ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଭାରତ-ପାକିସ୍ତାନ ମଧ୍ୟରେ ଏହି ସ୍ଥାନରେ ଖେଳା ଯାଇପାରେ ଟେଷ୍ଟ ସିରିଜ୍, ଅଫର ଦେଲା ଇସିବି

27/09/2022 at 10:04 PM

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗତ ୧୫ ବର୍ଷରୁ କୌଣସି ଟେଷ୍ଟ ମ୍ୟାଚ୍ ଖେଳା ଯାଇ ନାହିଁ। ଏବେ ଏହି ପ୍ରତୀକ୍ଷାର ଅନ୍ତ ଘଟିପାରେ। ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଟେଷ୍ଟ ସିରିଜ୍‌ ଆୟୋଜନ କରିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)କୁ ଅଫର ଦେଇଛି। ଇସିବି କହିଛି ଯଦି ଦୁଇ ଦେଶ ରାଜି ହୁଅନ୍ତି ତେବେ ଦୁଇ ଦଳ ଇଂଲଣ୍ଡରେ ଏକ ନିରପେକ୍ଷ ସ୍ଥାନରେ ପରସ୍ପର ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳି ପାରିବେ। ଭାରତ ଏବଂ ପାକିସ୍ତାନ ୨୦୦୭ ପରଠୁ ପରସ୍ପର ବିପକ୍ଷରେ କୌଣସି ଟେଷ୍ଟ ସିରିଜ୍ ଖେଳି ନାହାନ୍ତି।

ଦ ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ଇସିବିର ଡେପୁଟୀ ଚେୟାରମ୍ୟାନ ମାର୍ଟିନ ଡାଲୋ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳା ଯାଉଥିବା ଟି-୨୦ ସିରିଜ୍‌ ସମୟରେ ପିସିବି ସହିତ ଏହି ବିଷୟରେ ଆଲୋଚନା କରିଛନ୍ତି। ଇଂଲଣ୍ଡ ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନ ଗସ୍ତ କରିଛି। ଟି-୨୦ ବିଶ୍ଵ କପ୍ ପରେ ଇଂଲଣ୍ଡ ପାକିସ୍ତାନରେ ତିନି ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବ।

ହେଲେ ଇସିବିର ଅଫର ପରେ ବି ପାକିସ୍ତାନ ନିରପେକ୍ଷ ସ୍ଥାନରେ ଖେଳିବାକୁ ଇଚ୍ଛୁକ ନୁହେଁ। କାରଣ ନିକଟରେ ପିସିବି ପାଖାପାଖି ଏକ ଦଶନ୍ଧି ପରେ ଘରୋଇ ମାଟିରେ ଅନ୍ତର୍ଜାତୀୟ ସିରିଜ୍ ଆୟୋଜନ କରିବା ଆରମ୍ଭ କରିଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ବିସିସିଆଇ ଏବଂ ପିସିବି ମଧ୍ୟରେ ଭଲ ସଂପର୍କ ରହିଛି, ମାତ୍ର  ଦୁଇ ଦେଶର ସରକାର ମଧ୍ୟରେ ରାଜନୈତିକ ପରିଦୃଶ୍ୟର ପରିବର୍ତ୍ତନ ଆସିବାର ଆବଶ୍ୟକତା ରହିଛି।

୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତ ଏବଂ ପାକିସ୍ତାନ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ  କିମ୍ବା ଏସିାଆ କପରେ ପରସ୍ପରକୁ ଭେଟୁଛନ୍ତି। ତେବେ ୨୦୧୨ରେ ପାକିସ୍ତାନ ଏକ ସଂକ୍ଷିପ୍ତ ସିରିଜ୍‌ ପାଇଁ ଭାରତ ଗସ୍ତ କରିଥିଲା। ଏଥିରେ କେଲ ଦୁଇଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ସାମିଲ୍ ଥିଲା। ଏହା ପରଠୁ ଦୁଇ ଦେଶ ମଧ୍ୟରେ କୌଣସି ଦ୍ଵିପାକ୍ଷିକ ସିରିଜ୍ ଖେଳା ଯାଇ ନାହିଁ। ୨୦୦୭ରେ ପାକିସ୍ତାନ ଭାରତ ଗସ୍ତରେ ଆସିଥିଲା ଏବଂ ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳା ଯାଇଥିଲା।  

   Related Posts