ଧୋଇଯିବ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ! ଭାରତ-ପାକ୍‌ ମୁକାବିଲାରେ ବର୍ଷା ଭୟ

Published By : Prameya-News7 Bureau | October 20, 2022 IST

ବ୍ରିସବେନ୍‌ ୨୦।୧୦ : ୨୨ ତାରିଖରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ ଆରମ୍ଭ ହେବ । ୨୩ ତାରିଖରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ । ସମଗ୍ର କ୍ରିକେଟ୍‌ ପ୍ରେମୀ ଉତ୍ସୁକତାର ସହ ଏହି ମ୍ୟାଚ୍‌କୁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ମ୍ୟାଚ୍‌ ସମୟରେ ବର୍ଷା ବାଧା ସୃଷ୍ଟି କରିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଦେଇଛି ।

ଦକ୍ଷିଣ-ପୂର୍ବ ଅଷ୍ଟ୍ରେଲିଆର ଅଧିକାଂଶ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ୨୨ ଓ ୨୩ ତାରିଖରେ ଜୋରଦାର ବର୍ଷା ହେବ । ୨୨ ତାରିଖରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ରହିଛି । ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ଏହିଦିନ ୯୦% ବର୍ଷା ସମ୍ଭାବନା ରହିଛି । ୧ରୁ ୩ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ସୂତ୍ରରୁ ପ୍ରକାଶ । ୨୨ ତାରିଖରେ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଅନ୍ୟ ଏକ ମ୍ୟାଚ୍‌ ରହିଛି । ପର୍ଥରେ ଉକ୍ତ ମ୍ୟାଚ୍‌ ଖେଳାଯିବ। ପଶ୍ଚିମ ଅଷ୍ଟ୍ରେଲିଆରେ ବର୍ଷା ସମ୍ଭାବନା ନାହିଁ । ସେହିପରି ୨୩ ତାରିଖରେ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ । ସେହିଦିନ ମଧ୍ୟ ବର୍ଷା ହେବ ।

ସୂଚନାଯୋଗ୍ୟ, ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ ହେବ । ଲିଗ୍‌ ପର୍ଯ୍ୟାୟରେ କୌଣସି ଅତିରିକ୍ତ ଦିବସ ନାହିଁ । କେବଳ ସେମି ଫାଇନାଲ୍‌ ଓ ଫାଇନାଲ୍‌ ମୁକାବିଲା ପାଇଁ ଅତିରିକ୍ତ ଦିବସ ରହିଛି । ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେଲେ ଅତି କମ୍‌ରେ ୫ ସଭର ବିଶିଷ୍ଟ ମ୍ୟାଚ୍‌ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.