ଭାଗ୍ୟ ପରିବର୍ତ୍ତନ କଲା ଲଟେରୀ, କାର୍ ଚାଳକରୁ କୋଟିପତି ହେଲେ ୟୁଏଇରେ ରହୁଥିବା ଭାରତୀୟ ଯୁବକ

Published By : Prameya-News7 Bureau | December 25, 2022 IST

ୟୁଏଇ: କାର୍ ଚାଳକରୁ କୋଟିପତି । ଗୋଟିଏ ରାତିରେ ଭାଗ୍ୟ ପରିବର୍ତ୍ତନ । ଲଟେରୀ ଲେଖିଲା ନୂଆ କାହାଣୀ । ୩୩କୋଟିର ମାଲିକ ଭାରତୀୟ ଡ୍ରାଇଭର । ଏହାକୁ ଭଗବାନଙ୍କ ଆଶୀର୍ବାଦ କୁହାଯିବ ନା ଅନ୍ୟ କିଛି । କାଲି ଯିଏ ସାଧାରଣ ଗାଡ଼ିଚାଳକ ଥିଲା ଆଜି ସେ କୋଟିପତି । ଗୋଟିଏ ଲଟେରୀ ସଂସାର ସ୍ରୋତରେ ଭବିଷ୍ଯତ ସନ୍ଧାନ କରୁଥିବା ଜୀବନ ଡଙ୍ଗାକୁ କୂଳରେ ଲଗାଇ ଦେଇଛି । ଚାକିରି ସନ୍ଧାନରେ ଦେଶ ଛାଡ଼ିଥିବା ଯୁବକ ଦୁବାଇରେ ଜିତିଛନ୍ତି ଜ୍ୟାକପୋର୍ଟ । କୋଟି କୋଟି ଟଙ୍କାର ଲଟେରୀ ଜିତି ଗୋଟିଏ ରାତିରେ ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ଚେହେରା ପାଲଟିଯାଇଛନ୍ତି ୩୧ ବର୍ଷୀୟ ଯୁବକ ଅଜୟ ଓଗୁଲା ।

ରିପୋର୍ଟ ଅନୁଯାୟୀ, ଲଟେରୀ ବଦଳାଇ ଦେଇଛି ଗାଡ଼ିଚାଳକ ଅଜୟ ଓଗୁଲାଙ୍କ ଭବିଷ୍ୟତ । ଏମିରାଇଟ୍ସ ଲକି ଡ୍ର’ର ଈଜି-6 ଗ୍ରାଣ୍ଡ୍ ପ୍ରାଇଜ୍ ଜିତିଛନ୍ତି ଅଜୟ । ଲଟେରୀ ମଧ୍ୟମରେ ୧୫ମିଲିୟନ ୟୁଏଇ ମୁଦ୍ର ଅର୍ଥାତ୍ ୩୩କୋଟି ୭୦ଲକ୍ଷ ଟଙ୍କାର ମାଲିକ ହୋଇଯାଇଛନ୍ତି । ହଠାତ୍ ଏତେ ଟଙ୍କାର ଲକି ଡ୍ର’ ଉଠିଥିବା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା ଅଜୟ । ପରିବାର ଲୋକ ମଧ୍ୟ ତାଙ୍କ କଥାକୁ ବିଶ୍ବାସକୁ ନେଇନଥିଲେ । ହେଲେ ଜ୍ୟାକପୋଟ୍, ସାମାନ୍ୟ ଡ୍ରାଇଭରଙ୍କ ଭାଗ୍ଯ ପରିବର୍ତ୍ତନ କରିଛି । ରାତାରାତି କୋଟିପତି ବନିଯିବା ପରେ ଅଜୟ ଓଗୁଲାଙ୍କ ଖୁସିର ପାରାମିଟର ଉପର ମୁହାଁ ହୋଇଛି । ଏତେ ଗୁଡ଼ିଏ ଟଙ୍କାକୁ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ଯୁବକ । ନିଜ ଗାଁ ଲୋକଙ୍କ ଆବଶ୍ୟକତା ପୂରଣ କରିବା ସହିତ ଏକ ଚାରିଟେବ୍ଲ ଟ୍ରଷ୍ଟ କରିବେ ବୋଲି ଚିନ୍ତା କରିଛନ୍ତି । ଗରିବଙ୍କ ସମସ୍ୟାର ସାଥି ହେବେ ବୋଲି କହିଛନ୍ତି ଅଜୟ।

୩୧ ବର୍ଷୀୟ ଅଜୟ ଓଗୁଲା ଦକ୍ଷିଣ ଭାରତର ବାସିନ୍ଦା। ୪ବର୍ଷ ତଳେ ଚାକିରି ଅନୁସନ୍ଧାନରେ ଭାରତ ଛାଡ଼ି ଦୁବାଇ ଚାଲିଯାଇଥିଲେ । ସେଠାରେ ଏକ ଜୁଏଲାରୀ ଦୋକାନରେ ଡ୍ରାଇଭର ଭାବେ ନିୟୋଜିତ ହୋଇ ପ୍ରତିମାସ ୩୨ଶହ ୟୁଏଇ ମୁଦ୍ରାରେ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଏମିରାଇଟ୍ସ ଲକି ଡ୍ର’ର ଈଜି-6 ଗ୍ରାଣ୍ଡ ପ୍ରାଇଜ୍ ତାଙ୍କ ଭବିଷ୍ଯତ କାହାଣୀ ଲେଖିଛି । ଲେଟେରୀ ଜିତିବା ପରେ ଖୁସିରେ ଆତ୍ମହରା ହୋଇଛନ୍ତି ଅଜୟ । ସୋସିଆଲ୍ ମିଡିଆରେ ତାଙ୍କ କାହାଣୀ ଏବେ ଭାଇରାଲ୍ ହେବାରେ ଲାଗିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.