ପାର୍ବଣ ସମୟରେ ନିୟନ୍ତ୍ରଣରେ କରୋନା ସଂକ୍ରମଣ: ଗତ ୨୪ ଘଣ୍ଟାରେ ୧୬୦୪ ରୋଗୀ ଚିହ୍ନଟ

Published By : Prameya-News7 Bureau | October 30, 2022 IST

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ସମୟରେ ବି ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧିନ ରହିଛି। ଦୈନିକ ସଂକ୍ରମଣ ସଂଖ୍ୟା ୨ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୧,୬୦୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳେ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୪,୪୬,୫୨,୨୬୬ରେ ପହଞ୍ଚିଛି।

ତେବେ ସଂକ୍ରମଣ ସଂଖ୍ୟାରେ ହ୍ରାସ ହୋଇଥିଲେ ଦୈନିକ ମୃତ୍ୟୁ ସଂଖ୍ୟା ତୁଳନାତ୍ମକ ଭାବରେ ଅଧିକ ରହୁଛି। ଦିନକରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫,୨୯,୦୧୬ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ କୋଭିଡ୍ ସକ୍ରିୟ ମାମଲା ତଳକୁ ଖସି ୧୮,୩୧୭ ରହିଛି।

ମହାରାଷ୍ଟ୍ର ଥାନେରୁ ଆଜି ୬୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ କେବଳ ଥାନେରେ ମୋଟ କରୋନା ସଂଖ୍ୟା ୭,୪୬,୬୩୫ରେ ପହଞ୍ଚିଛି। ଆଜିର ତଥ୍ୟକୁ ମିଶାଇଲେ ଥାନେରେ ୩୨୮ ସକ୍ରିୟ ମାମଲା ରହିଛି। ତେବେ ମୃତ୍ୟୁ ସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଥାନେରେ ମୃତ୍ୟୁ ସଂଖ୍ୟା ୧୧,୯୬୫ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୭,୩୫,୦୩୦ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.