ମନେରହିବେ କାରଗିଲ୍ ହିରୋ କ୍ୟାପଟେନ୍ ବିକ୍ରମ ବାତ୍ରା : ଆଜି ମଧ୍ୟ ସ୍ମୃତି ସାଇତି ରଖିଛନ୍ତି ପ୍ରେମିକା, ଅଧୁରା ରହିଗଲା ପ୍ରେମ...

Published By : Prameya-News7 Bureau | July 07, 2020 IST

ନୂଆଦିଲ୍ଲୀ ୦୭/୦୭ : କାରଗିଲରେ ୫ ହଜାର ୧୪୦ ଫୁଟ ଉଚ୍ଚରେ କବଜା କରିବା ପରେ ଟିଭିରେ 'ୟେ ଦିଲ୍ ମାଙ୍ଗେ ମୋର୍' କହି ଶହୀଦ ବିକ୍ରମ ବାତ୍ରା ଲୋକଙ୍କ ହୃଦୟ ଜିତିଥିଲେ | ଆଜିର ଦିନରେ, ଜୁଲାଇ ୭ ତାରିଖରେ ବିଜୟରଥ ସାରଥୀ କାରଗିଲ ରଣଭୂମୀରେ ପ୍ରାଣ ତ୍ୟାଗ କରିଥିଲେ | ଦେଶ ପାଇଁ ଶହୀଦ ହୋଇଥିବା ବିକ୍ରମ ବାତ୍ରାଙ୍କ ଜୀବନର ଆଉ ଏକ କାହାଣୀ ମଧ୍ୟ ରହିଛି | ସେ ହେଲା ତାଙ୍କ ପ୍ରେମ ସମ୍ପର୍କ |

{"id":297236,"width":580,"height":450,"sizeSlug":"large"}

୨୦ ବର୍ଷ ପୂର୍ବରୁ ୧୯୯୯ ମସିହା ଜୁଲାଇ ୭ ତାରିଖରେ ଆଜିର ଦିନରେ କାରଗିଲ ହିରୋ ବିକ୍ରମ ବାତ୍ରା ନିଜ ସାଥି ଅଫିସରଙ୍କ ପ୍ରାଣ ବଞ୍ଚାଇବା ପାଇଁ ଶହୀଦ ହୋଇଥିଲେ | ତାଙ୍କ ବଳିଦାନ ସମ୍ପର୍କରେ ଜାଣି ସାରା ଦେଶ ତାଙ୍କ ପାଇଁ ଲୁହ ଝରାଇଥିଲା | କାରଗିଲ ଯୁଦ୍ଧର କିଛି ମାସ ପୂର୍ବରୁ ବିକ୍ରମ ନିଜ ଗାଁ ପାଲମପୁରକୁ ଯାଇଥିଲେ | ନିଜ ସାଙ୍ଗମାନଙ୍କୁ ଟ୍ରିଟ ଦେବାପାଇଁ ସେ ନ୍ୟୂଗଲ କେଫେ ନେଇଯାଇଥିଲେ | ତାଙ୍କ ସାଙ୍ଗମାନେ କହିଥିଲେ, 'ଏବେ ତୁ ସେନାରେ ଅଛୁ, ନିଜର ଯତ୍ନ ନେବୁ' | ବିକ୍ରମ କହିଥିଲେ, 'ମୁଁ ବିଜୟ ପରେ ତ୍ରିରଙ୍ଗା ଉଡ଼ାଇବି ନଚେତ ସେହି ତ୍ରିରଙ୍ଗାରେ ଗୁଡେଇ ହୋଇ ଫେରିବି | କିନ୍ତୁ ଆସିବି ନିଶ୍ଚୟ |'

{"id":297237,"width":574,"height":424,"sizeSlug":"large"}

ଏହିଭଳି ଜଣେ ବୀର ଯୋଦ୍ଧାଙ୍କ ପ୍ରେମ କାହାଣୀ ମଧ୍ୟ ରୋମାଞ୍ଚକ | ବିକ୍ରମ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ | ଉଭୟ ସାକ୍ଷାତ କାରଗିଲ ଯୁଦ୍ଧ ପୂର୍ବରୁ ୧୯୯୫ ମସିହାରେ ପଞ୍ଜାବ ୟୁନିଭର୍ସିଟିରେ ହୋଇଥିଲା | ସେଠାରେ ଉଭୟ ଇଂରାଜୀରେ (ଏମଏ) MA କରୁଥିଲେ | ଉଭୟ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା ଏବଂ ପରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା | ବିକ୍ରମ ଶହୀଦ ହେବାପରେ ତାଙ୍କ ପ୍ରେମିକା ଭାଙ୍ଗି ପଡ଼ିଥିଲେ | ସେ କହିଥିଲେ, 'ସେ ତ ଫେରିଲେଣି କିନ୍ତୁ ସାରା ଜୀବନ ପାଇଁ ମୋତେ ସ୍ମୃତି ଦେଇଗଲେ |' ଏକ ସାକ୍ଷାତକାରରେ ସେ ନିଜ ପ୍ରେମ କାହାଣୀ ସମ୍ପର୍କରେ କହିଥିଲେ ଯେ କିଭଳି ତାଙ୍କ ପ୍ରେମ ଜୀବନକୁ ଏକ ନୂଆ ରଙ୍ଗ ଦେଇଥିଲା | ସେ ଜୀବନ ସାରା ତାଙ୍କ ସହ ରହିବେ ବୋଲି ସେ କହିଥିଲେ | ବିକ୍ରମ ବାତ୍ରା ଦେଶ ସେବାରେ ମାଗିଥିଲେ ଏବଂ ଦେଶର ଅନେକ ମିଶନ ପୁରା କରିବାରେ ବ୍ୟସ୍ତ ଥିଲେ | ସେଥିପାଇଁ ସେମାନଙ୍କୁ ପରସ୍ପର ଠାରୁ ବହୁତ ଦିନ ଯାଏଁ ଅଲଗା ରହିବାକୁ ପଡୁଥିଲା | ବିକ୍ରମ ସବୁବେଳେ ତାଙ୍କୁ ବାହା ହେବାକୁ କହୁଥିଲେ | 

