Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେବଳ ପରାଜୟ ନୁହେଁ, ବିଶ୍ୱକପରେ ଟିମ୍ ଇଣ୍ଡିଆ ସ୍ଥାପିତ କଲା ୨ଟି ଲଜ୍ଜାଜନକ ରେକର୍ଡ

10/07/2019 at 7:47 PM

ଓଲ୍ଡ ଟ୍ରେଫର୍ଡ: ଆଇସିସି ୱାର୍ଲଡ କପ୍ ଦ୍ୱାଦଶ ଅଧିବେଶନର ପ୍ରଥମ ସେମିଫାଇନାଲ ମ୍ୟାଚ୍ ରେ ହାରି କ୍ରିକେଟ୍ ବିଶ୍ୱକପ୍ ରୁ ଭାରତର ବିଦାୟ ହୋଇଛି। ମଞ୍ଚେଷ୍ଟରର ଓଲ୍ଡ ଟ୍ରେଫର୍ଡ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ ବର୍ଷା ଯୋଗୁ ଦିନିକିଆ ବଦଳେ ଦୁଇ ଦିନ ଖେଳାଯାଇଥିଲା। ଏଥିରେ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡ  ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୪୦ ରନର ବିଜୟଲକ୍ଷ ଦେଇଥିଲା। ତେବେ ନ୍ୟୁଜିଲ୍ୟାଣ୍ଡ ସ୍କୋରର ପିଛା କରି  ଟିମ୍ ଇଣ୍ଡିଆ ୨୧୫ ରନରେ ଅଟକି ଯାଇଛି। ଫଳରେ ଭାରତୀୟ ଟିମ୍ ଚରମ ପରାଜୟ ସାଙ୍ଗକୁ ବିଶ୍ୱକପ୍ ର ୨ଟି ଲଜ୍ଜାଜନକ ରେକର୍ଡ ନିଜ ନାମରେ ନାମିତ କରିଛି।

ଓପ୍ନର କେ.ଏଲ.ରାହୁଲ ଓ ରୋହିତ ଶର୍ମା ନ୍ୟୁଜିଲ୍ୟାଣ୍ଡ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ମେଟ୍ ହେନରୀଙ୍କ ସ୍ୱିଂଗର ସମ୍ମୁଖୀନ ହୋଇ ନ ପାରି ଗୋଟିଏ ଲେଖାଏଁ ରନ କରି ପ୍ୟାଭଲିୟନକୁ ଲେଉଟି ଥିବାବେଳେ କ୍ୟାପ୍ଟେନ ବିରାଟଙ୍କୁ ମଧ୍ୟ ସମାନ ଦଷା ଭୋଗିବାକୁ ପଡିଥିଲା। ଫଳରେ ବିଶ୍ୱକପ୍ ରେ ମାତ୍ର ୩ ରନରେ ୩ଟି ୱିକେଟ୍ ହରାଇବାର ଲଜ୍ଜାଜନକ ରେକର୍ଡ ଭାରତ ନାମରେ ନାମିତ ହୋଇଛି। ଏହା ପୂର୍ବରୁ ଏହି ରେକର୍ଡ ଦକ୍ଷିଣ ଆଫ୍ରିକାର ନାମରେ ଥିଲା। ଅନ୍ତର୍ଜାତୀୟ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ୪ ଜଣ ଦକ୍ଷ ବ୍ୟାଟସ୍ ମ୍ୟାନ୍ ଭାରତ ବିପକ୍ଷରେ ହାଇଦ୍ରାବାଦରେ  ୪ରନରେ ଆଉଟ୍ ହୋଇ ଏହି ରେକର୍ଡ କରିଥିଲେ। ତେବେ ଭାରତ ୩ ରନରେ ୩ ୱିକେଟ୍ ଦେଇ ଏବେ ଏହି ରେକର୍ଡକୁ ନିଜ ନାମରେ କରିଛି।

ଏହା ଛଡା ମ୍ୟାଚ୍ ରେ ପାୱାର ପ୍ଲେରେ ମଧ୍ୟ ସର୍ବନିମ୍ନ ସ୍କୋରର ରେକର୍ଡ ଭାରତ ନାମରେ ନାମିତ ହୋଇଛି। ଏହା ପୂର୍ବରୁ ଏହିମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ପାୱାର ପ୍ଲେରେ ଗୋଟିଏ ୱିକେଟ୍ ହରାଇ ମାତ୍ର ୨୭ ରନ ସଂଗ୍ରହ କରିବାର ରେକର୍ଡ କରିଥିଲା। ତେବେ ପ୍ରଥମ ୧୦ ଓଭରରେ ଟିମ୍ ଇଣ୍ଡିଆ ୪ ୱିକେଟ୍ ହରାଇ ସର୍ବ ନିମ୍ନ ୨୪ ରନର ରେକର୍ଡ ମଧ୍ୟ ନିଜ ନାମରେ କରିଛି। ଯାହା ଟିମର ପରାଜୟ ଜନିତ ଦୁର୍ଦ୍ଦଶାକୁ ବଳେଇ ଯାଇଛି। ବିଶ୍ୱକପ୍ ପଏଣ୍ଟ ଟେବୁଲର ଶିର୍ଷରେ ପହଞ୍ଚିବାରେ ଟିମର ଉଲ୍ଲାସ ଓଲ୍ଡ ଟ୍ରେଫର୍ଡ ବର୍ଷାରେ ଧୋଇ ହୋଇ ଯାଇଛି।

   Related Posts