ସୁନା ଉପରେ ବଡ଼ ନିଷ୍ପତ୍ତି ନେଇପାରନ୍ତି ସରକାର ? ବେଆଇନ ସୁନା ଚାଲାଣ ରୋକିବାକୁ ପ୍ରସ୍ତୁତି

Published By : Prameya-News7 Bureau | January 23, 2023 IST

ନୂଆଦିଲ୍ଲୀ: ଦୁନିଆରେ ସୁନାର ସବୁଠୁ ବଡ଼ ଗ୍ରହାକ ଦେଶ ଭାରତ ଏହାର ରପ୍ତାନୀ ଉପରେ ବଡ଼ ନିଷ୍ପତ୍ତି ନେଇପାରେ । ସରକାର ଏବଂ ସର୍ରାଫା ବଜାର ସୂତ୍ରକୁ ନେଇ ପ୍ରକାଶ ପାଉଥିବା ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ସୁନା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା ନେଇ ଯୋଜନା କରୁଛନ୍ତି ।

ଦାବି କରାଯାଉଛି ଯେ ସୁନାର ଚୋରା ଚାଲାଣ ଉପରେ ରୋକ ଲଗାଇବା ପାଇଁ ସରକାର ଏହି ନିଷ୍ପତ୍ତି ନେଇପାରନ୍ତି । ଉଲ୍ଲେଯୋଗ୍ୟ ଯେ ସୁନାର ଆମଦାନୀ ଉପରେ ଅଧିକ ଟିକସ ଥିବାରୁ ବେଆଇନ ସୁନା ଚାଲାଣ ମାଧ୍ୟମରେ ଅଧିକ ଲାଭ ପାଇଥାନ୍ତି । ଏପରି ସ୍ଥିତିରେ ସରକାର ସୁନା ଉପରେ ଲାଗୁ ଥିବା ଆମଦାନୀ ଶୁଳ୍କ ହ୍ରାସ କରିବାକୁ ଯୋଜନା କରୁଛନ୍ତି । ଭାରତରେ ପିକ୍ ଡିଣ୍ଡାମ ଋତୁ ଆରମ୍ଭ ହେବା ପୂର୍ବର ସୁନା ଉପରେ ଆମଦାନୀ ଟିକସ ହ୍ରାସ ହେବା ଦ୍ୱାରା ଏହାର ଚାହିଦା ବୃଦ୍ଧି ହେବ । ଏପରି ହେବା ଦ୍ୱାରା ଗତ କିଛି ଦିନ ଧରି ବିଶ୍ୱ ସ୍ତରରେ ଦୁର୍ବଳ ହେଉଥିବା ସୁନାର ମୂଲ୍ୟକୁ ବଳ ମିଳିବ ।

ସୂତ୍ର ଅନୁସାରେ ସୁନର ବର୍ତ୍ତମାନ ପ୍ରଭାବୀ ଦରକୁ ୧୨ ପ୍ରତିଶତ ଯାଏ ହ୍ରାସ କରିବାକୁ ଚାହୁଁଛନ୍ତି । ସୁନା ଉପରେ ସରକାର ବର୍ତ୍ତମାନ ୧୮.୫ ପ୍ରତିଶତ ଇଫେକ୍ଟିଭ ଡ୍ୟୁଟି ଲାଗୁ କରନ୍ତି । ଏଥିରେ ୧୨.୫ ପ୍ରତିଶତ ଆମଦାନୀ ଶୁଳ୍କ ଏବଂ ୨.୫ ପ୍ରତିଶତ କୃଷି ଭିତ୍ତିଭୂମି ସେସ୍ ଏବଂ ଅନ୍ୟ ଟ୍ୟାକ୍ସ ଲାଗୁ ହୋଇଛି ।

ଦିଲ୍ଲୀର ସର୍ରାଫା ବାଜାରରେ ସୋମବାର ସୁନାର ମୂଲ୍ୟ ୪୦ ଟଙ୍କା ହ୍ରାସ ସହ ୫୬,୮୪୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଥିଲା । ସେହିପରି ରୁପା ୮୫ ଟଙ୍କା ହ୍ରାସ ସହ ପ୍ରତି କିଲୋଗ୍ରାମ ୬୮,୯୮୦ ଟଙ୍କାରେ ପହଞ୍ଚିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.