ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଉତ୍ସାହିତ ପ୍ରଶଂସକ : ଟିକେଟ୍ ବୁକିଂ ବେଳେ କ୍ରାଶ୍ ହୋଇଗଲା ଓ୍ୱେବସାଇଟ୍

Published By : Prameya-News7 Bureau | August 16, 2022 IST

ନୂଆଦିଲ୍ଲୀ, ୧୬|୦୮:  ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ସବୁଠୁ ବଡ ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ୨୮ ତାରିଖରେ ଖେଳାଯିବ । ଏଥିପାଇଁ ପ୍ରଶଂସକ ଉତ୍ସାହିତ ଅଛନ୍ତି । ଉଭୟ ଭାରତ ଓ ପାକିସ୍ତାନ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ଏହି ବଡ ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ଅଗଷ୍ଟ ୨୦ରେ ଦୁବାଇ ଗସ୍ତ କରିବ ।  

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ କ୍ରିକେଟପ୍ରେମୀଙ୍କ ଉତ୍ସାହ ବି କିଛି କମ୍ ନୁହେଁ । ମ୍ୟାଚର ଟିକେଟର ଚାହିଜା ମଧ୍ୟ ଅଧିକ ରହିଛି । କ୍ରିକେଟପ୍ରେମୀ ଟିକେଟ୍ ବୁକ୍ ପାଇଁ ଏତେ ପରିମାଣରେ ଓ୍ୱେବସାଇଟ୍ ଆକସେସ୍ କରିଥିଲେ ଯେ ତାହା କ୍ରାସ୍ ହୋଇଯାଇଥିଲା ।

ଓ୍ୱେବସାଇଟ୍ ପ୍ଲାଣ୍ଟିନମଲିଷ୍ଟ,ନେଟ୍ ଓପନିଂ ହେଲା ପରେ ଦର୍ଶକ ଯେପରି ଅନାଇ ବସିଥିଲେ । କିଛି ସମୟ ଠିକ୍ ଚାଲିଲା ପରେ ଆଉ ଓ୍ୱେବସାଇଟ୍ କାମ ଦେଇନଥିଲା । ଦିନ ୧୨ଟାରେ ୭୦ ହଜାର ଜଣ ଆକ୍ସେସ୍ କରିଥିଲେ ।

ସମସ୍ୟାର ସାମ୍ନା କରୁଛନ୍ତି ପ୍ରଶଂସକ

ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଉଭୟ ଦଳର ପ୍ରଶଂସକ ଏହି ମହା ମୁକାବିଲା ଦେଖିବାର ଲାଭ ଉଠାଇବାକୁ ଚାହାଁନ୍ତି । ତେଣୁ ଟିକେଟ୍ କ୍ରୟ ନେଇ ପ୍ରତିଦ୍ୱନ୍ଦ୍ୱିତା ଲାଗିଛି ।

ଏସିଆ କପରେ ଟିମ୍ ଇଣ୍ଡିଆ

ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦୀପକ ହୁଡ୍ଡା, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜା଼ଡେଜା, ଆର୍ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଶ୍ରାଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ଅଭେଶ ଖାନ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.