scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅରୁଣାଚଳ ପ୍ରଦେଶ ଖେଳାଳିଙ୍କ ପାଇଁ ଷ୍ଟାପଲେଡ୍‌ ଭିସା ପ୍ରଦାନ କଲା ଚୀନ, ଭାରତ କହିଲା- ଭେଦଭାବ ଗ୍ରହଣୀୟ ନୁହେଁ

27/07/2023 at 7:03 PM

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର କିଛି ଖେଳାଳିଙ୍କୁ ଚୀନ ପକ୍ଷରୁ ଷ୍ଟାପଲେଡ୍ ଭିସା ଜାରି କରାଯାଇଥିବାରୁ ଏହାକୁ ଦୃଢ଼ ବିରୋଧ କରିଛି ଭାରତ। ଗୁରୁବାର (ଜୁଲାଇ ୨୭) ଭାରତ ଏହାକୁ ଗ୍ରହଣୀୟ ନୁହେଁ ବୋଲି କହିବା ସହ ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ଦେଶ ଉପଯୁକ୍ତ ଜବାବ ଦେବାର ସାମର୍ଥ୍ୟ ରଖିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି। ଏହା ପୂର୍ବରୁ ମଧ୍ୟ ଭାରତ ଏହି ପ୍ରସଙ୍ଗରେ ଚୀନ ଆଗରେ ଦୃଢ଼ ବିରୋଧ ପ୍ରଦର୍ଶନ କରିସାରିଛି।

ନ୍ୟୁଜ୍ ଏଜେନ୍ସି ପିଟିଆଇରେ ପ୍ରକାଶିତ ଖବର ଅନୁସାରେ, ଅରିନ୍ଦମ ବାଗ୍‌ଚୀଙ୍କୁ ଅରୁଣାଚଳର କେତେକ ଖେଳାଳିଙ୍କୁ ଚୀନ ଦେଇଥିବା ଷ୍ଟାପଲେଡ୍ ଭିସା ସମ୍ପର୍କରେ ପଚରାଯାଇଥିଲା। ଏହାର ଉତ୍ତର ଦେଇ ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ ଚୀନରେ ଏକ ଆନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟ ହେଉଛି। ଦେଶର କିଛି ଖେଳାଳି ଭାଗ ନବାକୁ ଯାଉଥିବା ବେଳେ ଚୀନ ସେମାନଙ୍କୁ ଷ୍ଟାପଲେଡ୍ ଭିସା ଦେଇଛି। ଏହା ଭାରତ ସରକାରଙ୍କ ନଜରକୁ ବି ଆସିଛି।

ପଢ଼ନ୍ତୁୁ-ରାଜନାଥଙ୍କ ବୟାନ୍‌ରେ ରାଗିଲା ପାକିସ୍ତାନ; କହିଲା- ଏଭଳି ମନ୍ତବ୍ୟ ନ ଦେଉ ଭାରତ, ଆମେ ବି ଜବାବ ଦେବାକୁ ସମର୍ଥ

ସେ କହିଛନ୍ତି “ ଏହା ଗ୍ରହଣୀୟ ନୁହେଁ। ଆମେ ନିଜର ସ୍ଥିତି ଜାହିର କରି ଚୀନ୍ ପକ୍ଷ ବିରୋଧରେ କଡ଼ା ବିରୋଧ ପ୍ରଦର୍ଶନ କରିଛୁ। ଏଭଳି କାର୍ଯ୍ୟା ଉପରେ ଉପଯୁକ୍ତ ଜବାବ ଦେବାର ଅଧିକାର ଭାରତ ପାଖରେ ରହିଛି”।

