ଶତ୍ରୁର ଗତିବିଧି ଉପରେ ନଜର ରଖିବାକୁ ମହାକାଶରେ ଆଉ ଏକ ସାଟେଲାଇଟ୍ ଖଞ୍ଜିଲା ଭାରତ

Published By : Prameya-News7 Bureau | December 11, 2019 IST

ନୂଆଦିଲ୍ଲୀ ୧୧।୧୨ -  ଶତ୍ରୁର ଗତିବିଧି ଉପରେ ନଜର ରଖିବାକୁ ମହାକାଶରେ ଆଉ ଏକ ସାଟେଲାଇଟ୍ ଖଞ୍ଜିଲା ଭାରତ। ଇସ୍ରୋର ଡାର୍କ ହର୍ସ ଭାବେ ଜଣା ପି.ଏସ୍.ଏଲ୍.ଭି ଆଜି ପୁଣି ଦେଇଛି ସଫଳତା। ସ୍ପାଏ ସାଟେଲାଇଟ୍ ରିସାଟ୍-2 BR-1 ଉପଗ୍ରହ ସହିତ ଏକାଥରେ ୧୦ଟି ଉପଗ୍ରହ ଭାରତ ମହାକାଶକୁ ପଠାଇଛି। ଏ ମଧ୍ୟରେ ୯ ଟି ବିଦେଶୀ ଉପଗ୍ରହ ରହିଛି।

{"id":196531,"sizeSlug":"large"}

ଆତଙ୍କବାଦୀ ଲୁଚିବା ସ୍ଥାନରୁ ବାହାରିବା ହୋଇଯିବ ମୁସ୍କିଲ। ଶତ୍ରୁର ଚପଚପା ଖବରର ଉପରେ ନଜର ରଖିବ ଏହି ବାଜର ଆଖି ସାଟେଲାଇଟ। ମହାକାଶରେ ଭାରତ ଖଞ୍ଜିଲା ଆଉ ଏକ ସ୍ପାଏ ସାଟ। ସମୟ ଦିନ ୩ଟା ୨୫। ପୂର୍ବଗଣତି ଅନୁସାରେ ଶ୍ରୀହରିକୋଟା ମହାକାଶ ଗବେଷଣା କେନ୍ଦ୍ରରୁ ଅଭିଯାନ ଆରମ୍ଭ କରିଥିଲା

{"id":196532,"sizeSlug":"large"}

PSLV- C 48। ଧଳା ଧୂଆଁର ଗାରଟାଣି ଆକାଶରେ ଆଗକୁ ବଢ଼ିଥିଲା ପିଏସଏଲଭି। ସମୟର ଗତି ଅନୁସରା ବୌଜ୍ଞାନିକଙ୍କ ଟ୍ରାକ ସହିତ ତାଳ ଦେଇ ଆଗତୁ ବଢୁଥିଲା ମହାକାଶ ଯାନ। ଏକାଥରେ ୧୦ଟି ସାଟେଲାଇଟକୁ ସାଙ୍ଗରେ ନେଇ ମହାକାଶକୁ ଯାଇଥିଲା ପିଏସଏଲଭି। ଏହା ହେଉଛି ପିଏସଏଲଭିର ୫୦ ତମ ଅଭିଯାନ, ଯାହାକୁ ଇସ୍ରୋ ଅଧ୍ୟକ୍ଷ ଏକ ମଡେଲ ଦେଖାଇ ସେଲିବ୍ରେଟ କରିଥିଲେ।

{"id":196534,"sizeSlug":"large"}

ପ୍ରଥମେ ୧୬ ମିନିଟରେ ପିଏସଏଲଭିରୁ ଅଲଗା ହୋଇଥିଲା ଭାରତୀୟ ସାଟେଲାଇଟ ରିସାଟ 2 BR1। ଏହାପରେ ୯ଟି ବିଦେଶୀ ସାଟେଲାଇଟକୁ ସେମାନଙ୍କର କକ୍ଷପଥରେ ଅବସ୍ଥାପିତ କରିଥିଲା ଇସ୍ରୋ। ଏଥିରେ ଇସ୍ରାଏଲ, ଇଟାଲୀ, ଜାପାନର ଗୋଟିଏ ଏବଂ ଆମେରିକାର ୬ଟି ଉପଗ୍ରହ ସାମିଲ ରହିଛି ।

{"id":196535,"sizeSlug":"large"}

ଏହି ଉପଗ୍ରହ ମାଧ୍ୟମରେ କୃଷି ଏବଂ ବିପର୍ଯୟ ମୁକିବାଲ କରିବାରେ ସହାୟତା ଉପଲବ୍ଧ କରାଯାଇପାରିବ । ରିସାଟ 2 BR1 ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତି ବୃଦ୍ଧି କରିବ। ଏହା ଏକ ରାଡାର ଇମେଜିଂ ଆର୍ଥ ଅବଜର୍ଭେସନ ସାଟେଲାଇଟ। ଏହା ସାହାଯ୍ୟରେ ଯେକୌଣସି ସ୍ଥାନରେ ବିଭିନ୍ନ ଗତିବିଧିର ଫଟୋ ଊଠାଯାଇପାରିବ। ଏଥିସହିତ କୃଷି ଏବଂ ବିପର୍ଯ୍ୟୟ ସମୟରେ ମଧ୍ୟ ଏହା ଉପଯୋଗୀ ହୋଇପାରିବ।

{"id":196536,"sizeSlug":"large"}

ଭିଓ ସ୍ପାଏ ସାଟେଲାଇ ବିଲକୁଲ ଚିଲର ଆଖି ଭାରତ ଉପରେ ରଖିବ। ଆଉ ଏହି ଚିଲର ଆଖି କଥା କହିବା ବେଳକୁ ଆଜି ବିହାରରେ ଦେଖାଦେଇଛି ଏକ ଚିଲ ଯେଉଁଥିରେ ଲାଗିଥିଲା ସ୍ପାଏକ୍ୟାମ। ବିହାର ସେଓହରରେ ଏହି ଚିଲକୁ ଉଦ୍ଧାର କରାଯାଇଥିଲା । 

{"id":196537,"sizeSlug":"large"}

ଇଗଲର ଶରୀରରୁ ବିଭିନ୍ନ ଇଲୋକ୍ଟ୍ରନିକ୍ସ ସାମଗ୍ରୀ ସହ ସୋଲାର ପ୍ୟାନେଲ ମଧ୍ୟ ଜବତ ହୋଇଛି ।  ଚିକାନୈତା ଅଞ୍ଚଳରେ ଲୋକେ ପ୍ରଥମେ ଦେଖିବା ପରେ ଇଗଲଟିକୁ ଧରି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଇଗଲଟିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.