scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

IND vs NED: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

27/10/2022 at 12:33 PM

ସିଡନୀ: ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଆଜିର ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ତେବେ ଉଭୟ ଦଳରେ କୌଣସି ପରିବର୍ତ୍ତନ ହୋଇ ନଥିବା ସୂଚନା ମିଳିଛି।  

 

ଆଜିର ମ୍ୟାଚରେ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅନ୍ୟପକ୍ଷରେ ୮ ବର୍ଷ ମଧ୍ୟରେ ପ୍ରଥମ ଥର ଅରେଞ୍ଜ ଟିମ୍ ନେଦରଲ୍ୟାଣ୍ଡ ମୁଖ୍ୟ ରାଉଣ୍ଡରେ ଖେଳିବାକୁ ଯାଉଛି । କିନ୍ତୁ ଶକ୍ତିଶାଳୀ ଭାରତ ବିପକ୍ଷରେ ନେଦରଲାଣ୍ଡକୁ ଦୃଢ଼ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ଟି-20 ବିଶ୍ୱକପରେ ଉଭୟ ଦଳଙ୍କ ମଧ୍ୟରେ ଏହା ପ୍ରଥମ ମୁକାବିଲା ହେବ। ଆଜିର ମ୍ୟାଚରେ ଦ୍ରୁତ ବୋଲରଙ୍କ ଅପେକ୍ଷା ସ୍ପିନରମାନେ ଅଧିକ କରାମତି ଦେଖାଇପାରିବେ ବୋଲି ଆଶା କରାଯାଉଛି ।

ଦୁଇ ଦଳର ପ୍ଲେଇଁ ଇଲେଭେନ-

ଟିମ୍ ଇଣ୍ଡିଆ- କେଏଲ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନୀ, ଭୁବନେଶ୍ୱର କୁମାର, ମୋହମ୍ମଦ ଶମୀ ଓ ଅର୍ଶଦୀପ ସିଂହ।

ନେଦରଲ୍ୟାଣ୍ଡ- ବିକ୍ରମଜିତ ସିଂହ, ମ୍ୟାକ୍ସ ଓଦାଉଦ, ବାସ ଡେ ଲିଡେ, କଲିନ ଆକରମେନ, ଟମ କୁପର, ସ୍କଟ ଏଡୱର୍ଡ୍ସ, ଟିମ ପ୍ରିଙ୍ଗଲ, ଲୋଗନ ଭାନ ବିକ, ଶହରୀଜ ଅହମଦ, ଫ୍ରେଡ କ୍ଲାସେନ ଓ ପଲ ଭାନ ମିକରେନ।

ସୂଚନା ଥାଉକି ବିଶ୍ୱକପରେ ଭାରତ ପାକିସ୍ତାନ ବିପକ୍ଷରେ ବିଜୟୀ ହୋଇ ଯାତ୍ରା ଆରମ୍ଭ କରିଥିଲା। ରବିବାର ମେଲବର୍ଣ୍ଣରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପାକିସ୍ତାନକୁ 4 ୱିକେଟରେ ହରାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଓ ବିରାଟ କୋହଲି ମିଶି ଭାରତକୁ ବିଜୟ ଦେଇଥିବା ବେଳେ ବିରାଟ କୋହଲି ଏହି ବିଜୟର ମହାନାୟକ ସାଜିଥିଲେ।

   Related Posts