ଦ୍ୱିପାଖିକ ଆଲୋଚନା ବେଳେ ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରେ ହେଉଥିବା ଆକ୍ରମଣ ପ୍ରସଙ୍ଗ ଉଠାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Published By : Prameya-News7 Bureau | November 18, 2022 IST

ନୂଆଦିଲ୍ଲୀ: ଆଜି ଭାରତ-ବାଂଲାଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାଖିକ ଆଲୋଚନା ହୋଇଛି। ଏହି ଆଲୋଚନାରେ ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରେ ହେଉଥିବା ଆକ୍ରମଣ ପ୍ରସଙ୍ଗ ଉଠାଇଛି ଭାରତ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାଂଲାଦେଶ ପ୍ରତିପକ୍ଷ ଅସୁଦୁଜ୍ଜମାନ ଖାନଙ୍କ ସହ ଆଲୋଚନା କରି ଏହି ପ୍ରସଙ୍ଗ  ଉଠାଇଛନ୍ତି। ଏଥିସହିତ ବାଂଲାଦେଶ ସହିତ ବର୍ଡରରେ ବାଡ଼ ତିଆରି କରିବା ପ୍ରସଙ୍ଗ ମଧ୍ୟ ଆଲୋଚନା ହୋଇଛି।

ଆଜି ଆତଙ୍କବାଦର ମୁକାବିଲା ପାଇଁ ଆର୍ଥିକ ପୋଷଣ ଉପରେ ରୋକ୍ ନେଇ ଦିଲ୍ଲୀରେ ‘ନୋ ମନୀ ଫର୍ ଟେରର ମିନିଷ୍ଟ୍ରେରିଆଲ କନଫରେନ୍ସ କାଉଣ୍ଟର ଟେରରରିଜିମ୍ ଫାଇନାନ୍ସିଂ’ର ତୃତୀୟ ବୈଠକ ହୋଇଥିଲା। ଏହି ବୈଠକରେ ଭାରତ-ବାଂଲାଦେଶ ମଧ୍ୟରେ ଦ୍ୱିପାଖିକ ଆଲୋଚନା ହୋଇଥିଲା। ଏଥିରେ ହିନ୍ଦୁ ମନ୍ଦିର ଆକ୍ରମଣ ସହିତ ସୀମା ବିବାଦ ଓ ସାଧାରଣ ସୁରକ୍ଷା ଜନିତ ସମସ୍ୟା ନେଇ ଆଲୋଚନା ହୋଇଥିଲା।

ସୂଚନା ଥାଉକି ନିକଟରେ ବାଂଲାଦେଶରେ ହିନ୍ଦୁ ଓ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା ଅନେକ ଦେଖିବାକୁ ମିଳିଛି। ଅକ୍ଟୋବର ମାସରେ ଝେନାଇଦାହରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ସେହିପରି ଜୁଲାଇ ମାସରେ ମଧ୍ୟ ବାଂଲାଦେଶରେ କିଛି ମନ୍ଦିର ଓ ହିନ୍ଦୁ ଘର ଓ ଦୋକାନରେ ଭଙ୍ଗାରୁଜା କରାଯାଇଥିଲା। ଯାହାକୁ ନେଇ ଭାରତ ପ୍ରତିକ୍ରିୟା ଦେଇ ବାଂଲାଦେଶରେ ଶାନ୍ତି ପାଇଁ ସେଠାକାର ସରକାରଙ୍କୁ ହସ୍ତକ୍ଷେପ କରିବାକୁ କହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.