ବାଗଚି କହିଛନ୍ତି ଯେ ଆମର ଦୀର୍ଘ ଦିନର ଆଭିମୁଖ୍ୟ ହେଉଛି ଯେ ବୈଧ ଭାରତୀୟ ପାସପୋର୍ଟ ଥିବା ଭାରତୀୟ ନାଗରିକଙ୍କ ପାଇଁ ଭିସା ବ୍ୟବସ୍ଥାରେ ବାସସ୍ଥଳି କିମ୍ବା ଜାତି ଭିତ୍ତିରେ କୌଣସି ଭେଦଭାବ ହେବା ଉଚିତ ନୁହେଁ।

ସୂଚନା ଥାଉକି, ଏସିଆନ୍ ଗେମ୍ସ ୨୩ ସେପ୍ଟେମ୍ବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଚୀନରେ ଅନୁଷ୍ଠିତ ହେବ। ଯେଉଁଥିରେ ଭାରତର ଖେଳାଳିମାନେ ମଧ୍ୟ ଭାଗ ନେବାକୁ ଯାଉଛନ୍ତି। ଏସୀୟ ଗେମ୍ସରେ ଭାଗ ନେଉଥିବା କିଛି ଭାରତୀୟ ଖେଳାଳିଙ୍କୁ ଚୀନ୍ ମୁଖ୍ୟ ଭିସା ପ୍ରଦାନ କରିଥିବା ବେଳେ ଅରୁଣାଚଳ ପ୍ରଦେଶର କିଛି ଖେଳାଳିଙ୍କୁ ଷ୍ଟାପଲେଡ ଭିସା ପ୍ରଦାନ କରିଛି। ଭାରତ ଏହାକୁ ତୀବ୍ର ବିରୋଧ କରିଛି।

ପଢ଼ନ୍ତୁ-ନାଇଜେରିଆରେ କ୍ଷମତା ଦଖଲ କରିଛି ସେନା, ରାଷ୍ଟ୍ରପତି ମହମ୍ମଦ ବାଜମ୍‌ଙ୍କୁ ଗାଦିଚ୍ୟୁତ କରିବା ସହ ବନ୍ଦୀ

ଷ୍ଟାପଲେଡ୍ ଭିସା କଣ ଓ କାହିଁକି ଜାରି କରାଯାଏ ?

ଷ୍ଟାପଲେଡ୍‌ ଭିସାରେ ଇମିଗ୍ରେସନ ଅଫିସର ପାସ୍‌ପୋର୍ଟରେ ଷ୍ଟାମ୍ପ ବାଡ଼ାନ୍ତି ନାହି। ପାସ୍‌ପୋର୍ଟ ସହିତ ଏକ ଅତିରିକ୍ତ ପେପର ଦିଆଯାଇଥାଏ। ଏଥିରେ ଯାତ୍ରୀଙ୍କର ସମସ୍ତ ଠିକାଣ ରହିଥାଏ। ଯେହେତୁ ଏହା ପାସ୍‌ପୋର୍ଟ ସହିତ ଷ୍ଟାପଲ୍ଡ କରି ଯୋଡ଼ା ଯାଇଥାଏ। ତେଣୁ ଏହାକୁ ଷ୍ଟାପଲେଡ୍ ଭିସା କୁହାଯାଇଥାଏ।

ସାଧାରଣତଃ ବିଦେଶ ଗସ୍ତ ବେଳେ ଇମିଗ୍ରେସନ୍ ଅଫିସର ପାସ୍‌ପୋର୍ଟରେ ଷ୍ଟାମ୍ପ ଲଗାନ୍ତି। ଫଳରେ ଆପଣ କେଉଁ ଉଦ୍ଦେଶ୍ୟରେ ବିଦେଶ ଗସ୍ତ କରୁଛନ୍ତି ତାହା ଜଣାପଡ଼ିଥାଏ। ହେଲେ ଷ୍ଟାପଲେଡ୍ ଭିସା କ୍ଷେତ୍ରରେ ପାସ୍‌ପୋର୍ଟ ସାଥିରେ ଥିବା ପେପରରେ ଷ୍ଟାମ୍ପ ଲଗାଯାଇଥାଏ।

   Related Posts