oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଖୁବ୍ ଶୀଘ୍ର ଭାରତ-ପାକିସ୍ତାନ ସିରିଜ୍ ! ପ୍ରସ୍ତୁତ ହୋଇଛି ଏହି ଯୋଜନା

12/03/2022 at 2:55 PM

ନୂଆଦିଲ୍ଲୀ ୧୨/୦୩: ଭାରତ ଓ ପାକିସ୍ତାନ ମଧ୍ୟରେ ଅତିଶୀଘ୍ର ଖେଳାଯିବ ସିରିଜ୍ ।  ଖୁବ୍ ଶୀଘ୍ର ଏହା ଆୟୋଜନ ହୋଇପାରେ । ଭାରତ ୨୦୦୮ ପରଠୁ ପାକିସ୍ତାନ ଗସ୍ତ କରି ନାହିଁ । ସେହିପରି ପାକିସ୍ତାନ ଦିନିକିଆ ଓ ଟି୨୦ ସିରିଜ୍ ପାଇଁ ୨୦୧୨ରେ ଭାରତ ଗସ୍ତରେ ଆସିଥିଲା । ତେବେ ଉଭୟ ଦଳ ଅନେକ ଥର ଏସିଆ କପରେ ସାମ୍ନାସାମ୍ନି ହୋଇଛନ୍ତି ।

ଉଭୟ ଦେଶ ମଧ୍ୟରେ ସମ୍ପର୍କର ପ୍ରଭାବ କ୍ରିକେଟ୍ ଉପରେ ପଡିଛି । ତେଣୁ ପରସ୍ପର ବିରୋଧରେ ମ୍ୟାଚ୍ ଆଉ ଖେଳାଯାଉ ନାହିଁ । ଏହାମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ନିକ୍ ହକଲେ କହିଛନ୍ତି ଯେ, ସେମାନେ ଭାରତ ଓ ପାକିସ୍ତାନ ସହ ତ୍ରିପାକ୍ଷିକ ସିରିଜ୍ ଖେଳିବା ନେଇ ବିଚାର କରୁଛନ୍ତି ।

ସେ କହିଛନ୍ତି ଯେ, ଅଷ୍ଟ୍ରେଲିଆ-ପାକିସ୍ତାନ ଓ ଭାରତ ମଧ୍ୟରେ ସିରିଜ୍ ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି । ତାଙ୍କୁ ତ୍ରିକୋଣୀୟ ସିରିଜ୍ ପସନ୍ଦ । ଅଷ୍ଟ୍ରେଲିଆରେ ପାକିସ୍ତାନ ଓ ଭାରତର ଅନେକ ଲୋକ ରହୁଛନ୍ତି । ସେଠାରେ ତିନି ଟିମକୁ ନେଇ ଏପରି ଏକ ମୁକାବିଲା ହେବା ଆବଶ୍ୟକ । ଯାହାକୁ ସାରା ବିଶ୍ୱ ଦେଖିବାକୁ ଚାହେଁ । ଏନେଇ ସେମାନେ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୧୨ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷ ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇଥିଲା । ଗତ ୧୦ ବର୍ଷ ହେଲା ଉଭୟ ଦେଶ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଛନ୍ତି ।

   Related Posts