oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଏସିଆ କପ୍: ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଉତ୍କଣ୍ଠା ଚରମ ସୀମାରେ, ଟିକେଟ୍ କିଣିଥିବା ଲୋକ ମାଲାମାଲ !

16/08/2022 at 7:28 PM

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨  ଅଗଷ୍ଟ ୨୭ରୁ ଆରମ୍ଭ ହେଉଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଅଗଷ୍ଟ ୨୮ରେ ନିଜର ଅଭିଯାନ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ କରିବ। ବହୁପ୍ରତୀକ୍ଷିତ ଏହି ହାଇଭୋଲଟେଜ୍ ମୁକାବିଲା ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌କୁ ଉତ୍କଣ୍ଠତାର ସହ ଚାହିଁ ରହିଛନ୍ତି ସାରା ବିଶ୍ଵର କ୍ରିକେଟ୍ ପ୍ରେମୀ। ଗତ ବର୍ଷ ଟି-୨୦ ବିଶ୍ଵ କ୍ରିକେଟ୍ କପରେ ଭାରତକୁ ପାକିସ୍ତାନ ଏହି ଦୁବାଇ ମଇଦାନରେ ୧୦ ଓ୍ଵିକେଟ୍‌ରେ ମାତ୍ ଦେଇଥିଲା। ଏବେ ଭାରତ ନିକଟରେ ପୁରୁଣା ହିସାବ ବରାବର କରିବାର ସୁବର୍ଣ୍ଣ ସୁଯୋଗ ରହିଛି।

ଟିକେଟ୍ ପାଇଁ ମାରାମାରି

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଏବେ ୧୦ ଦିନରୁ ଅଧିକ ସମୟ ରହିଛି। ମୁକାବିଲାକୁ ନେଇ କ୍ରେଜ୍ ଏବେଠୁ ଆରମ୍ଭ ହୋଇ ଯାଇଛି। ତେଣୁ ଟିକେଟ୍ ପାଇଁ ପ୍ରଶଂସକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଛି। ଟିକେଟ୍‌ର ଚାହିଦା ଆକାଶଛୁଆଁ ରହିଛି। କିଛି କ୍ରିକେଟ୍ ପ୍ରଶଂସକ ଏହି ସୁଯୋଗର ଫାଇଦା ଉଠାଇବାକୁ ଉଦ୍ୟମ କରୁଛନ୍ତି। ରିପୋର୍ଟ ମୁତାବକ ଯେଉଁ ପ୍ରଶଂସକ ନିର୍ଦ୍ଧାରିତ ରାଶିରେ ଟିକେଟ୍ କିଣିଛନ୍ତି ସେମାନେ ଏହାର କଳାବଜାରୀ କରିବା ଆରମ୍ଭ କରି ଦେଇଛନ୍ତି। ଚଢା ଦରରେ ଟିକେଟ୍ ବିକି ମାଲାମାଲ ହେବାକୁ ଚେଷ୍ଟା କରୁଛନ୍ତି।

ଏବେ ଏସିଆ କପ୍‌ର ଅଧିକାରିକ ଟିକେଟିଂ ପାର୍ଟନର ପ୍ଲାଟିନମ ଲିଷ୍ଟ ଏମିତି ଲୋକଙ୍କୁ ଚେତାବନୀ ଜାରି କରି କହିଛି ଯେ, ପୁଣି ଥରେ ଟିକେଟ୍ ବିକୁଥିବା ଲୋକଙ୍କ ଟିକେଟ୍ ସ୍ଵତପ୍ରବୃତଃ ଭାବେ ରଦ୍ଦ ହୋଇଯିବ। ସରକାରୀ ନିୟମ ଅନୁସାରେ ଟିକେଟ୍‌କୁ ପୁଣି ଥରେ ବିକ୍ରି କରିବା ବେଆଇନ। ତେଣୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଉଛି ଯେ, ଦ୍ଵିତୀୟ ଶ୍ରେଣୀର ଓ୍ଵେବସାଇଟ୍ କିମ୍ବା ଅନଲାଇନ୍ ବିକ୍ରି ସାଇଟ୍‌ ଜରିଆରେ ବିକ୍ରି କରାଯାଉଥିବା ପ୍ଲାଟିନମ ଲିଷ୍ଟ ବ୍ରାଣ୍ଡେଡ୍ ଟିକେଟ୍ ନ କିଣନ୍ତୁ। ନଚେତ୍ ଆପଣ ହଇରାଣରେ ପଡିବେ। ସମ୍ଭବତଃ ଷ୍ଟାଡିୟମରେ ପ୍ରବେଶ ସମୟରେ ଟିକେଟ୍ ରଦ୍ଦ ହୋଇପାରେ।

ଭାରତ-ପାକିସ୍ତାନ ଏବଂ ଅନ୍ୟ ମ୍ୟାଚ୍‌ଗୁଡିକର ଟିକେଟ୍ ବିକ୍ରି ଅଗଷ୍ଟ ୧୫ରୁ ଆରମ୍ଭ ହୋଇ ଯାଇଛି। ଶ୍ରୀଲଙ୍କାରେ ଜାରି ରାଜନୈତିକ ଏବଂ ଆର୍ଥିକ ସଙ୍କଟ କାରଣରୁ ଭାରତର ଏହି ପଡୋଶୀ ଦେଶ ଏସିଆ କପ୍ ଆୟୋଜନ ପାଇଁ ଅସମର୍ଥତା ବ୍ୟକ୍ତ କରିଥିଲା। ଏହା ପରେ ଏସିଆ କପ୍‌ର ୧୫ତମ ସଂସ୍କରଣ ୟୁଏଇରେ ଆୟୋଜନ କରାଯାଉଛି। ଟୁର୍ଣ୍ଣାମେଣ୍ଟରେ ଛଅଟି ଦଳ ଅଂଶଗ୍ରହଣ କରିବେ।

   Related Posts