{"id":297238,"width":580,"height":438,"sizeSlug":"large"}

ବିକ୍ରମ ବାତ୍ରାଙ୍କୁ ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା | ୧୯୯୯ ମସିହାରେ ଶହୀଦ ହେବାପରେ ତାଙ୍କୁ ଏହି ସମ୍ମାନ ମିଳିଥିଲା | ୨୫ ବର୍ଷ ବୟସରେ ସେ ଦେଶ ପାଇଁ ପ୍ରାଣ ତ୍ୟାଗ କରିଥିଲେ | ୧୯୭୪ ମସିହା ସେପ୍ଟେମ୍ବର ୯ ତାରିଖରେ ହିମାଚଳ ପ୍ରଦେଶ ପାଲମପୁରରେ ବିକ୍ରମ ଜନ୍ମ ହୋଇଥିଲେ | ୧୯୯୯ ମସିହା ଜୁନ ୧୯ ତାରିଖରେ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଲିଡରସିପରେ ଭାରତୀୟ ସେନା ଅନୁପ୍ରବେଶକାରୀଙ୍କୁ ପରାସ୍ତ କରି କାରଗିଲ ପଏଣ୍ଟ ଶିଖର ୫୧୪୦ ହାସଲ କରିଥିଲେ | ତାହା ଗୁରୁତ୍ୱପୂର୍ଣ୍ଣ ଓ ଷ୍ଟ୍ରଟେଜିକ ପଏଣ୍ଟ ଥିଲା କାରଣ ଏହା ଏକ ଉଚ୍ଚ ଏବଂ ସିଧା ଶିଖର ଥିଲା | ସେଠାରେ ଲୁଚି ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତୀୟ ସେନା ଉପରେ ଗୁଳି ବର୍ଷା କରୁଥିଲେ | କିନ୍ତୁ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ପରାସ୍ତ କରି ଏହି ଶିଖର ଜିତିବା ପରେ ବିକ୍ରମ ଆଉ ଏକ ପଏଣ୍ଟ ୪୮୭୫ ଜିତିବା ପାଇଁ ଆଗେଇ ଚାଲିଲେ | ଏହା ସମୁଦ୍ର ସ୍ଥରରୁ ୧୭ ହଜାର ଫୁଟ ଉଚ୍ଚରେ ଥିଲା |

{"id":297239,"sizeSlug":"large"}

ସେଦିନ ଥିଲା ୧୯୯୯ ମସିହା ଜୁଲାଇ ୭ ତାରିଖ | ଜଣେ ଆହତ ଅଫିସରଙ୍କୁ ରକ୍ଷା କରିବାକୁ ଯାଇ ବିକ୍ରମଙ୍କ ନିଜ ପ୍ରାଣବଳି ଦେବାକୁ ପଡିଥିଲା | ବିକ୍ରମ ଅଫିସରଙ୍କୁ କହିଥିଲେ ଯେ, ଆପଣ ସାମ୍ନାରୁ ହଟିଯାଆନ୍ତୁ, ତୁମର ସ୍ତ୍ରୀ-ପିଲା ଅଛନ୍ତି | ବିକର୍ମ ବାତ୍ରାଙ୍କ ଜଣେ ସାଥି ଯିଏ ବଙ୍କରରେ ତାଙ୍କ ସହିତ ଥିଲେ ସେ କହିଛନ୍ତି ଯେ ଅଚାନକ ଏକ ବୋମା ତାଙ୍କ ଗୋଡ ପାଖରେ ଆସି ଫାଟିଲା | ନବୀନ ଗୁରୁତର ଭାବେ ଆହତ ହୋଇଥିଲେ | ବିକ୍ରମ ତୁରନ୍ତ ତାଙ୍କୁ ସେଠାରୁ ହଟାଇ ଦେଇଥିଲେ ଯେପରିକି ନବୀନଙ୍କ ଜୀବନ ବଞ୍ଚିଯିବ | ବିକ୍ରମଙ୍କ ଏହି ପଦକ୍ଷେପରୁ ନବୀନଙ୍କ ଜୀବନ ତ ବଞ୍ଚିଯାଇଥିଲା କିନ୍ତୁ କ୍ୟାପଟେନ ଦେଶ ପାଇଁ ନିଜ ଜୀବନ ତ୍ୟାଗ କରିଦେଇଥିଲେ | ବିକ୍ରମ ବାତ୍ରାଙ୍କ ବୀରତ୍ୱର ଗାଥା କେବଳ ଭାରତରେ ନୁହେଁ ବରଂ ପାକିସ୍ତାନରେ ମଧ୍ୟ ଶୁଣିବାକୁ ମିଳେ | ପାକିସ୍ତାନୀ ସେନା ତାଙ୍କୁ ଶେରଶାହ ନାଁ ଦେଇଥିଲେ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.