oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ମହିଳା ବିଶ୍ୱକପ : ପାକିସ୍ତାନକୁ ୨୪୫ ରନ୍‌ର ଟାର୍ଗେଟ୍ ଦେଲା ଭାରତ

6/03/2022 at 10:15 AM

ନୂଆଦିଲ୍ଲୀ,୦୬/୦୩: ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ଭାରତୀୟ ମହିଳା କ୍ରିକେଟ୍ ଟିମ୍ ବିଶ୍ୱକପ ଲିଗ୍ ମୁକାବିଲାରେ ପାକିସ୍ତାନକୁ ୨୪୫ ରନ୍‌ର ଟାର୍ଗେଟ ଦେଇଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୭ ଓ୍ୱିକେଟରେ ୨୪୪ ରନ୍ କରିଛି । ପୂଜା ବସ୍ତ୍ରାକର  ଓ ସ୍ନେହା ରଣା ଅର୍ଦ୍ଧଶତକ ଲଗାଇ ଭାରତକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ ।

ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୨୪୪ ରନ୍‌ କରିପାରିଛି। ୨୪୫ ରନର ଟାର୍ଗେଟ୍ ନେଇ ପାକିସ୍ତାନ ପଡ଼ିଆକୁ ଓହ୍ଲାଇବ।

ଆଜିର ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ର ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ। ଦଳକୁ ପ୍ରାରମ୍ଭିକ ଝଟକା ଲାଗିଥିଲେ ମଧ୍ୟ ପୂଜା ଓ ସ୍ନେହା ଦଳକୁ ମଜବୁତ ସ୍ଥିତିରେ ପହଁଚାଇଥିଲେ ।

ମିତାଲିଙ୍କ ରେକର୍ଡ

ତେବେ ବ୍ୟାଟିଂ କରିବାକୁ ଆସିଥିବା ମିତାଲି ରାଜ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ଚଳିତ ବିଶ୍ୱକପ୍‌ ମ୍ୟାଚ୍ ଖେଳି ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର କ୍ୟାପ୍ଟେନ୍ ମିତାଲି ଏକ ବିରଳ ରେକର୍ଡ କରିଛନ୍ତି। ସେ ଏକମାତ୍ର ମହିଳା କ୍ରିକେଟର୍ ଭାବରେ ୬ଟି ଆଇସିସି ଦିନିକିଆ ବିଶ୍ୱକପ୍‌ ଖେଳିବାର ଗୌରବ ହାସଲ କରିଛନ୍ତି। ତେବେ ୬ ବିଶ୍ୱକପ୍ ଖେଳିବାରେ ତୃତୀୟ ଅନ୍ତର୍ଜାତୀୟ କ୍ରିକେଟର ହୋଇଛନ୍ତି ମିତାଲି। ତାଙ୍କ ପୂର୍ବରୁ ପାକିସ୍ତାନର ଜାଭେଦ ମିୟାଦାଦ ଓ କ୍ରିକେଟ୍‌ ଗଡ୍ କୁହାଯାଉଥିବା ସଚିନ ତେନ୍ଦୁଲକର ୬ ଲେଖାଏ ବିଶ୍ୱକପ୍ ଖେଳିଛନ୍ତି।

   Related Posts