ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ନିର୍ଣ୍ଣାଟକ ମୁକାବିଲାରେ ଟସ୍ ଜିତିଲେ ରୋହିତ ଶର୍ମା, ଭାରତର ପ୍ରଥମେ ବୋଲିଂ ନିଷ୍ପତ୍ତି, ପନ୍ତ ଆଉଟ୍ ଭୁବନେଶ୍ଵର ଇନ୍

25/09/2022 at 6:35 PM

ହାଇଦ୍ରାବାଦ: ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି ଏବଂ ସିରିଜ୍ ୧-୧ରେ ସ୍ଥିତିରେ ରହିଛି । ନିର୍ଣ୍ଣାୟକ ମୁକାବିଲା ଜିତି ଦୁଇ ଦଳ ସିରିଜ୍ ଜିତିବାକୁ ଲକ୍ଷ୍ୟ ରହିଛନ୍ତି। ତେଣୁ ଉଭୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ଟ୍ରଫି ହାସଲ କରିବାକୁ ପ୍ରସ୍ତୁତ । ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ଋଷଭ ପନ୍ତଙ୍କୁ ବାଦ୍ ଦିଆଯାଇ ଚୂଡାନ୍ତ ଏକାଦଶରେ ଭୁବନେଶ୍ଵର କୁମାରଙ୍କୁ ସାମିଲ୍ କରାଯାଇଛି।

ମୋହାଲିରେ ୨୦୮ ରନ୍‌ ସଂଗ୍ରହ କରି ମଧ୍ୟ ଭାରତ ପରାଜିତ ହୋଇଥିଲା । ନାଗପୁରରେ ବର୍ଷା ବାଧା ସୃଷ୍ଟି କରିବାରୁ ୮ ଓଭର ବିଶିଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା । ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ବିଜୟୀ ହୋଇଥିଲା । ବିଜୟ ସତ୍ତେ୍ୱ ଭାରତ କିଛି ଦୁର୍ବଳତା ଦୂର କରିପାରି ନଥିଲା। ଯଶପ୍ରୀତ ବୁମରା ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ହର୍ଷଲ ପଟେଲ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ ।

ବୋଲରମାନେ ଫର୍ମରେ ଥିବା ମାଥ୍ୟୁ ୱେଡ୍‌ଙ୍କୁ ଅଟକାଇବାର ଉପାୟ ପାଇନଥିଲେ । ସେହିପରି ରିଷଭ ପନ୍ତଙ୍କୁ ଖେଳାଇ ବ୍ୟାଟିଂ ଶକ୍ତି ବୃଦ୍ଧି କରିବା ରଣନୀତି କାମରେ ଲାଗିନଥିଲା । ଅଷ୍ଟ୍ରେଲିଆ ମଧ୍ୟ ସମାନ ତ୍ରୁଟି କରିଥିଲା । ନାଥାନ ଏଲିସ ଆହତ ହୋଇଥିବା ବେଳେ କେନ ରିଚାର୍ଡସନ୍‌ ଫିଟ୍‌ ହୋଇ ଫେରିପାରିନଥିଲେ। ଅଭିଜ୍ଞ ଜୋସ ହାଜେଲଉଡ୍‌ ଓ ପ୍ୟାଟ୍‌ କମିନ୍ସ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ।

ରବିବାର ମ୍ୟାଚ୍‌ରେ ଉଭୟ ଦଳ ଉପରୋକ୍ତ ତ୍ରୁଟି ସୁଧାରି ପାରିଲେ ଟ୍ରଫି ହାତେଇବା ସହଜ ହେବ । ହାଇଦ୍ରାବାଦରେ ପାଗ ଭଲ ରହିଲେ ଭାରତ ଏକାଦଶରେ ପରିବର୍ତ୍ତନ କରିବ । ଭାରତ ପୁଣି ଥରେ ୬ ବୋଲର ରଣନୀତି ନେଇ ପଡିଆକୁ ଓହ୍ଲାଇବ । ଫଳରେ ପନ୍ତ ଦଳରୁ ବାଦ ପଡ଼ିଛନ୍ତି ଏବଂ ଭୁବନେଶ୍ୱର ଏକାଦଶକୁ ଫେରିଛନ୍ତି। ଅଷ୍ଟ୍ରେଲିଆ ମଧ୍ୟ ୭ ବ୍ୟାଟର ରଣନୀତି ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ।

ପାଗ କୋହଲା ରହିବ । ତେଣୁ ବର୍ଷା ହୋଇପାରେ । ତଥାପି ଜିମ୍‌ ଖାନା ଗ୍ରାଉଣ୍ଡ କର୍ମଚାରୀ ପୂର୍ଣ୍ଣ ୨୦ ଓଭର ବିଶିଷ୍ଟ ମ୍ୟାଚ୍‌ ଆୟୋଜନ କରିବାକୁ ପ୍ରସ୍ତୁତ ରହିଛନ୍ତି । ପିଚ୍‌କୁ ନେଇ ପୂର୍ବାନୁମାନ କରି ହେବ ନାହିଁ । ୨୦୨୦ରେ ଶେଷ ଥର ପାଇଁ ଏଠାରେ କୌଣସି ମ୍ୟାଚ୍‌ ଖେଳାଯାଇଥିଲା । ତଥାପି ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇପାରନ୍ତି । ଟସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ନାହିଁ । ଏଠାରେ ଖେଳାଯାଇଥିବା ଶେଷ ୧୬ଟି ଟି-ଟ୍ୱେଣ୍ଟି ମଧ୍ୟରୁ ଉଭୟ ଭାଗରେ ବ୍ୟାଟିଂ କରିଥିବା ଦଳ ୮ଟି ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି ।

ଭାରତ: ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ୟୁଝବେନ୍ଦ୍ର ଚହଲ।

ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ(ଅଧିନାୟକ), କାମେରୁନ ଗ୍ରୀନ, ଷ୍ଟିଭେନ ସ୍ମିଥ୍‌, ଗ୍ଲେନ ମ୍ୟାକ୍ସୱେଲ୍‌, ଜୋସ ଇଂଲିଶ, ଟିମ ଡେଭିଡ୍‌, ମାଥ୍ୟୁ ୱେଡ୍‌, ଡାନିଏଲ ସାମ୍ସ, ପ୍ୟାଟ୍‌ କମିନ୍ସ,  ଆଡାମ ଜାମ୍ପା, ଜୋସ ହେଜେଲଉଡ୍‌।

   Related Posts