Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ବକପରେ ଭାରତ-ପାକିସ୍ତାନ ମହାମୁକାବିଲା: ରୋହୀତଙ୍କ ଶତକ ସହ ୪୬.୪ ଓଭରରେ ଭାରତ-୩୦୫/୪, ବର୍ଷା ଯୋଗୁଁ ଅଟକିଲା ମ୍ୟାଚ୍

16/06/2019 at 6:04 PM

ମାଞ୍ଚେଷ୍ଟର ୧୬|୬: ମାଞ୍ଚେଷ୍ଟର ମହାମୁକାବିଲା । ଓଲଡ ଟ୍ରାଫୋର୍ଡରେ ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ରୋହିତ ଶର୍ମା ୨୪ ତମ ଶତକ ହାସଲ କରିଛନ୍ତି । କେଏଲ୍‌ ରାହୁଲଙ୍କ ସହିତ ଓପନିଂ ପାର୍ଟନରସିପ୍‌ରେ ୧୩୬ ରନ୍‌ କରିଥିଲେ । ଏ ପର୍ଯ୍ୟନ୍ତ ଦିନିକିଆ ବିଶ୍ବକପ୍‌ରେ ପାକିସ୍ତାନକୁ ୬ ଥର ହରାଇଥିବା ଟିମ୍‌ ଇଣ୍ଡିଆ ସପ୍ତମ ବିଜୟ ଅପେକ୍ଷାରେ ରହିଥିବା ବେଳେ କ୍ରିକେଟ ପ୍ରେମୀ ଏହାକୁ ନେଇ ବେଶ୍ ଉତ୍ସାହିତ ।…

ଓଲ୍‌ଡ ଟ୍ରାଫୋର୍ଡରେ ଖଚାଖଚ୍‌ ଦର୍ଶକ ।ବିଶ୍ବକପ୍ କ୍ରିକେଟର ସବୁଠୁ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ । ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମାଙ୍କ ଦମ୍‌ଦାର ଶତକ । ପାକିସ୍ତାନ ଆଗରେ ବିଶାଳ ଟାର୍ଗେଟ୍‌ ରଖିଲା ଟିମ୍‌ ଇଣ୍ଡିଆ । ରବିବାର ଓଲଡ୍‌ ଟ୍ରାଫୋର୍ଡରେ ଯେତେବେଳେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ବିଶ୍ବକପ୍‌ କ୍ରିକେଟ ଇତିହାସରେ ସପ୍ତମ ଥର ପାଇଁ ମୁହାଁମୁହିଁ ହୋଇଛନ୍ତି ସେତେବେଳେ ବିଶ୍ବର କୋଟିକୋଟି କ୍ରିକେଟପ୍ରେମୀ ଏହାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥିଲେ ।

ଆଉ ଦର୍ଶକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଓପ୍ନର ରୋହିତ ଶର୍ମା ଯେତେବେଳେ ୮୫ ବଲ୍‌ରେ ଶତକ ହାସଲ କଲେ ସେତେବେଳେ ଓଲଡ ଟ୍ରାଫୋର୍ଡ କରତାଳିରେ କମ୍ପି ଉଠିଥିଲା । ତେବେ ୧୪୦ ରନ ସଂଗ୍ରହ କରି ରୋହିତ କେଚ ଆଉଟ ହୋଇଥିଲେ ।

ରୋହିତ ଶର୍ମାଙ୍କୁ ଶାନଦାର ସାଥ୍‌ ଦେଇଥିଲେ ଓପନିଂ ପାର୍ଟନର କେଏଲ୍‌ ରାହୁଲ । ବିଶ୍ବକପ୍‌ରେ ନିଜର ପ୍ରଥମ ହାଫ୍‌ ସେଞ୍ଚୁରୀ ହାସଲ କରିବା ସହିତ ଟିମ୍‌ ଇଣ୍ଡିଆର ଶତକୀୟ ଓପନିଂ ପାର୍ଟନରସିପ୍‌ କରିବାରେ ବେଶ୍‌ ସାଥ୍ ଦେଇଥିଲେ ରାହୁଲ । ରାହୁଲ ୫୭ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ତା ଭିତରେ ୩ଟି ଚୌକା ଓ ୨ଟି ଛକ୍କା ସାମିଲ ଥିଲା ।ଦମଦାର ଷ୍ଟାର୍ଟିଂ କରିଥିଲେ  ଦୁଇ ଓପନର୍‌ ରୋହିତ ଶର୍ମା ଓ ଲୋକେଶ ରାହୁଲ । ଓପନିଂ ପାର୍ଟନରସିପ୍‌ରେ ସେମାନେ ୧୩୬ ରନ୍‌ ଯୋଡ଼ିବା ପରେ କ୍ରିଜ୍‌କୁ ଆସିଥିଲେ କ୍ୟାପଟେନ୍‌ ବିରାଟ କୋହଲି ।

