ଅନ୍ତର୍ଜାତୀୟ କ୍ରିକେଟ୍ ପୁରସ୍କାରରେ ଭାରତୀୟଙ୍କ ହାଲ୍ଲାବୋଲ୍: ସୂର୍ଯ୍ୟଙ୍କ ପରେ ଏହି ମହିଳା ଖେଳାଳି ପାଇବେ ବଡ଼ ସମ୍ମାନ
25/01/2023 at 6:30 PM

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ୍ (ICC) ପୁରସ୍କାରରେ ଭାରତୀୟ ଖେଳାଳିଙ୍କ ହଲ୍ଲାବୋଲ୍। ଗୋଟିଏ ପରେ ଗୋଟିଏ କ୍ରିକେଟ୍ରୁ ପୁରସ୍କୃତ କରୁଛି ଆଇସିସି। ପୁରୁଷ ବର୍ଗରେ ସୂର୍ଯ୍ୟକୁମାର ଯାଦବ କ୍ରିକେଟ୍ ଅଫ୍ ଦି ଇୟର ୨୦୨୨ ପୁରସ୍କାର ବିଜେତା ଘୋଷିତ ହୋଇଥିବା ବେଳେ ମହିଳା ବର୍ଗରେ ବି ଜଣେ ଭାରତୀୟ କ୍ରିକେଟର ICC ପୁରସ୍କାର ପାଇଛନ୍ତି।
ମହିଳା ବର୍ଗରେ ୨୦୨୨ର ସବୁଠାରୁ ଉଦୀୟମାନ କ୍ରିକେଟ୍ର ଭାବେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ରେଣୁକା ସିଂହଙ୍କୁ ଆଇସିସି ୨୦୨୨ ଏମର୍ଜିଂ ଓମେନ୍ସ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ମିଳିଛି। ଏନେଇ ବୁଧବାର(ଜାନୁଆରୀ ୨୫ ) ଟ୍ୱିଟ୍ କରି ସୂଚନା ଦେଇଛି ଆଇସିସି।

ଏନେଇ ଆଇସିସି ଟ୍ୱିଟ୍ କରି ସୂଚନା ଦେଇଛି। ସଂସ୍ଥା ଲେଖିଛି “ ନିଜର ସିମ୍ ଓ ସୁଇଁ ବୋଲିଂ ବଳରେ ସମସ୍ତଙ୍କୁ ପ୍ରଭାବିତ କରି ICC ଉଦିୟମାନେ ମହିଳା କ୍ରିକେଟର୍ ଅଫ୍ ଦି ଇୟର ୨୦୨୨ ପୁରସ୍କାର ଜିତିଛନ୍ତି।” ଏପରି ଲେଖା ସହ ରେଣୁକାଙ୍କର ଏକ ଫଟୋ ଶେୟାର୍ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ସଂସ୍ଥା।
Impressing everybody with her magnificent displays of seam and swing bowling, the ICC Emerging Women's Cricketer of the Year had a great 2022 👌#ICCAwards2022
— ICC (@ICC) January 25, 2023
ନିଜର ସୁନ୍ଦର ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ରେଣୁକା ସିଂହ ୨୦୨୨ରେ ଭଲ ପ୍ରଦର୍ଶନ କରିଛନ୍ତି। ରେଣୁକା ୧୪.୮୮ ହାରାହାରି ଓ ୪.୬୨ ଇକୋନୋମିକ ରେଟ୍ରେ ରନ୍ ଦେଇ ୧୮ ଦିନିକିଆ ୱିକେଟ୍ ନେଇଛନ୍ତି। ସେହିପରି ଟି-୨୦ରେ ୨୩.୯୫ ହାରରେ ୬.୫୦ ଇକୋନୋମି ରେଟ୍ରେ ରନ୍ ଦେଇ ୨୨ ଟି ୱିକେଟ୍ ନେଇଛନ୍ତି।
Hear Renuka Singh’s message after receiving the ICC Women’s Emerging Cricketer of the Year 2️⃣0️⃣2️⃣2️⃣ award 👏🏻👏🏻
— BCCI (@BCCI) January 25, 2023
Watch 🎥https://t.co/1mifdBllrb https://t.co/vOktjrSBEb
ଉଭୟ ଟି-୨୦ ଓ ଦିନିକିଆରେ ରେଣୁକା ମୋଟ ୨୯ଟି ୱିକେଟ୍ ନେଇଛନ୍ତି। ରେଣୁକାଙ୍କ ଉପସ୍ଥିତି ଭାରତୀୟ ଟିମ୍ର ପୂର୍ବତନ ବୋଲର ଝୁଲଣ ଗୋସ୍ୱାମୀ ସ୍ଥାନ ପୂରଣ କରୁଥିବାର ଦେଖାଯାଉଛି।
"The dream Commonwealth Games start for her and for India!"
