oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଶେଷ ଟି-୨୦: ପୁଣି ଟସ୍ ଜିତିଲେ ରୋହିତ ଶର୍ମା, ଭାରତର ବ୍ୟାଟିଂ ନିଷ୍ପତ୍ତି, ଦଳରେ ଦୁଇଟି ପରିବର୍ତ୍ତନ

21/11/2021 at 6:41 PM

କୋଲକାତା ୨୧।୧୧: ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି୨୦ । ପ୍ରଥମ ଦୁଇ ମ୍ୟାଚକୁ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳର ଧ୍ୟାନ ଏବେ ଶୃଙ୍ଖଳା ମୂଳପୋଛ ଉପରେ ରହିଛି। ଶେଷ ମ୍ୟାଚରେ ଟସ୍ ଜିତି ଅଧିନାୟକ ରୋହିତ ଶର୍ମା  ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି। କେଏଲ ରାହୁଲ ଓ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ଇଶାନ କିଶନ ଏବଂ ୟୁଜବେନ୍ଦ୍ର  ଚହଲଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ନ୍ୟୁଜିଲାଣ୍ଡ ଦଳରେ ମଧ୍ୟ ଗୋଟିଏ ପରିବର୍ତ୍ତନ ହାେଇଛି। ଅଧିନାୟକ ଦାୟିତ୍ଵ ସମ୍ଭାଳୁଥିବା ଟିମ୍ ସାଉଦିଙ୍କୁ ଶେଷ ମୁକାବିଲାରେ ବିଶ୍ରାମ ଦିଆଯାଇଛି। ମିଚେଲ୍ ସାଣ୍ଟନର ଆଜିର ମ୍ୟାଚ୍‌ରେ ଅଧିନାୟକତ୍ଵ କରୁଛନ୍ତି।

କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ସିରିଜ୍‌ର ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ରୋହିତ ଶର୍ମା ଇଶାନ କିଶନ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ଖେଳାଳିଙ୍କୁ ସୁଯୋଗ ଦେଇଛନ୍ତି।  ନିୟମିତ ଅଧିନାୟକ ହେବା ପରେ ରୋହିତ ଶର୍ମାଙ୍କ ଏହା ପ୍ରଥମ ଟି-୨୦ ସିରିଜ୍। ଆଉ ପ୍ରଥମ ଦୁଇଟି ମ୍ୟାଚ୍‌ରେ ହିଁ ରୋହିତ ଟସ୍ ଜିତିଛନ୍ତି। ଟସ୍ ଜିତିବାରୁ ତାଙ୍କୁ ପରିସ୍ଥିତିର ଫାଇଦା ଉଠାଇବାରେ ବେଶ୍ ସହାୟକ ହୋଇଛି। ବୋଲିଂ ସହିତ ଦଳର ବ୍ୟାଟିଂ ଭଲ ପ୍ରଦର୍ଶନ କରିଛନ୍ତି। ହେଲେ ଆଜି ଟସ୍ ଜିତିଥିବା ଭାରତ ପରୀକ୍ଷା ନିରୀକ୍ଷା ପାଇଁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ରୋହିତ ଇଡେନ ଗାର୍ଡେନ୍ସରେ ହିଁ ଦିନିକିଆ କ୍ରିକେଟ୍‌ରେ ୨୬୪ ରନ କରିଥିଲେ ଏବଂ ଏଠାରେ ଅଧିନାୟକ ଭାବେ ପ୍ରଥମ ସିରିଜ୍ ୩-୦ରେ ଜିତିବା ବହୁତ ବଡ ସଫଳତା ହେବ। କୋଚ୍ ରାହୁଲ ଦ୍ରାବିଡଙ୍କ ମଧ୍ୟ ଏହା ପ୍ରଥମ ସିରିଜ୍। ଟି-୨୦ ସିରିଜ୍ ପରେ ଏକ ସପ୍ତାହ ଭିତରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଆଜିର ଶେଷ ଟି-୨୦ ମୁକାବିଲାରେ ରୋହିତ ଏବଂ ଦ୍ରାବିଡ ରିଜର୍ଭ ଖେଳାଳିଙ୍କୁ ସୁଯୋଗ ଦେଇ ସେମାନଙ୍କର ପ୍ରଦର୍ଶନ ପରଖିବାକୁ ଚାହିଁବେ। ଷଷ୍ଠ ବୋଲର ହିସାବରେ ଭେଙ୍କଟେଶ ଆୟରଙ୍କୁ ଆଜି ବୋଲିଂ କରାଯାଇପାରେ। ୟୁଜବେନ୍ଦ୍ର ଚହଲ ଏବଂ ଇଶାନ କିଶନଙ୍କ ଆଜି ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ଆଉ ଲୋକେଶ ରାହୁଲ ଏବଂ ଅଶ୍ଵିନଙ୍କୁ ବିଶ୍ରାମ ଦିଆଯାଇଛି।

ଚୂଡାନ୍ତ ଏକାଦଶ

ଭାରତ

ରୋହିତ ଶର୍ମା(ଅଧିନାୟକ), ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ, ଭେଙ୍କଟେଶ ଆୟର,  ଅକ୍ଷର ପଟେଲ, ଭୁବନେଶ୍ଵର କୁମାର, ଦୀପକ ଚହର, ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ।  

ନ୍ୟୁଜିଲାଣ୍ଡ

ମାର୍ଟିନ ଗୁପ୍ଟିଲ, ଡାରିଲ ମିଚେଲ, ମାର୍କ ଚାପମାନ, ଗ୍ଲେନ ଫିଲିପ୍ସ, ଟିମ ସେଇଫର୍ଟ (ଓ୍ଵିକେଟ୍ କିପର), ଜେମ୍ସ ନେଶାମ, ମିଚେଲ ସାଣ୍ଟନର୍ (ଅଧିନାୟକ), ଆଡାମ ମିଲନେ, ଲକି ଫର୍ଗୁସନ୍, ଇଶ୍ ସୋଢି, ଟ୍ରେଣ୍ଟ ବୋଲ୍ଟ।

   Related Posts