Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲା; କାନାଡ଼ାର ଅଭିଯୋଗକୁ ଖଣ୍ଡନ କଲା ଭାରତ

19/09/2023 at 10:42 AM

ନୂଆଦିଲ୍ଲୀ: ଖଲିସ୍ତାନୀ ଅତଙ୍କୀ ହରଦୀପ ସିଂହ ନିଜ୍ଜର ହତ୍ୟାକୁ କାନାଡ଼ା ପକ୍ଷରୁ ଭାରତ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛି ବିଦେଶ ମନ୍ତ୍ରାଳୟ । କାନାଡ଼ା ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ବିଦେଶ ମନ୍ତ୍ରାଳୟ ଏକ ବୟାନ ଜାରି କରି କହିଛି । ଭାରତ କହିଛ, ଏଭଳି ଅଭିଯୋଗ କରି କାନାଡ଼ା ଖଲିସ୍ତାନ ଆତଙ୍କୀ ଓ କଟ୍ଟରପନ୍ଥୀମାନଙ୍କ ଠାରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି । କାନାଡ଼ା ସରକାର ଲମ୍ବା ସମୟ ଧରି ଆତଙ୍କୀଙ୍କୁ ଶରଣ ଦେଇ ଭାରତ କ୍ଷେତ୍ରୀୟ ଏକତା ଏବଂ ଅଖଣ୍ଡତା ପାଇଁ ବିପଦ ବଢ଼ାଉଛି ।

କାନାଡ଼ା ବିଦେଶ ମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଲଗାଇଥିବା ଅଭିଯୋଗକୁ ସିଧା ସିଧା ଖଣ୍ଡନ କରିଛି ଭାରତୀୟ ବିଦେଶ ମନ୍ତ୍ରାଳୟ । ଜଷ୍ଟିନ୍ ଟ୍ରୁଡୋ କାନାଡ଼ା ସଂସଦରେ ଖଲିସ୍ତାନୀ ଅତଙ୍କୀ ହରଦୀପ ସିଂହ ନିଜ୍ଜର ହତ୍ୟାକୁ ନେଇ ଭାରତ ସହିତ ଯୋଡ଼ିଥିଲେ ।  ଏହା ସହିତ ମେଲାନୀ ଜାଁଲି ବୟାନଙ୍କୁ ମଧ୍ୟ ଆଲୋଚନା କରାଯାଇଥିଲା । ବିଦେଶ ମନ୍ତ୍ରାଳୟ କହିଛି, ଭାରତ ଏକ ମଜବୁତ ଲୋକତାନ୍ତ୍ରିକ ଦେଶ । ଯେଉଁଠାରେ ଆଇନ କାନୁନ ପ୍ରତି ସମସ୍ତେ ପ୍ରତିବଦ୍ଧିତ । ଖଲିସ୍ତାନୀ ଆତଙ୍କୀ ଓ ସମର୍ଥକଙ୍କ ଗତିବିଧି ସହିତ ଜଡ଼ିତ ମାମଲାରେ କାନାଡ଼ା ସରକାର ଲମ୍ବା ସମୟ ଧରି କିଛି ଆକ୍ସନ ନେଇ ନପାରିବା ଭାରତ ବିପଦ ଓ ଚିନ୍ତାଜନକ ବିଷୟ ବୋଲି କୁହାଯାଇଛି ।

ହରଦୀପ ସିଂହ ନିଜ୍ଜର ମାମଲାରେ କାନାଡ଼ା ନେତାଙ୍କୁ ମଧ୍ୟ ଭାରତ ଘେରିଛି । କାନାଡ଼ାର ଅଧିକାଂଶ ନେତା ଏହି ଖଲିସ୍ତାନୀ ଆତଙ୍କୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଭାରତ ପାଇଁ ଶତ୍ରୁ ପାଲଟିଥିଲା ଖଲିସ୍ତାନୀଙ୍କୁ ଖୋଲାଖୋଲି ଭାବେ ସମର୍ଥନ କରୁଛନ୍ତି । କାନାଡ଼ାରେ ଯେଉଁଭଳି ହତ୍ୟା, ମାନବ ତସ୍କରୀ ଏବଂ ସଂଗଠିତ ଅପରାଧ କରାଯାଉଛି, ଏହା କୌଣସି ନୂଆ କଥା ନୁହେଁ ।  ତେଣୁ ଭାରତ ବିରୋଧ ଖଲିସ୍ତାନୀ ଆତଙ୍କୀ ଜାରି ରଖିଥିବା ଗତିବିଧି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ପକ୍ଷରୁ କୁହାଯାଇଛି ।

   Related Posts