scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଦଳିଲା ବିଶ୍ଵକପ୍‌ର ୨୦୨୩ର ଖେଳସୂଚୀ, ଏହି ତାରିଖରେ ଖେଳାଯିବ ଭାରତ-ପାକିସ୍ତାନ ସମେତ ୯ଟି ମ୍ୟାଚ୍

9/08/2023 at 5:33 PM

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର କ୍ରିକେଟ୍ ବିଶ୍ଵକପ୍ ୨୦୨୩ର ମୋଟ୍ ୯ଟି ମ୍ୟାଚ୍‌ର ଖେଳସୂଚୀରେ ପରିବର୍ତ୍ତନ କରିଛି। ଏଥିରେ ଭାରତ ବନାମ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ମୁକାବିଲା ସାମିଲ୍। ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀଙ୍କ ମଧ୍ୟରେ ଏହି ହାଇଭୋଲଟେଜ୍ ମୁକାବିଲା ଅକ୍ଟୋବର ୧୫ ତାରିଖ ରବିବାର ଖେଳା ଯିବାର ଥିଲା, ମାତ୍ର ସଂଶୋଧିତ ଖେଳସୂଚୀ ଅନୁଯାୟୀ ଅକ୍ଟୋବର ୧୪ରେ ଏହି ମୁକାବିଲା ପୂର୍ବରୁ ସ୍ଥିରିକୃତ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ସେହିପରି ଅନ୍ୟ ୮ ମ୍ୟାଚ୍‌ର ତାରିଖ ମଧ୍ୟ ବଦଳା ଯାଇଛି।

Also read- ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲରଙ୍କ ଭବିଷ୍ୟବାଣୀ, ଏହି ସବୁ ଦଳ ଯିବେ ସେମିଫାଇନାଲ୍‌…

ଆଇସିସି ପାକିସ୍ତାନର ଗୋଟିଏ ନୁହେଁ ବରଂ ୩ଟି ମ୍ୟାଚ୍‌ର ଖେଳସୂଚୀରେ ପରିବର୍ତ୍ତନ କରିଛି। ସେହି ହିସାବରେ ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅକ୍ଟୋବର ୧୪ ତାରିଖ ଶନିବାର ଖେଳାଯିବ। ସେହିପରି ଅକ୍ଟୋବର ୧୫ରେ ଦିଲ୍ଲୀରେ ଖେଳାଯିବାକୁ ଥିବା  ଆଫଗାନିସ୍ତାନ ବନାମ ଇଂଲଣ୍ଡ ମ୍ୟାଚ୍ ଅକ୍ଟୋବର ୧୪ ତାରିଖରେ ଖେଳାଯିବ।

ହାଇଦ୍ରାବାଦରେ ଶ୍ରୀଲଙ୍କା ବିପକ୍ଷ ପାକିସ୍ତାନର ମୁକାବିଲା ଅକ୍ଟୋବର ୧୨ ତାରିଖ ପରିବର୍ତ୍ତେ ଅକ୍ଟୋବର ୧୦ ତାରିଖ ମଙ୍ଗଳବାର ଦିନ ଖେଳାଯିବ। ଏହି ଅନୁରୂପ ଦକ୍ଷିଣ ଆଫ୍ରିକା ବନାମ ଅଷ୍ଟ୍ରେଲିଆ ମ୍ୟାଚ୍ ଅକ୍ଟୋବର ୨୩ ତାରିଖ ପରିବର୍ତ୍ତେ ଅକ୍ଟୋବର ୨୨ରେ ଖେଳାଯିବ। ଆଇସିସି ବିଶ୍ଵକପ୍‌ ୨୦୨୩ର ସଂଶୋଧିତ ଖେଳସୂଚୀରେ କେବଳ ତାରିଖ ପରିବର୍ତ୍ତନ କରାଯାଇଥିବା ବେଳେ ଆୟୋଜନ ସ୍ଥାନରେ କୌଣସି ପରିବର୍ତ୍ତନ କରାଯାଇଛି।

Also read- ଏସିଆ କପ୍ ଓ ବିଶ୍ଵକପ୍ ପାଇଁ ଭାରତୀୟ ଦଳର ୧୮ ଜଣିଆ ଦଳ ଫାଇନାଲ୍ ! ଏହି ଖେଳାଳି ସାମିଲ୍

ଏହି ପରି ବାଂଲାଦେଶ ବିପକ୍ଷ ନ୍ୟୁଜିଲାଣ୍ଡ ମ୍ୟାଚ୍ ଅକ୍ଟୋବର ୧୪ ତାରିଖ ବଦଳରେ ଅକ୍ଟୋବର ୧୩ ତାରିଖ ଶୁକ୍ରବାର ଦିନ ଦିବାରାତ୍ର ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଅକ୍ଟୋବର ୧୦ ତାରିଖରେ ଧର୍ମଶାଳାରେ ଇଂଲଣ୍ଡଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଛୋଟ ପରିବର୍ତ୍ତନ କରାଯାଇଛି। ଏହି ମୁକାବିଲା ଦିବାରାତ୍ର ପରିବର୍ତ୍ତେ ସକାଳ ୧୦ଟା ୩୦ରେ ଖେଳାଯିବ।

ଇଂଲଣ୍ଡ ବନାମ ବାଂଲାଦେଶ- ଅକ୍ଟୋବର ୧୦, ସକାଳ ୧୦ଟା ୩୦

ପାକିସ୍ତାନ ବନାମ ଶ୍ରୀଲଙ୍କା- ଅକ୍ଟୋବର ୧୦, ଅପରାହ୍ନ ୨ଟା

ଅଷ୍ଟ୍ରେଲିଆ ବନାମ ଦ. ଆଫ୍ରିକା- ଅକ୍ଟୋବର ୧୨ , ଅପରାହ୍ନ ୨ଟା

ନ୍ୟୁଜିଲାଣ୍ଡ ବନାମ ବାଂଲାଦେଶ- ଅକ୍ଟୋବର ୧୩, ଅପରାହ୍ନ ୨ଟା

ଭାରତ ବନାମ ପାକିସ୍ତାନ- ଅକ୍ଟୋବର ୧୪, ଅପରାହ୍ନ ୨ଟା

ଇଂଲଣ୍ଡ ବନାମ ଆଫଗାନିସ୍ତାନ- ଅକ୍ଟୋବର ୧୫, ଅପରାହ୍ନା ୨ଟା

ଅଷ୍ଟ୍ରେଲିଆ ବନାମ ବାଂଲାଦେଶ- ନଭେମ୍ବର ୧୧, ସକାଳ ୧୦ଟା ୩୦

ଇଂଲଣ୍ଡ ବନାମ ପାକିସ୍ତାନ- ନଭେମ୍ବର ୧୧, ଅପରାହ୍ନ ୨ଟା

ଭାରତ ବନାମ ନେଦରଲାଣ୍ଡ- ନଭେମ୍ବର ୧୨, ଅପରାହ୍ନ ୨ଟା

CWC23 Full Fixtures

   Related Posts