ନିର୍ଣ୍ଣାୟକ ଟି-୨୦ରେ ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଏହି ୧୧ ଜଣଙ୍କୁ ନେଇ ପଡିଆକୁ ଓହ୍ଲାଇବେ ହାର୍ଦ୍ଦିକ ପାଣ୍ଡ୍ୟା

Published By : Prameya-News7 Bureau | January 07, 2023 IST

ରାଜକୋଟ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରାଜକୋଟରେ ଟି-୨୦ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ଜିତି  ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦ୍ଵିତୀୟ ମ୍ୟାଚ୍‌ ଜିତି ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିପାରିଛି ସିଂହଳୀ ଟିମ। ଶେଷ ଟି-୨୦ରେ ଭାରତୀୟ ଦଳ ଏବଂ ଶ୍ରୀଲଙ୍କା ଦଳରେ କୌଣସି ପରିବର୍ତ୍ତନ ଘଟିନାହିଁ।

ମୁମ୍ବାଇ ଓ ପୁଣେରେ ଶେଷ ପର୍ଯ୍ୟନ୍ତ ଲଢ଼ିଥିବା ଟିମ ଇଣ୍ଡିଆ ରାଜକୋଟରେ ମ୍ୟାଚ୍ ଜିତି ସିରିଜ ହାତୋଇବ ବୋଲି ଆଶା କରାଯାଉଛି। ରାଜକୋଟରେ ସମସ୍ତ ଫର୍ମାଟରେ ରନ୍ ବର୍ଷା ହେଉଥିବାରୁ ଆଜି ମଧ୍ୟ ଏକ ହାଇସ୍କୋରିଂ ମୁକାବିଲା ଆଶା ରହିଛି । ତଥାପି ରାଜକୋଟରେ ଖେଳାଯାଇଥିବା ୪ ଟ୍ବେଣ୍ଟି-୨୦ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଦୁଇଟି ଏବଂ ଦ୍ବିତୀୟରେ ବ୍ୟାଟିଂ କରିଥିବା ଦଳ ଦୁଇ ଥର ଜିତିଛନ୍ତି ।

ଭାରତୀୟ ଦଳ

ଇଶାନ କିଷନ, ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଦୀପକ ହୁଡ଼ା, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଶିବମ ମାଭି, ଉମ୍ରାନ ମଲିକ, ୟୁଝବେନ୍ଦ୍ର ଚହଲ ।

ଶ୍ରୀଲଙ୍କା ଦଳ

ପଥୁମ ନିଶଙ୍କା, କୁଶଲ ମେଣ୍ଡିସ, ଧନଞ୍ଜୟ ଡି ସିଲଭା, ଚରିଥ ଆଶାଲଙ୍କା, ଭାନୁକା ରାଜପକ୍ଷ, ଦାସୁନ ଶନକା(ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହୀଶ ତୀକ୍ଷଣା, ଦିଲସାନ ମଦୁସଙ୍କା, ଲାହିରୁ କୁମାରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.