IND Vs NZ: ନିର୍ଣ୍ଣାୟକ ଟି-୨୦ରେ ଟସ୍ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି, ପୃଥ୍ଵୀ ଶ ନିରାଶ

Published By : Prameya-News7 Bureau | February 01, 2023 IST

ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଖେଳାଯିବ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ବର୍ତ୍ତମାନ ୧-୧ ସମାନ ସ୍ଥିତିରେ ରହିଛି। ଶେଷ  ଟି-୨୦ ମ୍ୟାଚ୍‌ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି। ଚହଲଙ୍କ ସ୍ଥାନରେ ଦଳକୁ ଫେରିଛନ୍ତି ଉମରାନ ମଲିକ। ଅନ୍ୟପଟେ ପୃଥ୍ଵୀ ଶୋଙ୍କୁ ପୁଣି ଥରେ ନିରାଶ ହେବାକୁ ପଡିଛି।ଏହି ମ୍ୟାଚ୍ ଜିତିବା ଦଳ ସିରିଜ୍  ହାତେଇବ।

ନ୍ୟୁଜିଲାଣ୍ଡ

ଫିନ୍ ଆଲେନ, ଡେଭନ କନଓ୍ଵେ(ଓ୍ଵିକେଟ୍ କିପର), ମାର୍କ ଚାପମ୍ୟାନ, ଗ୍ଲେନ ଫିଲିପ୍ସ, ଡାରିଲ ମିଚେଲ୍, ମାଇକେଲ୍ ବ୍ରେସଓ୍ଵେଲ୍, ମିଚେଲ୍ ସାଣ୍ଟନର(ଅଧିନାୟକ), ଇଶ ସୋଢି, ଲୋକି ଫର୍ଗ୍ୟୁସନ, ବେନ ଲିଷ୍ଟର, ବ୍ଲେୟାର ଟିକନର।

ଭାରତ

ଶୁଭମନ ଗିଲ୍, ଇଶାନ କିଷନ(ଓ୍ଵିକେଟ୍ କିପର), ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଦୀପକ ହୁଡ୍ଡା, ଓ୍ଵାଶିଂଟନ ସୁନ୍ଦର, ଶିବମ ମାଭି, କୁଲଦୀପ ଯାଦବ, ଉମରାନ ମଲିକ୍, ଅର୍ଶଦୀପ ସିଂ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.