scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆୟରଲାଣ୍ଡ ବିପକ୍ଷରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଡେବ୍ୟୁ କଲେ ଉମରାନ ମଲିକ

26/06/2022 at 8:58 PM

ଡବଲିନ: ଭାରତ ଏବଂ ଆୟରଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଡବଲିନରେ ଖେଳାଯାଉଛି। ମ୍ୟାଚ୍‌ରେ ଟସ୍ ଜିତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସବୁଠୁ ବଡ କଥା ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପକ୍ଷରୁ ପଦାର୍ପଣ କରୁଛନ୍ତି ଦ୍ରୁତ ବୋଲର ଉମରାନ ମଲିକ। ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ଦୀପକ ହୁଡ୍ଡାଙ୍କୁ ମଧ୍ୟ ଆଜିର ମ୍ୟାଚ୍‌ରେ ସୁଯୋଗ ମିଳିଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-ଟ୍ୱେଣ୍ଟି ସିରିଜରେ ରିଷଭ ପନ୍ତ ନେତୃତ୍ୱ ନେଇଥିଲେ । ବର୍ତ୍ତମାନ ପନ୍ତ ଓ ଶ୍ରେୟାସ ଆୟର ଇଂଲଣ୍ଡ ଗସ୍ତ କରି ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି । ବ୍ୟାଟିଂ କ୍ରମର ୩ ଓ ୪ନଂ ସ୍ଥାନରେ ପାଇଁ ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା ରହିଛନ୍ତି। ଫିଟ୍‌ ହୋଇ ଫେରିଥିବା ସୂର୍ଯ୍ୟକୁମାର ୩ନଂ ସ୍ଥାନରେ ବ୍ୟାଟିଂ କରିବା ଏକ ପ୍ରକାର ନିଶ୍ଚିତ । ସେ ୧୨ଟି ଟି-ଟ୍ୱେଣ୍ଟି ଖେଳି ୧୬୫.୫୬ ଷ୍ଟ୍ରାଇକ ରେଟ୍‌ରେ ରନ୍‌ ସଂଗ୍ରହ କରିଛନ୍ତି । ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଦଳରେ ଥିଲେ ହେଁ ଉଭୟ ଖେଳିବାକୁ ସୁଯୋଗ ପାଇ ନଥିଲେ । ପନ୍ତଙ୍କ ଅନୁପସ୍ଥିତି ସତ୍ତେ୍ୱ ଦଳରେ ୩ଜଣ ୱିକେଟ୍‌ କିପର ରହିଛନ୍ତି । ଋତୁରାଜ ଗାଏକୱାଡ୍‌ଙ୍କ ସହ ଇଶାନ କିଷନ ଓପନ କରିବା ନିଶ୍ଚିତ । ଦିନେଶ କାର୍ତ୍ତିକ ନିମ୍ନ ମଧ୍ୟଭାଗ ସମ୍ଭାଳିବେ ।

ଯୁବ ପେସ୍‌ ବୋଲର ଉମ୍ରାନ ମଲିକ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଦଳରେ ସ୍ଥାନ ପାଇଥିଲେ ହେଁ ଏପର୍ଯ୍ୟନ୍ତ ପଦାର୍ପଣ କରିନାହାନ୍ତି । ହେଲେ ଆଜି ତାଙ୍କୁ ଖେଳିବାର ସୁଯୋଗ ମିଳିଛି। ଭୁବନେଶ୍ୱର କୁମାରଙ୍କ ସହ ଅଛନ୍ତି ଅଭେଶ ଖାନ। ପୂର୍ବରୁ ଉଭୟ ଦଳ ପରସ୍ପରକୁ ୩ଥର ଭେଟିଛନ୍ତି । ସମସ୍ତ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି । ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରଠାରୁ ଆୟର୍ଲାଣ୍ଡ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିନାହିଁ । ମାଲାହାଇଡ୍‌ ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ । ତେଣୁ ଟସ୍‌ ବିଜୟୀ ଦଳ ଏଠାରେ ବ୍ୟାଟିଂ ନିଷ୍ପତ୍ତି ନେଇପାରନ୍ତି ।

   Related Posts