— Commonwealth Sport (@thecgf) July 29, 2022
The first ever #CommonwealthGames Cricket T20 match did not disappoint with magic like this from @WeAreTeamIndia. 🏏#B2022 | @ICC pic.twitter.com/fxohWeAWrq
ରେଣୁକା ସିଂହଙ୍କୁ ଆଇସିସି ୨୦୨୨ ଏମର୍ଜିଂ ଓମେନ୍ସ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ଦୌଡ଼ରେ ଭାରତର ୟାସ୍ତିକା ଭାଟିଆ, ଅଷ୍ଟ୍ରେଲିଆର ଡାର୍ସି ବ୍ରାଉନ, ଇଂଲଣ଼୍ଡର ଏଲିସ କ୍ୟାପ୍ସିଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିିତିଛନ୍ତି ବୋଲି ଆଇସିସି ତା ୱେବସାଇଟରେ ଲେଖିଛି।
ଏହା ପୂର୍ବରୁ ICC ଟି-୨୦ ପୁରୁଷ ବର୍ଗର କ୍ରିକେଟ୍ ଅଫ୍ ଦି ଇୟର ୨୦୨୨ ପୁରସ୍କାର ଜିତିଛନ୍ତି ସୂର୍ଯ୍ୟ କୁମାର ଯାଦବ। ଏନେଇ ଆଇସିିସି ଟ୍ୱିଟ୍ କରି ସୂଚନା ଦେଇଛି। ଆଇସିସି ୱେବ୍ସାଇଟ୍ରେ ମଧ୍ୟ ୨୦୨୨ରେ ଟି-୨୦ ଫର୍ମାଟ୍ରେ ତାଙ୍କର ଜବରଦସ୍ତ ବ୍ୟାଟିଂ ରହିଛି।
ପଢନ୍ତୁୃ-ICC ଦିନିକିଆରେ ମହମ୍ମଦ ସିରାଜଙ୍କ ଧମାଲ, ସମସ୍ତଙ୍କୁ ପଛରେ ପକାଇ ହେଲେ ନମ୍ବର ୧ ବୋଲର
କ୍ୟାଲେଣ୍ଡର ଇଅର ୨୦୨୨ରେ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ରନ୍ କରିଛନ୍ତି। ଗୋଟିଏ ବର୍ଷରେ ଟି-୨୦ ଫର୍ମାଟ୍ରେ ୧୦୦୦ ରନ୍ ପୂରା କରିଥିବା ସେ ଦ୍ୱିତୀୟ ବ୍ୟାଟର ହୋଇଛନ୍ତି। ୨୦୨୨ ଟି-୨୦ରେ ସୂର୍ଯ୍ୟକୁମାର ଯାଦବ ୧୮୭. ୪୩ ବ୍ୟାଟିଂ ରେଟ୍ରେ ସର୍ବାଧିକ ୧୧୧୬ ରନ୍ ସଂଗ୍ରହ କରିଛନ୍ତି। ତା ସହ ୨୦୨୨ ଟି-୨୦ ଫର୍ମାଟ୍ରେ ସୂର୍ଯ୍ୟକୁମାର ସର୍ବାଧିକ ୬୮ଟି ଛକ୍କା ମାରିଥିଲା। ଯାହା ପୂର୍ବରୁ କୌଣସି ବ୍ୟାଟର୍ କରି ନଥିଲେ।