କୋହଲି ମଧ୍ୟ ଅର୍ଦ୍ଧଶତକୀୟ ଗେମ ଖେଳିଥିଲେ । ଏକ ଦିବସୀୟରେ କୋହଲି ୫୧ତମ ଅର୍ଦ୍ଧଶତକ ପୁରା କରିଥିଲେ ।ଏଥି ସହିତ କୋହଲି ଏକ ଦିବସୀୟରେ ୧୧ହଜାର ରନ ମଧ୍ୟ ପୁରା କରିଥିଲେ । ୨୨୨ଟି ଏହି ସଫଳତା ହାସଲ କରିବାରେ ବିରାଟ ସଫଳ ହୋଇଛନ୍ତି । ସଚ୍ଚିନ ତେନ୍ଦୁଲକରଙ୍କଠାରୁ ୫୪ଟି କମ ମ୍ୟାଚରେ ସେ ୧୧୦୦୦ରନ ସଂଗ୍ରହ କରିଛନ୍ତି ।  ରୋହୀତ ପାଭିଲିଅନ ଫେରିଯିବାପରେ କ୍ରିଚକୁ ଓହ୍ଲାଇଥିଲେ ହାର୍ଦ୍ଦିକ ପାଣ୍ଡିଆ । କୋହଲିଙ୍କୁ ମଜବୁତ ସାଥ ଦେଇଥିଲେ ହାର୍ଦ୍ଧିକ । ୧୯ ବଲରେ ଧୁଆଁଧାର ୨୬ରନ ସଂଗ୍ରହ କରି କ୍ୟାଚଆଉଟ ହୋଇଥିଲେ ।

ଏହାପରେ ମହେନ୍ଦ୍ର ସିଂ ଧୋନି ଓହ୍ଲାଇଥିଲେ ମଇଦାନକୁ ।ତେବେ ଧୋନୀ ମାତ୍ର ୧ରନ କରି ୱିକେଟ କିପରଙ୍କ ଦ୍ବାରା କ୍ୟାଚଆଉଟ ହୋଇଥିଲେ । ପରବର୍ତ୍ତୀ ବ୍ୟଟ୍ସମେନଭାବେ ବିଜୟ ଶଂକର ମଇଦାନକୁ ଆସିଥିଲେ । ତେବେ ୪୬ତମ ଓଭର ଚାଲିଥିବାବେଳେ ବିଜୟ ଶଂକର କଟ ବିହାଇଣ୍ଡ ବୋଲି ଅମ୍ପାୟାର ନିଷ୍ପତ୍ତି ଶୁଣାଇଥିଲେ ।

ତେବେ ଭାରତ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଆବେଦନ କରିଥିଲା । ଫଳରେ ଅମ୍ପାୟାରଙ୍କୁ ନିଜ ନିଷ୍ପତ୍ତି ବଦଳାଇ ବିଜୟଙ୍କୁ ନଟଆଉଟ ଘୋଷଣା କରାଯାଇଥିଲା । ତେବେ ଠିକ ଏହି ସମୟରେ ବର୍ଷା କାରଣରୁ ମ୍ୟାଚ କିଛି ସମୟ ପାଇଁ ସ୍ତଗିତ କରାଯାଇଥିଲା । ବର୍ଷା ଆରମ୍ଭ ହେବା ବେଳକୁ ଭାରତର ସ୍କୋର ଥିଲା-୩୦୫/୪

ଆହତ ହୋଇଥିବା ଭାରତୀୟ ଓପନର ଶିଖର ଧାୱନଙ୍କ ସ୍ଥାନରେ ବିଜୟ ଶଙ୍କରଙ୍କୁ ସ୍ଥାନ ମିଳିଛି । ପାକିସ୍ତାନ ଟିମ୍‌ରେ ୨ଟି ପରିବର୍ତ୍ତନ କରାଯାଇଛି । ସଦାବ ଖାନ୍ ଓ ଇମାଦ ୱାସିମ୍‌ ପାକିସ୍ତାନ ଟିମ୍‌ରେ ସ୍ଥାନ ପାଇଛନ୍ତି । ଇଂଲଣ୍ଡରେ ଚାଲିଥିବା ଚଳିତ ବିଶ୍ବକପ୍‌ରେ ଏ ପର୍ଯ୍ୟନ୍ତ ବର୍ଷା ଯୋଗୁଁ ୪ଟି ମ୍ୟାଚ୍‌ ସଂପୂର୍ଣ୍ଣ ଧୋଇଯାଇଛି । ଆଜି ଭାରତ ଦୁଇଟି ସ୍ପିନର ସହ ଖେଳିଥିବାବେଳେ ପାକିସ୍ତାନ ମଧ୍ୟ ୨ଟି ସ୍ପିନର ନେଇଥିଲା ।

   Related Posts