୨ୟ ଟି-୨୦: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଦଳରୁ ବାଦ୍ ପଡ଼ିଲେ ଏହି ଷ୍ଟାର ବୋଲର
6/08/2023 at 7:49 PM

ତ୍ରିନିବାଦ: ରବିବାର ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ୨ୟ ଟି-୨୦ । ପ୍ରଥମ ମ୍ୟାଚ୍ରେ ୪ ରନ୍ର ପରାସ୍ତ ହେବା ପରେ ୨ୟ ମ୍ୟାଚ୍ ଜିତି ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ସେପଟେ ଘରୋଇ ଦଳ ମଧ୍ୟ ଲଗାତର ୨ୟ ମ୍ୟାଚ୍ ଜିତି ସିରିଜ୍ରେ ଆଗେଇବା ଲକ୍ଷ୍ୟରେ ରହିଛି । ଆଜିର ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ଘଟିଛି। ଆହତ କାରଣରୁ କୁଲଦୀପ ଯାଦବ ଦ୍ଵିତୀୟ ମ୍ୟାଚ୍ରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ରବି ବିଷ୍ଣୋଇଙ୍କୁ ସାମିଲ୍ କରାଯାଇଛି।
ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଘରୋଇ ଟିମ୍ । ନିର୍ଦ୍ଧାରିତ ୨୦ ଓଭରରେ ଓ୍ୱେଷ୍ଟଇଣ୍ଡିଜ୍ ଟିମ୍ ୧୪୯ କରିବାରେ ସକ୍ଷମ ହୋଇଥିଲା । ୧୫୦ ରନ୍ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆ । ହେଲେ ଦଳ ୧୫୦ ରନ୍ର ଟାର୍ଗେଟକୁ ପୂରଣ କରିବାରେ ବିଫଳ ହୋଇଥିଲା । ଆଉ ନିର୍ଦ୍ଧାରିତ ୨୦ ଓଭରରେ ୧୪୫ ରନ୍ କରିବାରେ ସକ୍ଷମ ହୋଇଥିଲ। ଯାହାଫଳରେ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍କୁ ୫ ରନ୍ରେ ହାରିଥିଲା ଟିମ୍ ଇଣ୍ଡିଆ । ସିରିଜ୍ରେ ୧-୦ରେ ଆଗୁଆ ରହିଛି ଘରୋଇ ଟିମ୍ ।
ସେହିପରି ରବିବାର ଖେଳାଯିବ ସିରିଜ୍ର ୨ୟ ମ୍ୟାଚ୍ । ଏହି ମ୍ୟାଚ୍ ଜିତିକୁ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ତେବେ ଆଜିର ମ୍ୟାଚ୍ରେ ଯଶସ୍ୱୀ ଜୟସଓ୍ୱାଲ୍ଙ୍କୁ ସୁଯୋଗ ମିଳିନି। ସେପଟେ ଘରୋଇ ଟିମ୍ ମଧ୍ୟ ୨ୟ ମ୍ୟାଚ୍କୁ ଜିତି ସିରିଜ୍ରେ ଅଗ୍ରଗତି ଲକ୍ଷ୍ୟରେ ରହିବ ।
ଭାରତ
ଇଶାନ କିଷନ(ଓ୍ଵିକେଟ୍ କିପର), ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ସଞ୍ଜୁ ସାମସନ, ଅକ୍ଷର ପଟେଲ୍, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର, ରବି ବିଷ୍ଣୋଇ।
ଓ୍ଵେଷ୍ଟଇଣ୍ଡିଜ
ବ୍ରେଣ୍ଡନ କିଙ୍ଗ୍, କାଇଲ୍ ମେୟର୍ସ, ଜନସନ ଚାର୍ଲ୍ସ, ନିକୋଲାସ ପୂରନ(ଓ୍ଵିକେଟ୍ କିପର), ରୋଭମ୍ୟାନ ପାଓ୍ଵେଲ୍(ଅଧିନାୟକ), ସିମରନ ହେଟମାୟର, ରୋମାରିଓ ସେଫାର୍ଡ, ଜାସନ ହୋଲଡର, ଅକିଲା ହୋସେନ, ଅଲଜାରୀ ଯୋଶେଫ, ଅବେଡ ମକେୟ।