୭ ମାସରେ ସର୍ବାଧିକ କୋଭିଡ୍ ସଂକ୍ରମଣ; ୨୪ ଘଣ୍ଟାରେ ୭୪୩ ଆକ୍ରାନ୍ତ ଚିହ୍ନଟ, ୭ ମୃତ

Published By : Prameya-News7 Bureau | December 30, 2023 IST

ନୂଆଦିଲ୍ଲୀ: ୭ ମାସ ସର୍ବାଧିକ କୋଭିଡ୍ ସଂକ୍ରମଣ । ଗତ ୨୪ ଘଣ୍ଟାରେ ନୂଆ ୭୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସାରା ଦେଶରେ ୭ଜଣଙ୍କ ମୁଣ୍ଡ ନେଇଛି ମାରାତ୍ମକ ଭୂତାଣୁ । ଏହାକୁ ମିଶାଇ ଦେଶରେ ୩,୯୯୭ କୋଭଡ୍ ସକ୍ରିୟ ମାମଲା ରେକର୍ଡ କରାଯାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟ ମୁତାବକ ୨୪ ଘଣ୍ଟାରେ କେରଳରେ ୩ଜଣ କୋଭିଡରେ ପ୍ରାଣ ହରାଇଛନ୍ତି । ୨ଜଣ କର୍ଣ୍ଣାଟକ ଏବଂ ଛତିଶଗଡ଼ ଓ ତାମିଲନାଡ଼ୁରୁ ଜଣିଏ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଡିସେମ୍ବର ୨୮ ତାରିଖ ସୁଦ୍ଧା ୧୪୫ଜଣ କୋଭିଡ୍ ସବ୍-ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି ।

{"id":889774,"sizeSlug":"full","linkDestination":"none"}

ଜାନୁଆରୀ ୨୦୨୦ ଠାରୁ ଏପର୍ଯ୍ୟନ୍ତ ୪, ୫୦,୧୨, ୪୮ଜଣ ମାରାତ୍ମକ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ଗତ ଦିନକରେ ଆଉ ୭୪୩ଜଣ ସଂକ୍ରମିତ ସାମ୍ନାକୁ ଆସିଛନ୍ତି । ସେହିପରି ଆଉ ୭ଜଣ ମୃତକଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୫, ୩୩, ୩୫୮ରେ ପହଞ୍ଚିଛି ।

ଏପଟେ ରାଜ୍ୟରେ ବଢିବାରେ ଲାଗିଛି କରୋନା ଅକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଛୁଇଁଛି । ପୂର୍ବରୁ ୩ ଜଣଙ୍କ ଠାରେ ପଜିଟିଭି ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଦେଶରେ ମଧ୍ୟ ବଢିଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା ।

wp:embed {"url":"https://www.prameyanews7.com/news-poisitive-case-increase-in-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/news-poisitive-case-increase-in-odisha/
/wp:embed

ସୂଚନା ଥାଉକି, ଓଡିଶାରେ ବଢୁଛି କରୋନା ସଂକ୍ରମଣ । ଓଡିଶାରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ରାଜ୍ୟରେ ଆହୁରି ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩ରେ ପହଁଚିଛି । ଗତକାଲି ମଧ୍ୟ ରାଜ୍ୟରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.