨୦ ମ୍ୟାଚ୍ ଅଗଷ୍ଟ ୧୨ ତାରିଖରେ ଆମେରିକାରେ ଖେଳାଯିବ।

Also read- ଟି-୨୦ରେ ଇତିହାସ ରଚିଲେ କୁଲଦୀପ ଯାଦବ, ହେଲେ ପ୍ରଥମ ଭାରତୀୟ ବୋଲର

୧୬୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଆରମ୍ଭ ନିରାଜନକ ଥିଲା। ଟି-୨୦ ଅନ୍ତର୍ଜାତୀୟରେ ପଦାର୍ପଣ କରିଥିବା ଯଶସ୍ଵୀ ଜୟସଓ୍ଵାଲ(୧) ପାଭିଲିୟନ ଫେରିଥିଲେ। କ୍ରିଜକୁ ଆସିବା ମାତ୍ରେ ସୂର୍ଯ୍ୟକୁମାରଙ୍କ ବ୍ୟାଟ୍ ଗର୍ଜି ଉଠିଥିଲା। ଶୁଭମାନ ଗିଲ୍ ଓ ସୂର୍ଯ୍ୟକୁମାର ଯାଦବ ଦ୍ଵିତୀୟ ଓ୍ଵିକେଟ୍‌ରେ ୨୮ ରନ ଯୋଡ଼ିଥିଲେ।  ଇଣ୍ଡିଜ ଗସ୍ତରେ ଗିଲ୍(୬) ନିଜର ଖରାପ ଫର୍ମ ବଜାୟ ରଖି ପୁଣି ଥରେ ନିରାଶ କରିଛନ୍ତି। ଦୁଇ ଓପନର ପାଭିଲିୟନ ଫେରିବା ପରେ ସୂର୍ଯ୍ୟକୁମାର ଯାଦବ ଆହୁରି ବିସ୍ଫୋରକ ବ୍ୟାଟିଂ କରିଥିଲେ।

ତିଳକ ବର୍ମା ନିଜର ପ୍ରଭାବଶାଳୀ ଫର୍ମ ବଜାୟ ରଖି ସୂର୍ଯ୍ୟକୁମାରଙ୍କୁ ଉତ୍ତମ ସହଯୋଗ ଦେଇଥିଲେ। ଦୁଇ ବ୍ୟାଟର ନିଜ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ ପାଇଁ ୮୭ ରନ ଯୋଡ଼ିଥିଲେ। ସୂର୍ଯ୍ୟ କେବଳ ଅର୍ଦ୍ଧଶତକ ହାସଲ କରି ନ ଥିଲେ  ବରଂ ଧୂଆଁଧାର ବ୍ୟାଟିଂ କରି  ଭାରତକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ସୂର୍ଯ୍ୟ ୪୪ ବଲ୍‌ରୁ ୧୦ ଚୌକା ଓ ୪ ଛକା ସହ ୮୩ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଅନ୍ୟପଟେ ତିଳକ ବର୍ମା ଲଗାତାର ତୃତୀୟ ଟି-୨୦ରେ ନିଜର ଦମଦାର ପ୍ରଦର୍ଶନ କରିଥିଲେ।  ଶେଷ ଆଡ଼କୁ ସେ ବିଜୟର ଔପଚାରିକତା ପୂରଣ କରିଥିଲେ। ତିଳକ ବର୍ମା ୩୭ ବଲ୍‌ରୁ ୪ ଚୌକା ଓ ୧ ଛକା ସହ ୪୯ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨୦ ରନ କରି ଅପରାଜିତ ଥିଲେ। ଭାରତ ୧୭.୫ ଓଭରରେ ୩ ଓ୍ଵିକେଟ୍  ହରାଇ ୧୬୪ ରନ କରି ବିଜୟ ହାସଲ କରିଛି।

ଅଧିକ ପଢନ୍ତୁ- ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲରଙ୍କ ଭବିଷ୍ୟବାଣୀ, ଏହି ସବୁ ଦଳ ଯିବେ ସେମିଫାଇନାଲ୍‌…

ଓ୍ଵେଷ୍ଟଇଣ୍ଡିଜ ଇନିଂସ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜର ଦୁଇ ଓପନର ବ୍ରେଣ୍ଡନ କିଙ୍ଗ୍ ଓ କାଇଲ୍ ମେୟର୍ସ ଭଲ ଆରମ୍ଭ ଦେଇଛନ୍ତି। ଦୁଇ ବ୍ୟାଟର ସତର୍କତାର ସହ ବ୍ୟାଟିଂ କରି ପ୍ରଥମେ ଓ୍ଵିକେଟ୍‌ରେ ୫୫ ରନ ଯୋଡ଼ିଛନ୍ତି। ଅକ୍ଷର ପଟେଲ୍ କାଇଲ୍ ମେୟର୍ସଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଛନ୍ତି। ମେୟର୍ସ ୨୦ ବଲ୍‌ରୁ ୩ଟି ଚୌକା ଏବଂ ୧ ଛକା ଜରିଆରେ ୨୫ ରନ କରି ପାଭିଲିୟନ ଫେରିଛନ୍ତି। ଜନସନ ଚାର୍ଲ୍ସ(୧୨)ଙ୍କୁ କୁଲଦୀପ ଯାଦବ ଆଉଟ୍ କରି ଭାରତକୁ ଦ୍ଵିତୀୟ ସଫଳତା ଦେଇଛନ୍ତି। ଫର୍ମରେ ଥିବା ନିକୋଲାସ ପୂରନଙ୍କୁ ଆଉଟ୍ କରି କୁଲଦୀପ ଭାରତକୁ ବଡ଼ ସଫଳତା ଦେଇଛନ୍ତି। ସେ ୧୨ ବଲ୍‌ରୁ ୨ ଚୌକା ଓ ୧ ଛକା ବଳରେ ୨୦ ରନ କରିଥିଲେ।

छवि

କ୍ରିଜରେ ଜମି ଥିବା ବ୍ରେଣ୍ଡନ କିଙ୍ଗ ୪୨ ରନର ଉପଯୋଗୀ ଇନିଂସ ଖେଳିଥିଲେ। କୁଲଦୀପ ଯାଦବ ତାଙ୍କୁ ଆଉଟ୍ କରି ବ୍ୟକ୍ତିଗତ ତୃତୀୟ ସଫଳତା ହାସଲ କରିଛନ୍ତି। ସିମରନ ହେଟମାୟର(୯) ଓ୍ଵିକେଟ୍‌ରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଅଧିନାୟକ ରୋଭମ୍ୟାନ ପାଓ୍ଵେଲ୍ ଅପରାଜିତ ୪୦ ରନର ବିସ୍ଫୋରକ ଇନିଂସ ଖେଳିବାରୁ ଓ୍ଵେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୫୯ ରନ କରିଛି।

ଭାରତ ପକ୍ଷରୁ ସଫଳ ବୋଲର ଭାବେ କୁଲଦୀପ ଯାଦବ ୨୮ ରନ ବ୍ୟୟ କରି ୩ଟି ଓ୍ଵିକେଟ୍ ନେଇଛନ୍ତି। ସେହିପରି ଅକ୍ଷର ପଟେଲ୍ ଓ ମୁକେଶ କୁମାର ପ୍ରତ୍ୟେକ ଗୋଟିଏ ଲେଖାଏ ଓ୍ଵିକେଟ୍ ନେଇଛନ୍ତି।

   Related Posts